Masthead

ବଦଳିବ ଯୁକ୍ତ ୨ ପ୍ରଶ୍ନପତ୍ର ଢାଞ୍ଚା

ଭୁବନେଶ୍ୱର (ବଡ଼ ଖବର): ଚଳିତ ବର୍ଷ ବଦଳିବ ଯୁକ୍ତ ୨ ପ୍ରଶ୍ନପତ୍ର ଢାଞ୍ଚା । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ଢାଞ୍ଚା ବଦଳିବା ପରେ ଯୁକ୍ତ ୨ ପ୍ରଶ୍ନପତ୍ର ଢାଞ୍ଚରେ ମଧ୍ୟ ପରିବର୍ତ୍ତନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ ପରୀକ୍ଷାର ପ୍ରଶ୍ନପତ୍ର ପଦ୍ଧତିକୁ ଏଥର ପରିବର୍ତ୍ତନ କରାଯିବ । ଚଳିତ ବର୍ଷ ୫୦ ମାର୍କର ଅତି ସଂକ୍ଷିପ୍ତ ପ୍ରଶ୍ନ ରହିବ । କରୋନା ମହାମାରୀ ପାଇଁ ପାଠପଢାରେ ବହୁଳ ଭାବେ ପ୍ରଭାବିତ ହୋଇଥିବାରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି ।

ଦୀର୍ଘ ୯ ମାସ ଧରି ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ଥିବାରୁ ୩୦ ପ୍ରତିଶତ ପାଠ୍ୟକ୍ରମ କମାଯାଇଥିବାବେଳେ ଏବେ ପୁଣି ପ୍ରଶ୍ନପତ୍ର ଢାଞ୍ଚରେ ମଧ୍ୟ ପରିବର୍ତ୍ତନ ହେବାକୁ ଯାଉଛି । ତେବେ ଏଥର ଦୀର୍ଘ ଉତରମୂଳକ ପ୍ରଶ୍ନ ଅପେକ୍ଷା ସଂକ୍ଷିିପ୍ତ ଉତରମୂଳକ ପ୍ରଶ୍ନ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ସୂଚନା ମୂତାବତ, ପୂର୍ବପରି ଛାତ୍ରଛାତ୍ରୀମାନେ ୧୦୦ ମାର୍କରେ ପରୀକ୍ଷା ଦେବେ । ଚଳିତ ବର୍ଷ ସାଢେ ୭ ମାର୍କ ସମ୍ବଳିତ ପ୍ରଶ୍ନ ବଦଳରେ ୫ ମାର୍କ ସମ୍ବଳିତ ପ୍ରଶ୍ନ ଆସିବ । ପୂର୍ବରୁ ସାଢେ ୭ମାର୍କ ସମ୍ବଳିତ ୪ଟି ପ୍ରାଶ୍ନ ଆସୁଥିଲା । କିନ୍ତୁ ଏଥର ୫ ମାର୍କ ସମ୍ବଳିତ ୫ଟି ପ୍ରଶ୍ନ ପକାଇବା ପାଇଁ ପରିଷଦ ପକ୍ଷରୁ ଯୋଜନା କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ