Masthead

ଥାନା ହାଜତରେ କୁକୁଡ଼ା

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ଆମେ ଆପଣଙ୍କୁ ଏଭଳି ଏକ କଥା କହୁଛୁ , ବିଶ୍ୱାସ ହୋଇନପାରେ , କିନ୍ତୁ ସତ । ସାଧାରଣତଃ ମଣିଷ ମାନଙ୍କୁ ଅସାମାଜିକ କାର୍ଯ୍ୟକଳାପ ଅଭିଯୋଗରେ ପୋଲିସ ଗିରଫ କରି ଥାନା ହାଜତରେ ରଖେ, ପରେ କୋର୍ଟ ଚାଲଣ କରିଥାଏ । କିନ୍ତୁ ୨୬ ଦିନ ହେଲା ମଣିଷ ବଦଳରେ କୁକୁଡ଼ା ଥାନା ହାଜତରେ ରହିବା ଆପଣ ଶୁଣି ନଥିବେ ।

ଜୁଆ ଖେଳ ବେଳେ ଚଢ଼ାଉ କଲା ପୋଲିସ । ୨ ଜୁଆଡ଼ିଙ୍କ ସହ ଗଞ୍ଜା ୨ଟିକୁ ବାନ୍ଧି ନେଇ ଜେଲରେ ପଶାଇଲା ପୋଲିସ । ଜୁଆଡ଼ି ୨ ଜଣ ଜାମିନରେ ପଳାଇ ଆସିଥିବା ବେଳେ ଗଞ୍ଜା ୨ଟିକୁ କିନ୍ତୁ ଜାମିନରେ ନେଇନଥିଲେ । ପ୍ର୍ରୟ ୨୬ ଦିନ ଧରି ଗଞ୍ଜା ୨ଟି ଜେଲରେ ସଜା କାଟୁଥିବାବେଳେ ଉଭୟଙ୍କୁ ନିଲାମ କରାଯିବ ବୋଲି କହିଛି ପୋଲିସ। ଏପରି ଘଟଣା ଘଟିଛି ମାଲକାନଗିରି ସୀମା ତେଲାଙ୍ଗାନା ରାଜ୍ୟ ଖମାମ ଜିଲ୍ଲାର ବାନାପୁରମରେ। ଗତମାସରେ ପୋଙ୍ଗଲ ପୂର୍ବରୁ ଜାନୁଆରୀ ୧୦ରେ ତେଲେଙ୍ଗାନାର ବିଭିନ୍ନ ଅଞ୍ଚଳରେ ଜୁଆଖେଳ ହେଉଥିଲା ।

ସେଠାରେ ଗଞ୍ଜା ଦୁଇଟିକୁ ବାଜି ଲଗାଯାଇଥିଲା । ଯେଉଁ ଗଞ୍ଜା ଜିତିବ ସେ ମାଲିକ ବାଜିରେ ଲାଗିଥିବା ସବୁ ଟଙ୍କା ନେବ ବୋଲି ପୂର୍ବରୁ ନିର୍ଦ୍ଧାରିତ ହୋଇଥିଲା । ଏମିତି ଏକ ଜୁଆ ଖେଳ ଚାଲିଥିବା ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଏହାପରେ ୨ ଜୁଆଡ଼ିଙ୍କ ସହ ୨ ଗଞ୍ଜାକୁ ଗିରଫକରିଥିଲା । ଜୁଆଡ଼ି ଦୁହିଁକୁ ଜାମିନ ମିଳିଥିଲା ହେଲେ ଗଞ୍ଜା ୨ଟାକୁ କେହି ଜାମିନରେ ନେବାକୁ ଆସିଲେନି । ଏବେ ୨ଟି ଗଞ୍ଜା ଜେଲ ହାଜତରେ ଅଛନ୍ତି । ପୋଲିସର ସୂଚନା ଅନୁସାରେ, କୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ଗଞ୍ଜା ୨ଟିକୁ ନିଲାମ କରାଯିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ