Masthead

ଦେଶ ପାଇଁ ଗୌରବ ଆଣିଥିବା ପ୍ରତିଭା ଏବେ ଦିନ ମଜୁରିଆ

ନବରଙ୍ଗପୁର (ବଡ଼ ଖବର ବ୍ୟୁରୋ): ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଦେଶ ପାଇଁ ତିନି ଥର ପ୍ରତିନିଧିତ୍ଵ କରି ଦୁଇ ଥର ସ୍ଵର୍ଣ୍ଣ ପଦକ ଓ ଥରେ ବ୍ରୋଞ୍ଚ ପଦକ ହାସଲ କରିବା ସହିତ ଜାତୀୟ ଓ ରାଜ୍ୟସ୍ତରୀୟ ଅନେକ ପ୍ରତିଯୋଗିତାରେ ପଦକ ହାସଲ କରିଛନ୍ତି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ କୁର୍ଶି ପଞ୍ଚାୟତ ତେଲାରି ଗ୍ରାମର ଅରୁଣ ସାନ୍ତା। ଦେଶ ପାଇଁ ଗୈାରବ ଆଣିବା ସହ ଏତେ ପ୍ରତିଭା ଥିବା ସତ୍ୱେ ବି ପର ପାଖରେ ମୂଲ ଲାଗି ଓ ଚାଷ କରି ଜୀବିକା ଅର୍ଜନ କରିବାକୁ ବାଧ୍ୟ ହୋଇଛନ୍ତି। କେନ୍ଦ୍ର କିମ୍ବା ରାଜ୍ୟ ସରକାର ଦୃଷ୍ଟି ଦେଇ ନାହାନ୍ତି ଏହି ପ୍ରତିଭାକୁ । ଦେଶ ପାଇଁ ଖେଳି ପାଠ ମଧ୍ୟ ପଢି ପାରି ନଥିଲେ । ତେଣୁ ଆଜି ମୂଲ ଲାଗିବାକୁ ପଡୁଛି ବୋଲି ପ୍ରକାଶ କରିଛନ୍ତି ଅରୁଣ ।

ପ୍ରଥମ ରୁ ତୃତୀୟ ଶ୍ରେଣୀ ଯାଏ ତାରାକାନାଡି ଚତୁର୍ଥ ରୁ ସପ୍ତମ ଶ୍ରେଣୀ ଯାଏ ବଡଭରଣ୍ଡି ଆଶ୍ରମ ବିଦ୍ୟାଳୟରେ  ପାଠ ପଢିଥିଲେ ଅରୁଣ । ସେହି ଠାରୁ ବ୍ରହ୍ମପୁର ହଷ୍ଟେଲରେ ରହି ଭାର ଉତ୍ତୋଳନ ତାଲିମ ନେଇ ଜାତୀୟ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଜୁନିଅର ଆନ୍ତର୍ଜାତୀୟ ସ୍ତରୀୟ କମନ ୱେଲଥ ଚମ୍ପିୟାନସିପ ପ୍ରତିଯୋଗିତାରେ ସ୍ଵର୍ଣ୍ଣ ପଦକ, ଏସିଆନ କପରେ ସ୍ଵର୍ଣ୍ଣ ଓ ୱାଲଡ ଚମ୍ପିୟାନସିପରେ ପ୍ରତିନିଧିତ୍ଵ ମଧ୍ୟ କରିଥିଲେ । ଅଲମ୍ପିକ୍ସରେ ଖେଳିବାର ଲକ୍ଷ ଥିଲା କିନ୍ତୁ ସରକାର ସହାୟତା ନମିଳିବାରୁ ଡ୍ରପ କରିଥିଲେ ।

କିଛି ଦିନ ଭୁବନେଶ୍ଵର ରହି ଗୋଟେ ଜିମରେ କାମ କରୁଥିଲେ । ଲକଡାଉନରେ ଘରକୁ ଚାଲି ଆସିଲା ପରେ ଚାଷ କାମ କରୁଛନ୍ତି ଅରୁଣ । ଉମରକୋଟରେ ଗୋଟିଏ ଏକାଡେମୀ ଖୋଲିବା ପାଇଁ ଇଚ୍ଛା ଥିବା ସତ୍ୱେ ଟଙ୍କା ଅଭାବରୁ ଖୋଲି ପାରିନଥିଲେ । ଲକ୍ଷ୍ୟ ଥିଲା ଅଲମ୍ପିକ୍ସରେ ଖେଳିବେ ଦେଶ ପାଇଁ ପଦକ ଆଣିବେ କିନ୍ତୁ ସହାୟତା ଅଭାବରୁ ସପ୍ନ ପୂରଣ ହୋଇ ପାରିଲା ନାହିଁ । ନିଜ ଗ୍ରାମରେ ରହି ଚାଷ କାମ ସହ ଏବେ ଦିନ ମଜୁରିଆ କାମ କରୁଛନ୍ତି । ସ୍ପୋର୍ଟସ ଏକାଡେମୀ ଖୋଲିବା ପାଇଁ ସରକାରୀ ସହାୟତା ଅପେକ୍ଷାରେ ଅଛନ୍ତି ଅରୁଣ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ