Masthead

ଚଇତି ପର୍ବ ପାଇଁ ଜାରି ହେଲା ଗାଇଡଲାଇନ

କେନ୍ଦୁଝର ( ବଡ଼ ଖବର ବ୍ୟୁରୋ): ମା’ ତାରିଣୀଙ୍କ ପ୍ରସିଦ୍ଧ ଚଇତି ପର୍ବ ପାଇଁ ଜାରି ହେଲା ଗାଇଡଲାଇନ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନେଇଛି ମନ୍ଦିର ପ୍ରଶାସନ । ଏପ୍ରିଲ ୯ ରୁ ସାତ ଦିନ ଧରି ହେବାକୁ ଥିବା ଚଇତି ପର୍ବ ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଏନେଇ ସ୍ୱତନ୍ତ୍ର ଗାଇଡଲାଇନ ଜାରି କରାଯାଇଛି। କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମା’ ତାରିଣୀ ପ୍ରସିଦ୍ଧ ଚଇତି ପର୍ବ କରୋନା କଟକଣା ମଧ୍ୟରେ ପାଳନ କରାଯିବ ।

ମା’ଙ୍କ ସମସ୍ତ ନୀତିକାନ୍ତି , ସୁନାବେଶ , ଭାଗବତ ପାଠ ,ହୋମ ,ଚଣ୍ଡି ପାଠ ଓ ସତ୍ୟନାରାୟଣ ପୂଜା କରୋନା କଟକଣା ମଧ୍ୟରେ ପାଳନ କରାଯିବ । ଭକ୍ତଙ୍କ ଦ୍ୱାରା କୌଣସି ଭୋଗ ନୈବେଦ୍ୟ ଅର୍ପଣ କରାଯିବ ନାହିଁ । ଚଇତି ପର୍ବରେ ଏପ୍ରିଲ ୧୩ ଓ ୧୪ ତାରିଖ ପଣାସଂକ୍ରାନ୍ତି ଦୁଇଦିନ ଭକ୍ତଙ୍କ ପାଇଁ ମା’ଙ୍କ ଦର୍ଶନ ବନ୍ଦ ରହିବ । ଚଇତି ପର୍ବ ଅବସରରେ ଭକ୍ତଙ୍କ ସାଧାରଣ ଦର୍ଶନ ସକାଳ ୭ ରୁ ୧୨.୩୦ ପର୍ଯ୍ୟନ୍ତ ଓ ଅପରାହ୍ନ ୩.୩୦ ରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ଚାଲୁ ରହିବ । ମନ୍ଦିର ପରିସରରେ ଥିବା ସମସ୍ତ ପୂଜା ସାମଗ୍ରୀ ଦୋକାନ ବନ୍ଦ ରହିବ,ପଣା ଭୋଗ ଓ ଅନ୍ନ ଭୋଗ ବିତରଣ ବନ୍ଦ ରହିବ। ଏହି ପର୍ବରେ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାତିଲ କରାଯିବା । ମନ୍ଦିରର ସମସ୍ତ ସେବାୟତ,କର୍ମକର୍ତ୍ତା ଓ କର୍ମଚାରୀ କୋଭିଡ ନିୟମକୁ କଡାକଡି ଭାବେ ପାଳନ କରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର 🔴 ଆଗକୁ ବଢ଼ିପାରେ ତାତି 🔴 ଭିଡି ସତୀଶନ କେରଳମ ମୁଖ୍ୟମନ୍ତ୍ରୀ 🔴 ପବନରେ ଉଡ଼ିଗଲେ ବ୍ୟକ୍ତି! 🔴 ଭିଜିଲାନ୍ସ ଜାଲରେ ଡିଭିଜନ ଯନ୍ତ୍ରୀ 🔴 ଚିନି ରପ୍ତାନି ବନ୍ଦ କଲା ଭାରତ 🔴 ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ଆଶଙ୍କା 🔴 ବିଧାନସଭାରେ ବିଜୟଙ୍କ ବଡ଼ ବିଜୟ 🔴 ଟ୍ରକକୁ ଧକ୍କା ଦେଲା କାର୍ , ଦୁର୍ଘଟଣାରେ ଜଣେ ମୃତ 🔴 ଆଜି ବିଜୟଙ୍କ ଫ୍ଲୋର୍‌ ଟେଷ୍ଟ  🔴 ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର 🔴 ଆଗକୁ ବଢ଼ିପାରେ ତାତି 🔴 ଭିଡି ସତୀଶନ କେରଳମ ମୁଖ୍ୟମନ୍ତ୍ରୀ 🔴 ପବନରେ ଉଡ଼ିଗଲେ ବ୍ୟକ୍ତି! 🔴 ଭିଜିଲାନ୍ସ ଜାଲରେ ଡିଭିଜନ ଯନ୍ତ୍ରୀ 🔴 ଚିନି ରପ୍ତାନି ବନ୍ଦ କଲା ଭାରତ 🔴 ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ଆଶଙ୍କା 🔴 ବିଧାନସଭାରେ ବିଜୟଙ୍କ ବଡ଼ ବିଜୟ 🔴 ଟ୍ରକକୁ ଧକ୍କା ଦେଲା କାର୍ , ଦୁର୍ଘଟଣାରେ ଜଣେ ମୃତ 🔴 ଆଜି ବିଜୟଙ୍କ ଫ୍ଲୋର୍‌ ଟେଷ୍ଟ