ଜଙ୍ଗଲ ଭିତରେ ଚୋରା ଗାଡ଼ିର ପାହାଡ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଲକ୍ ଡାଉନ୍ ସମୟରେ ପୋଲିସ୍ ଲୋକଙ୍କୁ ସଚେତନତା କରାଇବାରେ ବ୍ୟସ୍ତ ଥିବାବେଳେ ଏହି ମୈାକାର ଫାଇଦା ଉଠାଇଛନ୍ତି ବାଇକ୍ ଲୁଟେରା । ଗତ କିଛିମାସ ଧରି ରାଜଧାନୀ ଓ ଆଖପାଖ ଅଞ୍ଚଳରୁ ବହୁ ମୋଟସାଇକେଲ ଚୋରି ହେଉଥିବାର ସୂଚନା ମିଳିଛି । ଖାଲି ମୋଟସାଇକେଲ ନୁହେଁ, ଲୁଟେରାମାନେ ବସ୍ କୁ ମଧ୍ୟ ବେଶ୍ ଚତୁରତାର ସହ ଚୋରି କରୁଥିବାର ସୂଚନା ମିଳିଛି । କିନ୍ତୁ କଥାରେ ଅଛି\” ଚୋର ଯେତେ ଚାଲାକ୍ ହେଲେ ବି ପୋଲିସ୍ ତା ଠାରୁ ଅଧିକ ଚାଲାକ \” । ଲୁଟେରା ଗ୍ୟାଙ୍ଗ କୁ କାବୁ କରିବା ପାଇଁ ଖୋର୍ଦ୍ଧା ପୋଲିସ ପକ୍ଷରୁ ଏକ ଟିମ୍ ତନାଘନା ଆରମ୍ଭ କରିଥିଲା ।

ଘଟଣା ଟି ହେଲା କୌଣସି ସୂତ୍ରରୁ ଖବର ପାଇ ପୁଲିସ କୁଆପଦା ଗ୍ରାମ ନିକଟ ଜଙ୍ଗଲ ସମେତ ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ମୋଟ ୪୫ଟି ବାଇକ୍ ଜବତ ହୋଇଛି । ନୟାଗଡ଼ ଜିଲ୍ଲା ରଣପୁର ଥାନା ପାମ୍ପେଡ଼ାର କାଲୁ ଭୋଇ, ଜଟଣୀ ଥାନା ବେଣାପଞ୍ଜରୀର ମହମ୍ମଦ ଅରବାଜ, ଖୋର୍ଦ୍ଧା ଥାନା ବାରଘର ପାଟଣାର ରାଜେଶ କାଣ୍ଡି, ଜଙ୍କିଆ ଥାନା ମୁକ୍ତାପୁରର ଗୋବିନ୍ଦ ଜେନା, ଖୋର୍ଦ୍ଧା ସଦର ଥାନା ବରପଦାର ବିଶ୍ୱଜିତ ଜୟସିଂ ଏବଂ ଜଟଣୀ ଥାନା ବେଣାପଞ୍ଜରୀର ଅମିରୁଦ୍ଦିନ ଖାନଙ୍କୁ ଗିରଫ କରାଯାଇଥିବା ପୁଲିସ କହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ