Masthead

କୃଷକ ଆନ୍ଦୋଳନ: ଲାଲକିଲ୍ଲା ଘଟଣାର ସିନ ରି-କ୍ରିଏସନ କରିବେ ଦୀପ ସିଦ୍ଧୁ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଜାନୁଆରୀ ୨୬ ଦିନ ଲାଲକିଲ୍ଲାରେ ଘଟିଥିବା ଘଟଣାର ସିନ୍ ରି-କ୍ରିଏସନ କରିବା ପାଇଁ ଗିରଫ ହୋଇଥିବା ଦୀପ ସିଦ୍ଧୁ ଓ ଇକବାଲ ସିଂହଙ୍କୁ ଲାଲକିଲ୍ଲାକୁ ନେଇଛି ଦିଲ୍ଲୀ କ୍ରାଇମବ୍ରାଂଚ ଟିମ୍ । ଦିଲ୍ଲୀ କ୍ରାଇମବ୍ରାଂଚ ଟିମ୍ ଆଜି ଉଭୟଙ୍କୁ ଚାଣକ୍ୟପୁରୀରୁ ଲାଲକିଲ୍ଲା ନେଇଛି । ଗଣତନ୍ତ୍ର ଦିବସରେ ହୋଇଥିବା ଘଟଣାର ସିନ ରିକ୍ରିଏଟ କରାଯିବ । ପଚରାଉଚରା ସମୟରେ ଦୀପ ସିଦ୍ଧୁ କହିଛନ୍ତି, ଭାବୁକ ହୋଇ ସେ କୃଷକଙ୍କ ସହ ସାମିଲ ହୋଇଥିଲେ କିନ୍ତୁ ସେ କୌଣସି ଖଲିସ୍ଥାନୀ କିମ୍ବା କଟରପନ୍ଥୀ ସଙ୍ଗଠନ ସହ ଜଡ଼ିତ ନଥିବା ଦାବି କରିଛନ୍ତି ।

ତେବେ ସେ ଭଙ୍ଗାରୁଜା କରିବା ବିଚାରଧାରା ଉପରେ ବିଶ୍ୱାସ କରନ୍ତିନାହିଁ ବୋଲି କହିଛନ୍ତି । ଲକଡ଼ାଉନ ସମୟରେ ଏବଂ ପରେ ଦୀପ ସିଦ୍ଧୁଙ୍କ ପାଖରେ କୌଣସି କାମ ନଥିଲା । ଅଗଷ୍ଟମାସରେ ପଞ୍ଜାବରେ ଯେତେବେଳେ ଆନ୍ଦୋଳନ ହୋଇଥିଲା ସେତେବେଳେ ସେ ଏହି ଆନ୍ଦୋଳନ ପ୍ରତି ଆକର୍ଷିତ ହୋଇଥିଲେ । ଆନ୍ଦୋଳନସ୍ଥଳକୁ ଯେତେବେଳେ ବି ସେ ଯାଉଥିଲେ ବଡ଼ ସଂଖ୍ୟାରେ ଯୁବପିଢି ଭିଡ଼ ଜମାଉଥିଲେ ବୋଲି ପଚରାଉଚରା ବେଳେ ଦୀପ ସିନ୍ଧୁ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ