ମେଡିକାଲରେ ଅବ୍ୟବସ୍ଥା

ଦେବଗଡ଼ (ବଡ଼ ଖବର ବ୍ୟୁରୋ): ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକରେ ଥିବା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ବାରକୋଟ ମୁଖ୍ୟ ଚିକିତ୍ସାଳୟରେ ବର୍ଷା ଦିନେ ଲାଇନ ଚାଲିଯିବାରୁ ସମ୍ପୂର୍ଣ ମେଡିକାଲ ଅନ୍ଧକାର ହେଇଯାଉଛି । ବାରକୋଟ ବ୍ଲକର ଏହି ମେଡିକାଲ ଉପରେ ୨୪ ଟି ପଂଚାୟତର ଲୋକ ନିର୍ଭର କରିଥାନ୍ତି । ହେଲେ ମେଡିକାଲରେ ଥରେ କରେଣ୍ଟ ଚାଲିଗଲେ ତାର କୌଣସି ବିକଳ୍ପ ବ୍ୟବସ୍ଥା ନଥିବାରୁ ଲୋକ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବାର ଦେଖିବାକୁ ମିଳିଛି ।

ଲୋକ ମେଡିକାଲରେ ଲାଇନ ନଥିବା ବେଳେ ତାଙ୍କୁ ଡାକ୍ତର ମେଡିକାଲରେ ଆଡମିଟ ହେବାର ପରାମର୍ଶ ଦେବା ସତ୍ୱେ ଲୋକ ବାରକୋଟ ମେଡିକାଲ ଛାଡ଼ି ଘରକୁ ପଳାଉଛନ୍ତି । ବାରକୋଟ ମେଡିକାଲରେ ଏଭଳି ବିକଳ ଚିତ୍ର ସାମ୍ନା କୁ ଆସିଛି । ରୋଗୀଙ୍କ ସମ୍ପର୍କୀୟ ରୋଗୀଙ୍କୁ ମେଡିକାଲରୁ ନେଇଯାଉଥିବା ଦେଖି ବାରକୋଟ ଅଂଚଳରେ ଏହା ଏବେ ଚର୍ଚ୍ଚା ର ବିଷୟ ପାଲଟିଛି । ସ୍ଥାନୀୟ ଲୋକ ଏହି ଘଟଣାକୁ ତୀବ୍ର ବିରୋଧ କରିବା ସହ ମେଡିକାଲ ସମ୍ମୁଖରେ ହୋ ହାଲ୍ଲା କରୁଥିବାର ଦେଖିବାକୁ ମିଳିଥିଲା । ଆଗକୁ ଏହି ସମସ୍ୟାର ସମାଧାନ ନହେଲେ ତୀବ୍ର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ସ୍ଥାନୀୟ ଲୋକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ