Masthead

ଜିମ୍ବାୱେ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ହିଥ୍ ଷ୍ଟ୍ରିକ୍‌ଙ୍କ ପରଲୋକ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ):  ଜିମ୍ବାୱେ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ହିଥ୍ ଷ୍ଟ୍ରିକ୍‌ଙ୍କ ପରଲୋକ । କ୍ୟାନସରରେ ଆକ୍ରାନ୍ତ ହିଥ୍ ଷ୍ଟ୍ରିକ୍‌ଙ୍କ ୪୯ ବର୍ଷ ବୟସରେ ପରଲୋକ । ଦେଶ ପାଇଁ ୬୫ ଟେଷ୍ଟ, ୧୮୯ ଦିନିକିଆ ଖେଳିଛନ୍ତି ଷ୍ଟ୍ରିକ୍ । ୯୦ ଦଶକରେ ମହାନ ଅଲ୍‌ରାଉଣ୍ଡର ଭାବେ ଜଣାଶୁଣା ଥିଲେ ଷ୍ଟ୍ରିକ । ମଙ୍ଗଳବାର ଦିନ ଜିମ୍ବାୱେର ପୂର୍ବତନ ପ୍ରଖ୍ୟାତ କ୍ରିକେଟ୍‌ ଅଲ୍‌ରାଉଣ୍ଡର୍‌ ହିଥ୍‌ ‌ଷ୍ଟ୍ରିକ୍‌ଙ୍କର ଦେହାନ୍ତ ହୋଇଯାଇଥିବା କଥା ତାଙ୍କର ବୋଲିଙ୍ଗ୍‌ ପାର୍ଟନର୍‌ ହେନ୍‌ରି ଓଲଙ୍ଗ୍‌ ‘ଏକ୍ସ୍‌’ କରି ସୂଚନା ଦେଇଛନ୍ତି। ଦୀର୍ଘ ଦିନ ହେବ ସେ କର୍କଟ ରୋଗରେ ପୀଡ଼ିତ ଥିଲେ ।

ସେ ଦକ୍ଷିଣ ଆଫ୍ରିକାରେ ଚିକିତ୍ସିତ ହେଉଥିଲେ। ଜିମ୍ବାୱେର ପୂର୍ବତନ ଫାଷ୍ଟ୍‌ ବୋଲର୍‌ ହେନ୍‌ରି ଅଲଙ୍ଗ୍‌ ଶୋକବ୍ୟକ୍ତ ରି ‘ଏକ୍ସ’ (ଟୁଇଟ୍‌) କରିଛନ୍ତି ହିଥ୍ ଆରପରିକୁ ଚାଲିଯାଇଛନ୍ତି ବୋଲି ଦୁଃଖଦ ଖବର ଆସିଛି। ସାଥୀ କ୍ରିକେଟ୍‌ ଖେଳାଳି ଷ୍ଟ୍ରିକ୍‌ଙ୍କୁ ପ୍ରଶଂସା କରି ଲେଖିଛନ୍ତି, ସେ ଥିଲେ ଜିମ୍ବାୱେର ଶ୍ରେଷ୍ଠ ‘ଅଲ୍‌ ରାଉଣ୍ଡର୍‌’ । ବୋଲିଙ୍ଗ୍‌ କ୍ଷେତ୍ରରେ ଷ୍ଟ୍ରିକ୍‌ଙ୍କର ଅସାଧାରଣ ଦକ୍ଷତା ଥିଲେ ବି ବ୍ୟାଟିଂରେ ବି ତାଙ୍କର କମ୍‌ ପାରଦର୍ଶିତା ନ ଥିଲା।

୧୯୯୩ରେ ସର୍ବ ପ୍ରଥମେ ପାକିସ୍ତାନ ବିପକ୍ଷରେ ଖେଳି ଷ୍ଟ୍ରିକ୍‌ କ୍ରିକେଟ୍‌ କ୍ୟାରିୟର୍‌ ଆରମ୍ଭ କରିଥିଲେ। ରାୱଲ୍‌ ପିଣ୍ଡିରେ ଅନୁଷ୍ଠିତ ଦ୍ବିତୀୟ ଟେଷ୍ଟରେ ୮ଟି ୱିକେଟ୍‌ନେଇ ସୁଖ୍ୟାତି ଅର୍ଜନ କରିଥିଲେ। ୨୦୦୫ରେ ସେ ଜିମ୍ବାୱେ କ୍ରିକେଟ୍‌ ଟିମ୍‌ରୁ ଅବ୍ୟାହତି ନେଇଥିଲେ। ଅବସର ଗ୍ରହଣ ପରେ ସେ ଜିମ୍ବାୱେ, ସ୍କଟ୍‌ଲାଣ୍ଡ୍‌, ବାଂଲାଦେଶ, ଗୁଜରାଟ ଲାଇଅନ୍‌ସ୍‌ ଓ କୋଲ୍‌କାତା ନାଇଟ୍‌ ରାଇଡର୍‌ ପ୍ରଭୃତିଙ୍କର କୋଚ୍‌ ଭାବେ କାମ କରି କ୍ରିକେଟ୍‌ ଖେଳ ସହିତ ଜଡ଼ିତ ଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି