Masthead

ସ୍ୱାମୀଙ୍କ ଦରମା ବଢିଲେ ସ୍ତ୍ରୀ ମଧ୍ୟ ପାଇବ ବର୍ଦ୍ଧିତ ଭରଣପୋଷଣ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ହିନ୍ଦୁ ମ୍ୟାରେଜ ଆକ୍ଟ ଅନୁସାରେ ଉପଯୁକ୍ତ କାରଣ ଦର୍ଶାଇ ସ୍ୱାମୀ ସ୍ତ୍ରୀକୁ ଓ ସ୍ତ୍ରୀ ସ୍ୱାମୀକୁ ଛାଡ଼ପତ୍ର ଦେଇପାରିବେ । ତେବେ ଅଦଲାତଙ୍କ ନିର୍ଦ୍ଦେଶରେ କିଛି କ୍ଷେତ୍ରରେ ଛାଡ଼ପତ୍ର ପାଇଥିବା ସ୍ତ୍ରୀ ସ୍ୱାମୀଙ୍କ ଠାରୁ ଭରଣପୋଷଣ ପାଇଥାନ୍ତି । ଏହି ଭରଣପୋଷଣର ପରିମାଣ କୋର୍ଟ ଧାର୍ଯ୍ୟ କରିଥାନ୍ତି । ବଜାର ଦର ବୃଦ୍ଧି ଉପରେ ଏହାର କୌଣସି ପ୍ରଭାବ ପଡ଼ି ନଥାଏ । କୋର୍ଟ ଧାର୍ଯ୍ୟ କରିଥିବା ଭରଣପୋଷଣ ଅର୍ଥରେ ଛାଡ଼ପତ୍ର ପାଉଥିବା ମହିଳା କୌଣସି ପ୍ରକାରେ ଚଳିବାକୁ ବାଧ୍ୟ ହୋଇଥାନ୍ତି ।

ତଳ କୋର୍ଟଙ୍କ ଏଭଳି ଏକ ନିର୍ଦ୍ଦେଶକୁ ଦେବସ୍ମିତା କୌର୍ ପଞ୍ଜାବ ଓ ହରିୟାନା ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ସେ ତାଙ୍କ ଅଭିଯୋଗରେ ଦର୍ଶାଇ ଥିଲେ ଜେ ୨୦୧୦ ମସିହାରେ ତାଙ୍କ ସ୍ୱାମୀ ମୁନିନ୍ଦରଙ୍କ ଠାରୁ ସେ ଆଇନତଃ ଛାଡ଼ପତ୍ର ଗ୍ରହଣ କରିଛନ୍ତି । ପଞ୍ଜାକୋଟା ଅଦାଲତ ଧାର୍ଯ୍ୟ କରିଥିଲେ ଭରଣପୋଷଣ । ଏହା ଭିତରେ ଅନେକ ଦିନ ବିତିଗଲାଣି । ବଜାର ଦର ମଧ୍ୟ ବହୁତ ବଢିଲାଣି । ତେଣେ ଛାଡପତ୍ର ଦେଇଥିବା ସ୍ୱାମୀ ମୁନିନ୍ଦରଙ୍କ ଦରମା ୩ଗୁଣ ବୃଦ୍ଧି ପାଇଛି । ପୂର୍ବରୁ ଧାର୍ଯ୍ୟ ହୋଇଥିବା ଭରଣପୋଷଣ ବୃଦ୍ଧି କରାଯାଉ ।

ପଞ୍ଜାବ ଓ ହରିୟାନା ହାଇକୋର୍ଟ ଆବେଦକୁ ବିଚାର ପାଇଁ ଗ୍ରହଣ କରିଥିଲେ । ଆଉ ହେଇଛନ୍ତି ଯୁଗାନ୍ତକାରୀ ରାୟ । ସ୍ୱାମୀଙ୍କ ଦରମା ବୃଦ୍ଧି ହେଲେ ଭରଣପୋଷଣର ପରିମାଣ ସେହି ଅନୁପାତରେ ବୃଦ୍ଧି ପାଇବ ବୋଲି କୋର୍ଟ ଆଦେଶ ଦେଇଛନ୍ତି । ପଞ୍ଜାବ ଓ ହରିୟାନା ହାଇକୋର୍ଟଙ୍କ ଆଦେଶକୁ ମୁନିନ୍ଦର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼