Masthead

ଓଡ଼ିଶାରେ ଆନ୍ଧ୍ରର ଦାଦାଗିରି: ବୁଧବାର ସୁପ୍ରିମକୋର୍ଟ ଯିବେ ସରକାର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବହୁତ ହୋଇଗଲା । ଆଉ ସହି ହେବନି । ପାନେ ଦେବାକୁ ପଡ଼ିବ । ସବୁ ଦିନ ପାଇଁ ବିବାଦର ପୁର୍ଣ୍ଣଛେଦ ଟାଣିବାକୁ ପଡ଼ିବ । ଏଭଳି ଢଙ୍ଗରେ ରାଜ୍ୟସରକାର ଆନ୍ଧ୍ରକୁ କହିଛନ୍ତି । ଓଡ଼ିଶାର ଗଞ୍ଜାମ ,ରାୟଗଡ଼ା, ଗଜପତି ଓ କୋରପୁଟ ଜିଲ୍ଳା ସୀମାନ୍ତକୁ ଲାଗିଥିବା ଆନ୍ଧ୍ରପ୍ରଦେଶର ଅନୁପ୍ରବେଶକୁ ରୋକିବା ପାଇଁ ସାରକାର ଦୃଢ ପଦକ୍ଷପ ନେବାକୁ ଯାଉଛନ୍ତି । ଓଡ଼ିାଶାରେ ଆନ୍ଧ୍ରର ଦାଦାଗିରି ବନ୍ଦ କରିବା ପାଇଁ ସରକାରୀ ସ୍ତରରେ ଆରମ୍ଭ ହୋଇଛି ଜୋରଦାର ଉଦ୍ୟମ ।

କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ ଉପରେ ଲାଗିବ ଅଙ୍କୁଶ । ଆନ୍ଧ୍ର ସରକାର ସହ ବିବାଦୀୟ ପ୍ରସଙ୍ଗ ଓଡ଼ିଶା ସରକାର ଆଉ ଆଲୋଚନା କରିବେ ନାହିଁ । ବାରମ୍ବାର ଉଲଙ୍ଘନ କରୁଥିବା ଆନ୍ଧ୍ର ସରକାରକୁ ସାବାଡ଼ କରିବା ପାଇଁ ଓଡ଼ିଶା ସରକାର ସୁପ୍ରିମକୋର୍ଟରେ କରିବେ ଆବେଦନ । ଆସନ୍ତା ବୁଧବାର ରାଜ୍ୟସରକାର ସମସ୍ତ ତଥ୍ୟ ଓ ପ୍ରମାଣ ସୁପ୍ରିମକୋର୍ଟରେ ରଖିବେ ।

ସୋମବାର ରାଜ୍ୟସରକାରଙ୍କ ବରିଷ୍ଠ ଅଧିକାରୀ ଓ ଆଡ଼ଭୋକେଟ ଜେନେରାଲଙ୍କ ମଧ୍ୟରେ ବିସ୍ତୃତ ଆଲୋଚନା ହୋଇଥିଲା । ମହଜୁତ ଥିବା ଦସ୍ତାବିଚ ଓ ଆଇନର ବିଭିନ୍ନ ଦିଗ ସମ୍ପର୍କରେ ହୋଇଥିଲା ଆଲୋଚନା । ଆବଶ୍ୟକ ତଥ୍ୟ ଓ ପ୍ରମାଣ କୋରାପୁଟ ଜିଲ୍ଳା ପ୍ରଶାସନ ଯୋଗାଇଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ୧୯୬୮ରେ ଯେଉଁ ସବୁ ବିଷୟକୁ ନେଇ ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ଆନ୍ଧ୍ର ବିରୋଧରେ ମାମଲା କରିଥିଲେ , ସେ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି ।

ଏହି ଆଲୋଚନାରେ ଗତ ୨୦ ବର୍ଷର ତଥ୍ୟ ଉପସ୍ଥାପନା କରାଯାଇଥିଲା । ରାଜସ୍ୱ ବିଭାଗ ଓ କୋରାପୁଟ ଜିଲ୍ଳା ପ୍ରଶାସନ ଦେଇଥିବା ତଥ୍ୟକୁ ଆଡ଼ଭୋକେଟ ଜେନେରାଲ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇଥିଲେ । ସୁପ୍ରିମକୋର୍ଟରେ ଆବେଦନ କରିବାପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସବୁଜ ସଙ୍କେତ ମିଳିଥିବା କୁହାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ