Masthead

ପୂର୍ଣ୍ଣ ଦର୍ଶକରେ ଖୋଲିଲା ସିନେମା ହଲ୍

ବଡ଼ ଖବର: ଆଜିଠୁ ପୂର୍ଣ୍ଣ ଦର୍ଶକରେ ଖୋଲିଛି ସିନେମା ହଲ୍ । ଫେବୃଆରୀ ୧ ଅର୍ଥାତ୍ ଆଜି ଠାରୁ ସାରା ଦେଶରେ ସିନେମା ହଲ୍ ଗୁଡ଼ିକ ଶତ ପ୍ରତିଶତ ଦର୍ଶକଙ୍କୁ ନେଇ ଖୋଲିଛି । ଏଥିପାଇଁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । ଏଥିପାଇଁ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଏସଓପି ଜାରି କରାଯାଇଛି । କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ଚଳଚିତ୍ର ଶିଳ୍ପ ପକ୍ଷରୁ ସ୍ୱାଗତ କରାଯାଇଛି । ଗତବର୍ଷ ଅକ୍ଟୋବରରେ ସିନେମା ହଲ୍ ଗୁଡ଼ିକ ୫୦ପ୍ରତିଶତ ଦର୍ଶକଙ୍କୁ ନେଇ ଖୋଲିବା ପାଇଁ ଅନୁମତି ମିଳିଥିଲା । ଏବେ ପୂର୍ଣ୍ଣ ଦର୍ଶକଙ୍କୁ ନେଇ ଖୋଲିବାକୁ ଅନୁମତି ମିଳିଛି ।

ଜାରି କରାଯାଇଥିବା ଏସଓପି ଅନୁଯାୟୀ, ସିନେମା ହଲ ବାହାରେ ଓ ଜନଗହଳି ରହୁଥିବା ସ୍ଥାନରେ ସମାଜିକ ଦୂରତା ପାଳନ କରାଯିବ । ପ୍ରତି ଲୋକଙ୍କ ମଧ୍ୟରେ ୬ ଫୁଟ ଦୂରତା ରହିବ । ସିନେମା ହଲ ମଧ୍ୟରେ ମାସ୍କକୁ ବାଧ୍ୟତାମୂଳକ କରାଯିବ । ହଲ୍ ଭିତରେ ପ୍ରବେଶ କରିବା ପୂର୍ବରୁ ସାନିଟାଇଜ ବ୍ୟବସ୍ଥା ରହିଛି । ଟିକେଟ କାଉଣ୍ଟରରେ ଗହଳି କମାଇବା ପାଇଁ ଅଧିକ ସଂଖ୍ୟାରେ ଟିକେଟ କାଉଣ୍ଟର ଖୋଲାଯିବ । ସେପଟେ ଅନ୍ଲାଇନ ଟିକେଟ ବୁକିଂ ଉପରେ ଅଧିକ ଗୁରୁତ୍ୱ ଦିଆଯିବ । ପ୍ରତ୍ୟେକ ଶୋ’ ପରେ ଅଡିଟୋରିୟମକୁ ମଧ୍ୟ ସାନିଟାଇଜ କରାଯିବା ବାଧ୍ୟତାମୂଳକ ବୋଲି ଏସଓପିରେ କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ