ବଡ଼ ଖବର : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ବର୍ଷର ସାଧାରଣ ବଜେଟ୍ ଆଗତ କରୁଛନ୍ତି । କରୋନା ମହାମାରୀ ପରେ ଏହା ପ୍ରଥମ ବଜେଟ୍ । ଚଳିତ ଥର ଡିଜିଟାଲ ବଜେଟ୍ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ବର୍ଷ ୨୦୨୧ ଐତିହାସିକ ବଜେଟ୍ । ଯାହା ଉପରେ ସାରା ଦେଶର ରହିଛି ନଜର ।
ରେଲେୱେ ପାଇଁ ବଜେଟରେ ୧, ୧୦, ୦୫୫ କୋଟି ବ୍ୟୟବରାଦ ।
ରେଳ ଲାଇନ ବିଦ୍ୟୁତକରଣ କାର୍ଯ୍ୟ ୭୨% ପୂରଣ ଲକ୍ଷ୍ୟ ।
୨୭ଟି ସହରରେ ଆଉ ୧୦୬୦କିମି ମେଟ୍ରୋ ଲାଇନ ହେବ ।
ବେଙ୍ଗଲୁରୁ ଏବଂ ଚେନ୍ନାଇ ମେଟ୍ରୋ ସଂପ୍ରସାରଣ ହେବ ।
୨୦୨୨ ମାର୍ଚ୍ଚ ସୁଦ୍ଧା ଆଉ ୧୧ ହଜାର କିମି NH ତିଆରି ହେବ ।
କେବଳ ପଶ୍ଚିମ ବଙ୍ଗରେ ଆଉ ୬୭୫ କିମି NH ହେବ ।
ଜୁନ୍ ୨୦୨୨ ସୁଦ୍ଧା ୨ଟି ରେଳ ଫ୍ରେଟ କରିଡର ସଂପୂର୍ଣ୍ଣ କରାଯିବ ।
ଆଉ ୩ଟି ରେଳ ଫ୍ରେଟ କରିଡର ପାଇଁ ବଜେଟରେ ଘୋଷଣା ।
ଖଡ଼ଗପୁରରୁ ବିଜୟୱାଡ଼ା ହେବ ଇଷ୍ଟକୋଷ୍ଟ କରିଡ଼ର ।
ଇଷ୍ଟ-ୱେଷ୍ଟ କରିଡର ଏବଂ ନର୍ଥ-ସାଉଥ କରିଡ଼ର ପାଇଁ ବି ଘୋଷଣା ।
ହାଇଡ୍ରୋଜେନ୍ ଏନର୍ଜୀ ମିଶନ ଆରମ୍ଭ କରାଯିବାକୁ ଘୋଷଣା ।
ଶକ୍ତି କ୍ଷେତ୍ରରେ ସଂସ୍କାର ଆଣିବାକୁ ବଜେଟରେ ବଡ଼ ଘୋଷଣା ।
ଉଜ୍ଜ୍ୱଳା ଯୋଜନା ସଂପ୍ରସାରଣ ପାଇଁ ଘୋଷଣା ।
ଜାମ୍ମୁ କାଶ୍ମୀରରେ ଗ୍ୟାସ୍ ପାଇପଲାଇନ ବିଛାଇବାକୁ ଘୋଷଣା ।
ଆଗାମୀ ୩ ବର୍ଷରେ ଆଉ ୧୦୦ ଜିଲ୍ଲାରେ ସିଟି ଗ୍ୟାସ୍ ବିତରଣ ।
ବୀମା କ୍ଷେତ୍ରରେ ୭୪% ପାଇଁ ବଜେଟରେ ଘୋଷଣା ।
ବାୟୁ ପ୍ରଦୂଷଣ ସମସ୍ୟାର ମୁକାବିଲା ପାଇଁ ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ୪୨ଟି ସହର ପାଇଁ ୨୨୧୭ କୋଟି ଟଙ୍କା ଆବଣ୍ଟନ ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ୨,୨୩,୮୪୬ କୋଟି ଟଙ୍କା ଖର୍ଚ୍ଚ ହେବ ।
ପାରାଦୀପରେ ହେବ ମାଛଧରା ହବ୍ ।
ଦେଶରେ ୧୦୦ଟି ନୂଆ ସୈନିକ ସ୍କୁଲ ପ୍ରତିଷ୍ଠା ହେବ ।
ଲେହରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ବଜେଟ୍ ୨୦୨୦-୨୧ରେ ଘୋଷଣା କରାଯାଇଛି ।
୪ କୋଟି ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ୩୫ହଜାର କୋଟି ଟଙ୍କାର ବ୍ୟୟ ବରାଦ ରଖାଯାଇଛି ।
ଚଳିତ ବର୍ଷ ଗଗନୟାନ ମିଶନର ମାନ ପରୀକ୍ଷଣ ଡିସେମ୍ବରରେ କରାଯିବ ।
‘ଇଜ୍ ଅଫ୍ ଡୁଇଂ’ ବିଜନେସ୍ ଆଧାରରେ ଏକ ଟ୍ରିବ୍ୟୁନାଲ ଗଠନ କରାଯିବ । ଯାହା ବିଭିନ୍ନ କମ୍ପାନୀ ବିବାଦର ସମାଧାନ କରିବ ।ଭାରତରେ ଆଗାମୀ ଦିନରେ ହେବାକୁ ଥିବା ଜନଗଣନା ସଂପୂର୍ଣ୍ଣ ଭାବେ ଡିଜିଟାଲ୍ ମାଧ୍ୟମରେ ହେବ । ଏଥିପାଇଁ ୩୭୬୦ କୋଟି ଟଙ୍କା ଆଭଣ୍ଟିତ କରାଯାଇଛି ।
୨୦୨୧-୨୨ ଆର୍ଥିକ ବର୍ଷରେ ସରକାର ଆଇପିଓ ଆଣିବ ।