Masthead

ଚଇତି ପର୍ବ ପାଇଁ ଜାରି ହେଲା ଗାଇଡଲାଇନ

କେନ୍ଦୁଝର ( ବଡ଼ ଖବର ବ୍ୟୁରୋ): ମା’ ତାରିଣୀଙ୍କ ପ୍ରସିଦ୍ଧ ଚଇତି ପର୍ବ ପାଇଁ ଜାରି ହେଲା ଗାଇଡଲାଇନ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନେଇଛି ମନ୍ଦିର ପ୍ରଶାସନ । ଏପ୍ରିଲ ୯ ରୁ ସାତ ଦିନ ଧରି ହେବାକୁ ଥିବା ଚଇତି ପର୍ବ ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଏନେଇ ସ୍ୱତନ୍ତ୍ର ଗାଇଡଲାଇନ ଜାରି କରାଯାଇଛି। କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମା’ ତାରିଣୀ ପ୍ରସିଦ୍ଧ ଚଇତି ପର୍ବ କରୋନା କଟକଣା ମଧ୍ୟରେ ପାଳନ କରାଯିବ ।

ମା’ଙ୍କ ସମସ୍ତ ନୀତିକାନ୍ତି , ସୁନାବେଶ , ଭାଗବତ ପାଠ ,ହୋମ ,ଚଣ୍ଡି ପାଠ ଓ ସତ୍ୟନାରାୟଣ ପୂଜା କରୋନା କଟକଣା ମଧ୍ୟରେ ପାଳନ କରାଯିବ । ଭକ୍ତଙ୍କ ଦ୍ୱାରା କୌଣସି ଭୋଗ ନୈବେଦ୍ୟ ଅର୍ପଣ କରାଯିବ ନାହିଁ । ଚଇତି ପର୍ବରେ ଏପ୍ରିଲ ୧୩ ଓ ୧୪ ତାରିଖ ପଣାସଂକ୍ରାନ୍ତି ଦୁଇଦିନ ଭକ୍ତଙ୍କ ପାଇଁ ମା’ଙ୍କ ଦର୍ଶନ ବନ୍ଦ ରହିବ । ଚଇତି ପର୍ବ ଅବସରରେ ଭକ୍ତଙ୍କ ସାଧାରଣ ଦର୍ଶନ ସକାଳ ୭ ରୁ ୧୨.୩୦ ପର୍ଯ୍ୟନ୍ତ ଓ ଅପରାହ୍ନ ୩.୩୦ ରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ଚାଲୁ ରହିବ । ମନ୍ଦିର ପରିସରରେ ଥିବା ସମସ୍ତ ପୂଜା ସାମଗ୍ରୀ ଦୋକାନ ବନ୍ଦ ରହିବ,ପଣା ଭୋଗ ଓ ଅନ୍ନ ଭୋଗ ବିତରଣ ବନ୍ଦ ରହିବ। ଏହି ପର୍ବରେ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାତିଲ କରାଯିବା । ମନ୍ଦିରର ସମସ୍ତ ସେବାୟତ,କର୍ମକର୍ତ୍ତା ଓ କର୍ମଚାରୀ କୋଭିଡ ନିୟମକୁ କଡାକଡି ଭାବେ ପାଳନ କରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ବିହାରରେ ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର 🔴 କାହା ଛତ୍ର ଛାୟାରେ ବନଖଣ୍ଡ ବିଟ୍ ଅଧିକାରୀ? 🔴 ଧରାପଡ଼ିଲା କେନ୍ଦୁଝର ବନବିଭାଗର ଆଉ ଏକ କେଳେଙ୍କାରୀ 🔴 ଆଜି କାରଗିଲ ବିଜୟ ଦିବସ 🔴 ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ମାଲଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ଅପରେସନ ସିନ୍ଦୂର ଜାରି ରହିଛି : ଅନିଲ ଚୌହାନ 🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ବିହାରରେ ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର 🔴 କାହା ଛତ୍ର ଛାୟାରେ ବନଖଣ୍ଡ ବିଟ୍ ଅଧିକାରୀ? 🔴 ଧରାପଡ଼ିଲା କେନ୍ଦୁଝର ବନବିଭାଗର ଆଉ ଏକ କେଳେଙ୍କାରୀ 🔴 ଆଜି କାରଗିଲ ବିଜୟ ଦିବସ 🔴 ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ମାଲଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ଅପରେସନ ସିନ୍ଦୂର ଜାରି ରହିଛି : ଅନିଲ ଚୌହାନ