Masthead

୬ କିମି ବେଗରେ ଅତିକ୍ରମ କରୁଛି ବାତ୍ୟା ବିପର୍ଯ୍ୟୟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଗୁଜରାଟ ମୁହାଁ ବାତ୍ୟା ବିପର୍ୟ୍ୟୟ । ଆସନ୍ତା ୧୫ ତାରିଖରେ ଏହା ସ୍ଥଳଭାଗ ଛୁଇଁପାରେ। ଗୁଜରାଟର ମାଣ୍ଡଭି ଏବଂ ପାକିସ୍ତାନର କରାଚୀ ଅଂଚଳରେ ଲ୍ୟାଣ୍ଡଫଲ କରିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଘଣ୍ଟାପ୍ରତି ୬ କିମି ବେଗରେ ଅତିକ୍ରମ କରୁଛି ବାତ୍ୟା ବିପର୍ଯ୍ୟୟ। ଲ୍ୟାଣ୍ଡଫଲ ବେଳେ ବ୍ୟାପକ କ୍ଷତି ଘଟାଇପାରେ ବାତ୍ୟା ବିପର୍ଯ୍ୟୟ । ଜୋରରେ ପବନ ସାଙ୍ଗକୁ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସ୍ଥିତିକୁ ନେଇ ଗୁଜରାଟର ସୌରାଷ୍ଟ୍ର ଏବଂ ଏବଂ କଚ୍ଛ ଅଂଚଳରେ ଆଲର୍ଟ ଜାରି କରାଯାଇଛି।

ଆରବ ଉପକୂଳରେ ବଳ ଗୋଟାଇବା ପରେ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରୁଛି ବିପର୍ଯ୍ୟୟ । କଚ୍ଛ, ଦ୍ୱାରକା, ପୋରବନ୍ଦର, ଜାମନନଗର, ରାଜକୋଟ, ଜୁନାଗଡ଼, ମୋରବିରେ ଏହାର ପ୍ରଭାବ ଅଧିକ ପଡ଼ିପାରେ। ଆସନ୍ତା ୫ ଦିନ ଯାଏ ସୌରାଷ୍ଟ୍ର ଓ କଚ୍ଛ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ସମୁଦ୍ର ଅଶାନ୍ତ ରହିବ। ତେଣୁ ମାଛ ଧରିବାକୁ ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ସତର୍କ କରି ଦିଆଯାଇଛି। ଗୁଜରାଟ ସହ କେରଳ, କର୍ଣ୍ଣାଟକ ଏବଂ ଲାକ୍ଷାଦୀପରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଚଳନ୍ତା ଟ୍ରେନ୍ ରେ ଯାତ୍ରୀଙ୍କୁ ପିଟିପିଟି ହତ୍ୟା 🔴 ଦିଲ୍ଲୀ ଯୁବତୀଙ୍କୁ ଯାଜପୁରେ ଅସଦାଚରଣ 🔴 ଧଳା ଜହର ଜବତ ସହ ୨ ମହିଳା ଗିରଫ 🔴 ୫ ବିଧାନସଭା ଉପନିର୍ବାଚନର ଫଳାଫଳ, ସବୁ ପାର୍ଟି ଖୁସ 🔴 ପରୀକ୍ଷାର୍ଥୀଙ୍କୁ ସରକାରଙ୍କ ବଡ଼ ଭେଟି 🔴 ଆଜି ମହାପ୍ରଭୁଙ୍କ ଘଣା ଓ ଖଳି ପ୍ରସାଦ ଲାଗି ନୀତି 🔴 ୨୭ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଚଳନ୍ତା ଟ୍ରେନ୍ ରେ ଯାତ୍ରୀଙ୍କୁ ପିଟିପିଟି ହତ୍ୟା 🔴 ଦିଲ୍ଲୀ ଯୁବତୀଙ୍କୁ ଯାଜପୁରେ ଅସଦାଚରଣ 🔴 ଧଳା ଜହର ଜବତ ସହ ୨ ମହିଳା ଗିରଫ 🔴 ୫ ବିଧାନସଭା ଉପନିର୍ବାଚନର ଫଳାଫଳ, ସବୁ ପାର୍ଟି ଖୁସ 🔴 ପରୀକ୍ଷାର୍ଥୀଙ୍କୁ ସରକାରଙ୍କ ବଡ଼ ଭେଟି 🔴 ଆଜି ମହାପ୍ରଭୁଙ୍କ ଘଣା ଓ ଖଳି ପ୍ରସାଦ ଲାଗି ନୀତି 🔴 ୨୭ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା