ପର ଲୋକରେ ଫିଲ୍ମ ଅଭିନେତା ରାଜୀବ କପୁର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବର୍ଷୀୟାନ ଅଭିନେତା ଋଷି କପୁର ଏବଂ ରଣଧୀର କପୁରଙ୍କ ସାନଭାଇ ରାଜୀବ କପୁର ଆଉ ଇହଧାମରେ ନାହାନ୍ତି । ୫୮ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ନିଧନ ଖବର ତାଙ୍କ ଭାଉଜ ନୀତୁ କପୁର ନିଜ ଇନଷ୍ଟାରେ ଜଣାଇଛନ୍ତି । ବଲିଉଡର କିମ୍ବଦନ୍ତୀ ରାଜ କପୁର ଏବଂ ପତ୍ନୀ କୃଷ୍ଣା କପୁରଙ୍କ ସବୁଠାରୁ ସାନ ସନ୍ତାନ ହେଲେ ରାଜୀବ କପୁର । ସେ ୧୯୬୨ ଅଗଷ୍ଟ ୨୫ରେ ଜନ୍ମଗ୍ରହଣ କରିଥିଲେ ।

ଆଜି ସକାଳେ ରାଜୀବ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କ ବଡ଼ଭାଇ ରଣଧୀର କପୁର ତାଙ୍କୁ ଇନଲାକ୍ସ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହସ୍ପିଟାଲରେ ପହଂଚିବା ପରେ ଡାକ୍ତରମାନେ ରାଜୀବଙ୍କୁ ମୃତ ଘୋଷଣା କରିଥିଲେ । ରାଜୀବ କପୁର ୧୯୮୩ର ‘ଏକ ଜାନ ହେଁ ହମ’ ଫିଲ୍ମରୁ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ । ୧୯୮୪ର ‘ ଆସମାନ’, ୧୯୮୫ର ‘ରାମ ତେରୀ ଗଙ୍ଗା ମେଲି’, ‘ଜବରଦସ୍ତ’ ଓ ‘ଲଭର ବୟ’ ଏବଂ ୧୯୮୮ର ‘ହମ ତୋ ଚଲେ ପରଦେଶ’ ଆଦି ପ୍ରମୁଖ ସୁପରହିଟ ଫିଲ୍ମରେ ନଜର ଆସିଥିଲେ । ପରେ ପରେ ଅଭିନୟରୁ ମୁହଁ ଫେରାଇ ଫିଲ୍ମ ନିର୍ଦ୍ଦେଶନା ଓ ପ୍ରଡକ୍ସନକୁ ଚାଲିଗଲେ ।

୧୯୯୬ରେ ରାଜୀବ ‘ପ୍ରେମ ଗ୍ରନ୍ଥ’ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ । ଯେଉଁଥିରେ ବଡଭାଇ ଋଷି କପୁର ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ସେ ୧୯୯୧ରେ ନିଜ ବଡ ଭାଇ ରଣଧୀର କପୁରଙ୍କ ସହ ମିଶି ‘ହେନା’ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ । ୧୯୯୯ରେ ‘ଅବ ଲୈାଟ ଚଲେଁ’ ଫିଲ୍ମରେ ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ । ଏହି ଭେଟରାନ୍ ଫିଲ୍ମ ଅଭିନେତାଙ୍କ ଆତ୍ମାର ସଦଗତି କାମନା କରୁଛି ‘ବଡ଼ ଖବର’ ପରିବାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ