Masthead

ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ

ମାହାଙ୍ଗା (ବଡ଼ ଖବର ବ୍ୟୁରୋ): ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ’ ସାକ୍ଷାତ ଇଶ୍ୱର । ସେମାନଙ୍କ ଶ୍ରଦ୍ଧା,ଆଦର, ଯତ୍ନ ଓ ଅନୁଶାସନ ଭିତରେ ବିଦ୍ୟାର୍ଥୀ ଜୀବନରେ ସଫଳତା ହାସଲ କରନ୍ତି । କିନ୍ତୁ ଦୁର୍ଭାଗ୍ୟର କଥା, ଜନୈକା ଭିନ୍ନକ୍ଷମ ଛାତ୍ରୀକୁ ଦଣ୍ଡ ଦେବାକୁ ଯାଇଁ, ଗୁରୁ ହୁଡ଼ିଛନ୍ତି ବାଟ । ସ୍କୁଲର ପାଇଖାନା ବ୍ୟବହାର କରିବା ଯୋଗୁ ଜଣେ ଦିବ୍ୟାଙ୍ଗ ଛାତ୍ରୀଙ୍କୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ନିର୍ଦ୍ଦୟ ଭାବେ ମାଡ଼ ମାରିବା ଫଳରେ ତାଙ୍କର ଗୋଟିଏ ଆଖି ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଛି । ମାହାଙ୍ଗା ଥାନା ନୁର୍ତ୍ତାଙ୍ଗ ପଞ୍ଚାୟତ ଶିରିପୁର ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ମମତା ଦେହୁରୀଙ୍କ ନାମରେ ସଂଗୀନ ଅଭିଯୋଗ ଆଣିଛନ୍ତି ପୀଡିତା ଛାତ୍ରୀ ଦେବସ୍ମିତା ସାମଲଙ୍କ ବାପା ଅମୂଲ୍ୟ ସାମଲ ।

ମାହାଙ୍ଗା ଥାନା ନୃତାଙ୍ଗ ପଞ୍ଚାୟତ ଶିରିପୁର ଗ୍ରାମର ଦିବ୍ୟାଙ୍ଗ ଝିଅ ସ୍ଥାନୀୟ ଶିରିପୁର ପ୍ରାଥମିକ ପ୍ରକଳ୍ପ ବିଦ୍ୟାଳୟରେ ୩ୟ ଶ୍ରେଣୀରେ ପଢ଼ନ୍ତି । ଗତ ସେପ୍ଟେମ୍ୱର ୩ରେ ସେ ବିଦ୍ୟାଳୟ ପାଇଖାନାରେ ଝାଡ଼ା ବସିଥିବାରୁ, ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ମମତା ଦେହୁରୀ ଉତ୍ତ୍ୟକ୍ତ ହୋଇ ତାଙ୍କୁ ମାଡ଼ ମାରିଥିଲେ। ମାଡ଼ ଯୋଗୁ ଛାତ୍ରୀଙ୍କ ବାମ ଆଖିର ଡୋଳା ଫାଟିଯାଇଥିଲା। ତେବେ ଘଟଣାକୁ ଲୁଚାଇବା ପାଇଁ ଶିକ୍ଷୟିତ୍ରୀଜଣକ ସ୍କୁଲ ରୋଷେୟା (ସହାୟିକା)ଙ୍କ ହାତରେ ଛାତ୍ରୀଙ୍କୁ ଘରକୁ ପଠାଇ ଦେଇଥିଲେ। ଛାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ଏବଂ କଟକର ଏକ ଘରୋଇ ଚକ୍ଷୁ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ସ୍ଥିତି ଜଟିଳ ହେବାରୁ, ଗତ ୬ ତାରିଖରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଚକ୍ଷୁ ହସ୍ପିଟାଲରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ତେବେ ଡାକ୍ତରଙ୍କ କହିବା ଅନୁଯାୟୀ, ଆଘାତ ଯୋଗୁ ଛାତ୍ରୀଙ୍କ ବାମ ଚକ୍ଷୁଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

ଘଟଣାକୁ ନେଇ ପୀଡ଼ିତାଙ୍କ ବାପା ବ୍ଲକ ଶିକ୍ଷା ଅଧିକାରିଣୀ, ସାଲେପୁର ଉପଖଣ୍ଡ ପୋଲିସ ଅଧିକାରୀ, କଟକ ଗ୍ରାମାଞ୍ଚଳ ଏସ୍‌ପି, ଜିଲାପାଳ ଓ ଜିଲା ଶିକ୍ଷା ଅଧିକାରୀଙ୍କ ନିକଟକୁ ଏତଲାର ନକଲ ପଠାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅନ୍ୟପଟେ ଅଭିଯୁକ୍ତା ଶିକ୍ଷୟିତ୍ରୀ ମମତା ଦେହୁରୀ ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ ବୋଲି କହି ଖଣ୍ଡନ କରିଛନ୍ତି। ଅଭିଯୋଗର ତଦନ୍ତ ଆରମ୍ଭ ହୋଇଥିବା ମାହାଙ୍ଗା ଥାନାଧିକାରୀ ଯୁଗୋଳ କିଶୋର ଦାସ କହିଛନ୍ତି। ସେହିପରି ମଣ୍ଡଳ ଶିକ୍ଷା ଅଧିକାରିଣୀ ମୋନାଲିସା ସର୍କାର ପ୍ରକାଶ କରିଛନ୍ତି,ବିଭାଗୀୟ ତଦନ୍ତ ପ୍ରକ୍ରିୟା ଜାରି ରହିଛି ଏବଂ ରିପୋର୍ଟ ଆସିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ