Masthead

WTC ଫାଇନାଲ: ବୋଲିଂ କରୁଛି ଭାରତ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟରୋ) : ଇଂଲଣ୍ଡର ଓଭାଲରେ ଆରମ୍ଭ ହୋଇଛି ବହୁପ୍ରତିକ୍ଷୀତ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ । ଫାଇନାଲ ମ୍ୟାଚ୍‌ରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା । ସୁଇଂ ଓ ପେସକୁ ସୁହାଉଥିବା ଏହି ପିଚ୍‌ରେ ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆର ଦଳ ୫୦ ରନ୍ ଅତିକ୍ରମ କରିଛି । ଗୋଟିଏ ୱିକେଟ୍ ହରାଇ ଦଳ ୧୮ ଓଭରରେ ୬୦ ରନ୍ ସଂଗ୍ରହ କରିଛି। ଲାବୁଶେନ୍ ଓ ଓ୍ବାର୍ଣ୍ଣର କ୍ରିଜରେ ଅଛନ୍ତି । ୱାର୍ଣ୍ଣର ୩୯ ରନ୍ ସଂଗ୍ରହ କରିଥିବା ବେଳେ ଲାବୁଶେନ ୩୯ ରନ ସଂଗ୍ରେହ କରି ଖେଳୁଛନ୍ତି ।

ଭାରତ ବୋଲିଂ ଆକ୍ରମଣରେ ପରିବର୍ତ୍ତନ ଆଣିବାପାଇଁ ଶାର୍ଦ୍ଦୁଲ ଠାକୁର ଏବଂ ଉମେଶ ଯାଦବଙ୍କୁ ସୁଯୋଗ ଦେଇଛି। ତେବେ ଭାରତ ପାଇଁ ପ୍ରଥମ ଓ୍ବିକେଟ ମହମ୍ମଦ ସିରାଜଙ୍କୁ ମିଳିଛି । ଭାରତ ଆଜିର ମ୍ୟାଚ୍‌ରେ ନିଜ ବୋଲିଂ ଆଟାକରେ ପରିବର୍ତ୍ତନ କରିଛି। ଦୁଇ ସ୍ପିନର ଓ ୩ ଦ୍ରୁତ ବୋଲର ପରମ୍ପରାରେ ଟିମ ମ୍ୟାନେଜମେଣ୍ଟ ରୋକ ଲଗାଇଛି। ଆଜି ଦଳ ଚୂଡ଼ାନ୍ତ ଏକାଦଶରେ ୪ ଦ୍ରୁତ ବୋଲରଙ୍କୁ ସାମିଲ କରିଥିବା ବେଳେ ରବିଚନ୍ଦ୍ର ଅଶ୍ୱିନ ପ୍ଲେଇଂ ଇଲେଭେନରୁ ବାଦ ପଡ଼ିଛନ୍ତି।

ଟିମରେ ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମେଶ ଯାଦବ ଓ ଶାର୍ଦ୍ଦୁଲ ଠାକୁର ଦ୍ରୁତ ବୋଲର ଭାବେ ସାମିଲ ଅଛନ୍ତି । ସେହିପରି ଈଶାନ କିଶନ ମଧ୍ୟ ଚୂଡ଼ାନ୍ତ ଏକାଦଶରୁ ବାଦ ପଡ଼ିଛନ୍ତି । ତେବେ ଦଳରେ ଏକମାତ୍ର ସ୍ପିନର ଭାବେ ରବୀନ୍ଦ୍ର ଜାଡେଜା ସାମିଲ ହୋଇଛନ୍ତି । ସେପଟେ ସୁଇଂ ଓ ପେସକୁ ଦ୍ରୁଷ୍ଟିରେ ରଖି ପ୍ରଥମେ ବୋଲିଂ କରିବା ପାଇଁ ଚାହୁଁଥିଲେ କଙ୍ଗାରୁ। ହେଲେ ଟସ୍‌ ହାରିବାରୁ ତାଙ୍କ ଦଳ ପ୍ରଥମେ ବ୍ୟାଟିଂ କରିଛି । ଚୂଡ଼ାନ୍ତ ଏକାଦଶରେ ଜୋଶ ହେଜେଲଉଡ ନଥିବାରୁ ନୂତନ ଖେଳାଳି ସ୍କଟ ବୋଲାଣ୍ଡ ସ୍ଥାନ ପାଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା