Masthead

ମନରେ ମନ ମିଶିଲା, ପୋଲିସ ଆଗରେ ପଡ଼ିଲା ହାତଗଣ୍ଠି

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ମନ କୁ ମନ ମିଶିଲା । ଅଗ୍ନି ଦଶଦିଗପାଳ କୁ ସାକ୍ଷୀ ରଖି ଦୁହେଁ ବିବାହ ବନ୍ଦନ ରେ ବାନ୍ଧି ହୋଇ ଏକ ହେଲେ ଦେବୀ ଓ ମାମୁନି ଓରଫ ନଗମା । ପ୍ରେମ ଏକ ସଂଜ୍ଞା ହୀନ ଶବ୍ଦ । ପ୍ରେମ ମାନେନି ଜାତି ଧର୍ମ । ପ୍ରେମ ମାନେନି ଧନୀ ଗରିବ । ପ୍ରେମ କେବଳ ଯୋଡ଼େ ବନ୍ଧନ । ଇତିହାସ କିମ୍ବା ପୁରାଣରୁ ଅନେକ ପ୍ରେମ କାହାଣୀ ଶୁଣିଥିବେ । ସେ ହୀର ରାଞ୍ଝାଙ୍କ କଥା ହେଉ କି ଶାହାଯାହାନ ମମତାଜଙ୍କ ଅମର ପ୍ରେମ କାହାଣୀ କଥା କୁହାଯାଉ । ପ୍ରେମ ଯୁଗ ଯୁଗ ରେ ଅମର । ଏହିଭଳି ଏକ ପ୍ରେମ କାହାଣୀ କୁ ବାସ୍ତବତା ର ରୂପ ଦେଇଛନ୍ତି ବାଲେଶ୍ୱର ଅଞ୍ଚଳର ପ୍ରେମିକା କେନ୍ଦ୍ରାପଡା ଅଞ୍ଚଳର ପ୍ରେମିକ ।

ଟିକେ ଭଲ କରି ଦେଖନ୍ତୁ ବିବାହ ମଣ୍ଡପ କୁ । ହିନ୍ଦୁ ରୀତି ଅନୁସାରେ ବର କନିଆଁ ବସିଛନ୍ତି । ଉଭୟ ପକ୍ଷର କର୍ତା ତଥା ପରିଜନ ମଧ୍ୟ ଉପସ୍ଥିତ ରହିଛନ୍ତି । ଏପଟେ ବ୍ରାହ୍ମଣଙ୍କ ମନ୍ତ୍ର ମଧ୍ୟ ଚାଲିଛି , ହେଲେ ପାଖରେ ବସିଛନ୍ତି ପୋଲିସ । ପୋଲିସ ର ସୁରକ୍ଷା ବଳୟ ଭିତରେ ଚାଲିଛି ଏହି ବିବାହ କାର୍ଯ୍ୟ। ତେବେ ଏଇଠି ପ୍ରଶ୍ନ ଉଠିବ ବିବାହ କାର୍ଯ୍ୟରେ ପୋଲିସର କାମ କ’ଣ । ତେବେ ଏଇ ମଧ୍ୟରେ ରହିଛି ଉଭୟ ଝିଅ ପୁଅଙ୍କ ପ୍ରେମ କାହାଣୀ । ପ୍ରେମିକ ଜଣଙ୍କ ହେଉଛନ୍ତି ଜଣେ ବିଚାରଧୀନ ବନ୍ଦୀ । କେବଳ ବିବାହ ପାଇଁ ତାଙ୍କୁ ଆଜି ଜେଲରୁ ସୁରକ୍ଷା ବଳୟ ଭିତରେ ଆଣିଛି ପୋଲିସ ।

କେନ୍ଦ୍ରାପଡା ରାଜକନିକା ଅଞ୍ଚଳର ଦେବୀପ୍ରସାଦ ମିଶ୍ର ବାଲେଶ୍ୱରରେ ଏକ ଘରୋଇ କମ୍ପାନୀରେ କାମ କରି ଆସୁଥିଲେ । ତେବେ ସେହି କମ୍ପାନୀରେ କାମ କରୁଥିବା ବାଲେଶ୍ୱର ରୁପ୍ସା ଅଞ୍ଚଳର ମାମୁନି ପାଣିଗ୍ରାହୀ ଓରଫ ନଗମା ପରବିନଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ହେଲେ ଉଭୟ ପକ୍ଷର ଘରୋଇ ପ୍ରତିବନ୍ଧକ ଯୋଗୁଁ ଉଭୟ ନିଜ ଠାରୁ ଦୂରେଇ ଯାଇଥିଲେ । ଏନେଇ ବାଲେଶ୍ୱର ଏଡିଜେ-୨ କୋର୍ଟରେ ମାମଲା ମଧ୍ୟ ବିଚାରଧୀନ ରହିଛି । ତେବେ ଉଭୟ ଝିଅ ପୁଅଙ୍କ ସମ୍ମତି କ୍ରମେ ସେମାନଙ୍କୁ ବିବାହ କରିବା ପାଇଁ ଏଡିଜେ-୨ ଜର୍ଜ ସୁବାସ କୁମାର ବେହାରୀ ଅନୁମତି ଦେବା ପରେ ଏହି ବିବାହ ସମ୍ପୂର୍ଣ୍ଣ ହୋଇଛି ।

ତେବେ ଆମ ଦେଶର ସମ୍ବିଧାନ ସମସ୍ତଙ୍କୁ ତଥା ଆମ ଆଇନ କାନୁନ ଆମକୁ ନିଜ ପସନ୍ଦର ଜୀବନସାଥୀ ବାଛିବାର ଅଧିକାର ଦେଇଛି । ତେଣୁ ଏନେଇ ଉଭୟ ପ୍ରେମିକା ଓ ପ୍ରେମିକ ବେଶ ଖୁସ ଥିବା କହିଛନ୍ତି ଉଭୟଙ୍କ ଓକିଲ । ଯେଉଁ କାରଣକୁ ନେଇ ପ୍ରେମିକ ଜଣକ ଜେଲରେ ରହିଛନ୍ତି ଏହାପରେ ସେ ମୁକୁଳିବା ପାଇଁ ମାନ୍ୟବର କୋର୍ଟଙ୍କ ପାଖରେ ପ୍ରାର୍ଥନା କରିବେ ବୋଲି କହିଛନ୍ତି । ଅନ୍ୟପଟେ ଏହି ଖବର ପାଇ ବିଭିନ୍ନ ମହଲରୁ ଲୋକେ ଆସି ଦମ୍ପତିଙ୍କୁ ଆଶ୍ରିବାଦ କରିଥିବା ଦେଖିବାକୁ ମିଳିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି