Masthead

ପିପିଲିରେ ରାଜନୈତିକ ଉଷ୍ମତା

ପିପିଲି (ବଡ଼ ଖବର ବ୍ୟୁରୋ): ପିପିଲି ଉପନିର୍ଵାଚନ ପୂର୍ଵରୁ ନିଜକୁ ପ୍ରସ୍ତୁତ କଲେଣି ତିନି ପ୍ରମୁଖ ଦଳ । ଶାସକ ବିଜେଡି, ଓ କଂଗ୍ରେସ ରେ କିଏ ହେବ ପ୍ରାର୍ଥୀ ତାକୁ ନେଇ ଦଳ ଭିତରେ ପ୍ରତିଦ୍ଵନ୍ଦିତା ଲାଗି ରହିଥିବା ବେଳେ ବିଜେପିର ପ୍ରାର୍ଥୀ ପ୍ରାୟ ଏକ ପ୍ରକାର ନିଶ୍ଚିତ ହୋଇଥିବା ଦଳୀୟ ନେତାଙ୍କ ବକ୍ତବ୍ୟରୁ ସ୍ପଷ୍ଟ ହୋଇଛି । ସେପଟେ ବିଜେଡିରେ ଖୋଲା ଖୋଲି ପ୍ରତିଭାଙ୍କୁ ଟିକେଟ ପ୍ରଦାନ କରୁ ବୋଲି ଦଳୀୟ ନେତାଙ୍କ ବୟାନ ପରେ ରାଜନିତୀ ପାଣିପାଗ ରେ ଉଷ୍ମତା ଭରି ଦେଇଛି ।

ଅନ୍ୟପଟେ ବିଭିନ୍ନ ଛୋଟ ଦଳ ମଧ୍ୟ ପ୍ରଥମକରି ଉପନିର୍ବାଚନରେ ମିଳିତ ଭାବେ ପ୍ରାର୍ଥୀ ଦେବେ ବୋଲି ସାମ୍ବାଦିକ ସମ୍ମିଳନୀ ଜରିଆରେ ସ୍ପଷ୍ଟ କରି ସାରିଲେଣି । ଦଳୀୟ ଟିକେଟ ନେଇ ବିଜେଡି ଓ କଂଗ୍ରେସ ମଧ୍ୟରେ ମତାନ୍ତର ଲାଗି ରହିଥିବା ବେଳେ ଉଭୟ ଦଳରେ ଅ।ଶାୟୀଙ୍କ ଲମ୍ଵା ତାଲିକା ଲାଗିଛି । ବିଜେଡିରେ ପ୍ରଦୀପ ମହାରଥୀଙ୍କ ପରିବାରରୁ ପ୍ରତିଭା ଓ ରୁଦ୍ର ଅ।ଶାୟୀ ଥିବାବେଳେ ଦଳ ଏମାନଙ୍କ ଭିତରୁ କାହାରିକୁ ଟିକେଟ ଦେଇ ପାରେ ବୋଲି ଚର୍ଚ୍ଚା ଲାଗି ରହିଥିବା ବେଳେ ପ୍ରତିଭାଙ୍କ ସପକ୍ଷରେ ଖେ।ଲାଖୋଲି ବିଜେଡିର ବରିଷ୍ଠ ନେତା ବାହାରି ଟିକେଟ ଦାବୀ କରିଛନ୍ତି । ସେପଟେ ବିଜେଡି ଭଳି କଂଗ୍ରେସ ମଧ୍ୟ ସମାନ ଅବସ୍ଥା ଦେଇ ଗତି କରୁଛି । ଅ।ଶାୟୀଙ୍କ ମଧ୍ୟରେ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଅଜିତ ମଙ୍ଗରାଜ , ନିଶିକାନ୍ତ ମିଶ୍ର, ପିପିଲି ବ୍ଲକ ପୂର୍ଵତନ ଅଧକ୍ଷ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ , ମହିଳା କଂଗ୍ରେସ ରାଜ୍ୟ ସଂପାଦିକା ନିରୁପମା ପାତ୍ର ପ୍ରମୁଖ କଂଗ୍ରେସ ଟିକେଟ ପାଇଁ ଆଶାୟୀ ଅଛନ୍ତି ।

ସେପଟେ ଦଳିତ ମହାସଂଘ ରାଜ୍ୟ ସଭାପତି ବିଜୟ ସେଠୀ ରିପବ୍ଲିକାନ ପାର୍ଟି ସହ ମିଳିତ ଭାବେ ଉପନିର୍ବାଚନରେ ପ୍ରାର୍ଥୀ ଦେବା ନେଇ ପ୍ରସ୍ତୁତି ଚଳାଇଛନ୍ତି । ସେପଟେ ଏହି ଉପନିର୍ବାଚନ ପାଇଁ ପ୍ରଥମ କରି ପିପିଲିରେ ନୂଆ ସମୀକରଣ ଦେଖିବାକୁ ମିଳିଛି । ଜାତୀୟ ଦଳିତ ଆଦିବାସୀ ମାଇନାରୀଟି ମହାସଂଘ ଏବଂ ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ ମିଳିତ ଭାବେ ପ୍ରାର୍ଥୀ ଦେବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଘୋଷଣା କରିଛନ୍ତି । ଏହି ଦୁଇ ଦଳର ମୁଖିଆଙ୍କ ମତ ଯେ ଏଇ ଦଳିତ ଓ ସଂଖ୍ୟାଲଘୁ ଶ୍ରେଣୀର ଭୋଟ ପ୍ରତ୍ୟେକ ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେଇଥାଏ ।

ତେଣୁ ଏହି ନିର୍ବାଚନରେ ଖାଦ୍ୟ, ବସ୍ତ୍ର ଓ ବାସଗୃହ ଭଳି ମୌଳିକ ଅଧିକାରକୁ ରାଜନୈତିକ ମୁଦା କରି ଆମ ପ୍ରାର୍ଥୀ ମୈଦାନକୁ ଓହ୍ଲାଇବ ବୋଲି ପ୍ରତିକ୍ରିୟା ରଖିଛନ୍ତି ଉଭୟ ନେତା । ଅନ୍ୟପକ୍ଷେ ପିପିଲିରେ ନିର୍ଵାଚନ ପୂର୍ଵରୁ ରାଜନିତୀ ପାଣିପାଗରେ ଉଷ୍ମତା ଲାଗି ରହିଥିବା ବେଳେ କିଏ ହେବ କେଉଁ ଦଳର ପ୍ରାର୍ଥୀ ତାକୁ ନେଇ ସସ୍ପେନ୍ସ ଏବେ ମଧ୍ୟ ଲାଗି ରହିଛି । ଏହି ଦୁଇ ଦଳର ମେଣ୍ଟ ପ୍ରାର୍ଥୀ ଉପନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେବ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼