କେବେ ମିଳିବ ସହାୟତା

ଦଶପଲ୍ଲା (ବଡ଼ ଖବର ବ୍ୟୁରୋ): ଜୀବନ କେବେ ପତର ତଳେ ତ ଆଉ କେବେ ପଥର ତଳେ । ଜୀବନ ଯେଉଁଠି ଯାତନା ସେଇଠି । ଦୁଃଖୀ ମଣିଷଙ୍କ ଜୀବନରେ ଦୁଃଖ ହିଁ ଚିର ସହଚର । ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ମଧ୍ୟଖଣ୍ଡ ପଞ୍ଚାୟତ ମର୍ଦାବାଡ଼ି ଗାଁରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନଙ୍କ ଦୁଃଖ ନକହିବା ଭଲ ।ନିଆଁ ଲାଗି ଘର ପୋଡ଼ି ଯାଇଥିଲେ ସୁଦ୍ଧା ଏଯାବତ ସେମାନଙ୍କୁ ମିଳୁନି ସରକାରୀ ସହାୟତା । ଶେଷରେ ବାଧ୍ୟ ହୋଇ ସେମାନେ ଗୁହାଳଘରେ କାଟୁଛନ୍ତି ଜୀବନ । କୃପାସିଦ୍ଧୁ ରଣା, ଉପେନ୍ଦ୍ର ରଣା ଏବଂ ରମେଶ ରଣାଙ୍କ ଘର ପୋଡ଼ି ଯାଇଛି । ଦୀର୍ଘଦିନ ଘର ପୋଡ଼ିଯାଇଥିଲେ ସୁଦ୍ଧା ସରକାରୀ ସହାୟତା ଏମାନଙ୍କ ଲାଗି ସାତସପନ ପାଲଟିଯାଇଛି । ରାଜନେତାଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କୁ ଗୁହାରି କରିଥିଲେ ସୁଦ୍ଧା କିଛି ସୁଫଳ ମିଳିନାହିଁ । ଘର ନଥିବାରୁ ଏମାନେ ବାଧ୍ୟ ହୋଇ ଗୁହାଳଘରେ କାଟୁଛନ୍ତି ଦିନ । ଏମାନଙ୍କୁ ଶୀଘ୍ର ଆବାସ ଯୋଜନାରେ ପକ୍କାଘର ଯୋଗାଇ ଦିଆଯାଉ ବୋଲି ଗାଁଲୋକେ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’