Masthead

ପାନକାର୍ଡ ଠିକଣାରେ ପ୍ରେମିକର ଘରେ ପୂର୍ଣ୍ଣିମା

ନୂଆପଡ଼ା (ବଡ଼ ଖବର ବ୍ୟୁରୋ): ପ୍ରେମ ଶାସ୍ୱତ, ପ୍ରେମ ପବିତ୍ର । ପ୍ରେମ କରିବା ଅପରାଧ ନୁହେଁ । ପ୍ରେମ କୌଣସି ପ୍ରତିବନ୍ଧକ ମାନେନାହିଁ । ସୁଦୂର ବାଙ୍ଗାଲୋରରୁ ଆରମ୍ଭ ହୋଇଥିବା ପ୍ରେମ ଏବେ ୧୫୦୦ କି.ମି ଅତିକ୍ରମ କରି ଓଡ଼ିଶାର ନୂଆପଡ଼ାରେ ପହଞ୍ଚିଛି । ସୂଚନାନୁଯାୟୀ, ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ତାଲାକୋଟ ଗାଁର ଜ୍ୟୋତିଷ ମାଝୀ ବାଙ୍ଗାଲୋରର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ସେଠାରେ ତାଙ୍କ ସହ ଦେଖାହୁଏ ପୂର୍ଣ୍ଣିମା ଦେବୀଙ୍କର । ବୋଧହୁଏ ପ୍ରେମର ପହିଲି ପଲକ ଓ ପୁଲକ ସେବେଠୁ ପଡିସାରିଥିଲା । ଉଭୟ ଥିଲେ ପ୍ରେମରେ ମସଗୁଲ । ହଠାତ ପ୍ରେମରେ ପଡିଲା ଭଟ୍ଟା, ଜ୍ୟୋତିଷକୁ ଗାଁକୁ ଫେରିବାକୁ ପଡିଲା ।

କହିବା ମୁତାବକ ଗାଁରୁ ଜ୍ୟୋତିଷର ଫେରିବା ବିଳମ୍ବ ହେବାରୁ ତା ସହ ଯୋଗାଯୋଗ କରିବାକୁ ବହୁ ଚେଷ୍ଟା କରିଥିଲା ପୂର୍ଣ୍ଣିମା । ସେଥିରେ ସୁଫଳ ନ ହେବାରୁ ବାଧ୍ୟ ହୋଇ ପାନକାର୍ଡ ଠିକଣାରେ ପ୍ରେମିକକୁ ଖୋଜି ଖୋଜି ତା ଗାଁରେ ପହଞ୍ଚିଲା ପ୍ରେମିକା । କିନ୍ତୁ ପ୍ରେମିକ କି ପ୍ରେମିକର ପରିବାର ପୂର୍ଣ୍ଣିମାକୁ ଗ୍ରହଣ କରିନଥିଲେ । ଶେଷରେ ସାହିପଡ଼ିଶାଙ୍କ ନିଷାପରେ ପୂର୍ଣ୍ଣିମାକୁ ଘରେ ଜାଗା ଦେଇଥିଲେ ଜ୍ୟୋତିଷର ପରିବାର । ହେଲେ ତାଙ୍କ ସହ ଉପଯୁକ୍ତ ବ୍ୟବହାର ନକରିବା ଫଳରେ ପୂର୍ଣ୍ଣିମା ପୋଲିସର ଦ୍ୱାରସ୍ଥ ହୋଇଥିଲେ । ତେବେ ପୋଲିସ ଘଟଣାର ତଦନ୍ତକରି ଆପୋଶ ବୁଝାବଣା ମାଧ୍ୟମରେ ପୂର୍ଣ୍ଣିମାକୁ ଜ୍ୟୋତିଷର ଘରେ ଛାଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ