Masthead

ପର ଲୋକରେ ଫିଲ୍ମ ଅଭିନେତା ରାଜୀବ କପୁର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବର୍ଷୀୟାନ ଅଭିନେତା ଋଷି କପୁର ଏବଂ ରଣଧୀର କପୁରଙ୍କ ସାନଭାଇ ରାଜୀବ କପୁର ଆଉ ଇହଧାମରେ ନାହାନ୍ତି । ୫୮ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ନିଧନ ଖବର ତାଙ୍କ ଭାଉଜ ନୀତୁ କପୁର ନିଜ ଇନଷ୍ଟାରେ ଜଣାଇଛନ୍ତି । ବଲିଉଡର କିମ୍ବଦନ୍ତୀ ରାଜ କପୁର ଏବଂ ପତ୍ନୀ କୃଷ୍ଣା କପୁରଙ୍କ ସବୁଠାରୁ ସାନ ସନ୍ତାନ ହେଲେ ରାଜୀବ କପୁର । ସେ ୧୯୬୨ ଅଗଷ୍ଟ ୨୫ରେ ଜନ୍ମଗ୍ରହଣ କରିଥିଲେ ।

ଆଜି ସକାଳେ ରାଜୀବ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କ ବଡ଼ଭାଇ ରଣଧୀର କପୁର ତାଙ୍କୁ ଇନଲାକ୍ସ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହସ୍ପିଟାଲରେ ପହଂଚିବା ପରେ ଡାକ୍ତରମାନେ ରାଜୀବଙ୍କୁ ମୃତ ଘୋଷଣା କରିଥିଲେ । ରାଜୀବ କପୁର ୧୯୮୩ର ‘ଏକ ଜାନ ହେଁ ହମ’ ଫିଲ୍ମରୁ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ । ୧୯୮୪ର ‘ ଆସମାନ’, ୧୯୮୫ର ‘ରାମ ତେରୀ ଗଙ୍ଗା ମେଲି’, ‘ଜବରଦସ୍ତ’ ଓ ‘ଲଭର ବୟ’ ଏବଂ ୧୯୮୮ର ‘ହମ ତୋ ଚଲେ ପରଦେଶ’ ଆଦି ପ୍ରମୁଖ ସୁପରହିଟ ଫିଲ୍ମରେ ନଜର ଆସିଥିଲେ । ପରେ ପରେ ଅଭିନୟରୁ ମୁହଁ ଫେରାଇ ଫିଲ୍ମ ନିର୍ଦ୍ଦେଶନା ଓ ପ୍ରଡକ୍ସନକୁ ଚାଲିଗଲେ ।

୧୯୯୬ରେ ରାଜୀବ ‘ପ୍ରେମ ଗ୍ରନ୍ଥ’ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ । ଯେଉଁଥିରେ ବଡଭାଇ ଋଷି କପୁର ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ସେ ୧୯୯୧ରେ ନିଜ ବଡ ଭାଇ ରଣଧୀର କପୁରଙ୍କ ସହ ମିଶି ‘ହେନା’ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ । ୧୯୯୯ରେ ‘ଅବ ଲୈାଟ ଚଲେଁ’ ଫିଲ୍ମରେ ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ । ଏହି ଭେଟରାନ୍ ଫିଲ୍ମ ଅଭିନେତାଙ୍କ ଆତ୍ମାର ସଦଗତି କାମନା କରୁଛି ‘ବଡ଼ ଖବର’ ପରିବାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ