Masthead

ସୀମାରେ ଶାନ୍ତି ଫେରିବ !

ଅରୁଣାଚଳ ପ୍ରଦେଶ (ବଡ଼ ଖବର ବ୍ୟୁରୋ): ଶେଷ ହୋଇଛି ଭାରତ-ଚୀନ ମଧ୍ୟରେ ଦଶମ ପର୍ଯ୍ୟାୟ କମାଣ୍ଡ ସ୍ତରୀୟ ଆଲୋଚନା । ପୂର୍ବ ଲଦାଖରେ  ସାମରିକ ଘାଟିରୁ ସୈନ ପ୍ରତ୍ୟାହାର ପାଇଁ ନୂଆଦିଲ୍ଲୀ ପକ୍ଷରୁ ଅପିଲ କରାଯାଇଛି । ସୀମା ବିବାଦକୁ ନେଇ ଭାରତ-ଚୀନ ମଧ୍ୟରେ ଦୀର୍ଘ ୧୬ଘଂଟାର ଆଲୋଚନା ହୋଇଥିବା ସୂଚନା ମିଳିଛି । ସୀମାରେ ଶାନ୍ତି ବଜାୟ ରଖିବା ପାଇଁ ଚୁସୁଲ-ମୋଲଦୋ କ୍ଷେତ୍ରରେ ଏହି ବୈଠକ ବସିଥିଲା ।

ପୂର୍ବ ଲଦାଖର ହଟସ୍ପିଙ୍ଗ, ଗୋଗରା, ଡେସପାଙ୍ଗ, ଅଂଚଳରେ ଥିବା ସୈନ୍ୟ ଓ ଅସ୍ତ୍ରଶସ୍ତ୍ର ହଟାଇବାକୁ ଚୀନକୁ କହିଛି ନୂଆଦିଲ୍ଲୀ । ଏବଂ ଡେସପାଙ୍ଗ ଅଂଚଳର ଭାରତୀୟ ସୈନ୍ୟଙ୍କ ପାଟ୍ରୋଲିଂରେ ବାଧା ନପହଂଚାଇବା ପାଇଁ କହିଛି ଭାରତ । ଏହି ବୈଠକରେ ବାର ଥର ପ୍ରତିନିଧିତ୍ୱ କରିଥିଲେ ଫୋର୍ଟିନ କ୍ରପସ କମାଣ୍ଡର ଲେଫ୍ଟନାଂଟ ପି.ଜି.କେ ମେନନ ଓ ଚୀନ ପକ୍ଷରୁ ସାଉଥ ଜିଙ୍ଗଜିଆଙ୍ଗ ମିଲିଟାରି ଡିଷ୍ଟିକ ଚିଫ ମେଜର ଜେନେରାଲ ଲିୟୁ ଲିନ ଆଲୋଚନାରେ ଭାଗ ନେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ