Masthead

ବଲିଉଡ ଷ୍ଟାର ଅମୀରଙ୍କୁ ଲିଗାଲ ନୋଟିସ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ପୁଣି ଅଡ଼ୁଆରେ ବଲିଉଡ ଷ୍ଟାର। ବଲିଉଡର ଜଣାଶୁଣା ଷ୍ଟାର ଆମୀର ଖାନଙ୍କୁ ପଠା ଯାଇଛି ଲିଗାଲ ନୋଟିସ । ତାଙ୍କ ସହ ଆଉ ୪ ଜଣଙ୍କୁ ମଧ୍ୟ କୋର୍ଟ ଫଠାଇଲେ ଲିଗାଲ ନୋଟିସ। ସେ ମହ୍ଲା ସମ୍ପ୍ରଦାୟର ଲୋକଙ୍କୁ ଅପମାନ କରିଥିବା ଅଭିଯୋଗରେ କୋର୍ଟ ନୋଟିସ ପଠାଇଛନ୍ତି । ୨୦୧୮ ଦୀପାବଳି ଅବସରରେ ଫିଲ୍ମ ‘ଠଗସ୍ ଅଫ୍ ହିନ୍ଦୁସ୍ତାନ’ ରିଲିଜ ହୋଇଥିଲା। ତେବେ ରିଲିଜ ହେବା ପୂର୍ବରୁ ଏହି ଫିଲ୍ମଟି ବହୁତ ଚର୍ଚ୍ଚାରେ ଥିଲା।

ଏହି ଫିଲ୍ମଟି ହଲିଉଡ ଫିଲ୍ମ ‘ପାଇରଟସ୍ ଅଫ ଦ କରେବିଆନଦରୁ କପି କରାଯାଇଥିବାବେଳେ ଫିଲ୍ମଟି ବକ୍ସ ଅଫିସରେ ସେତେଟା ସଫଳ ହୋଇପାରିନଥିଲା। ଏହି ଫିଲ୍ମଟି ମହ୍ଲା ସମ୍ପ୍ରଦାୟର ଲୋକଙ୍କ ଉପରେ ଆଧାରିତ ଥିଲା । ଦର୍ଶକମାନେ ଏହି ଫିଲ୍ମକୁ ନେଇ ନିରାଶ ହେବା ସହିତ ମହ୍ଲା ସମ୍ପ୍ରଦାୟର ଲୋକଙ୍କୁ ମଧ୍ୟ ଆଘାତ ଦେଇଥିଲା।

ଏହି ଫିଲ୍ମରେ ମହ୍ଲା ସମ୍ପ୍ରଦାୟର ଲୋକଙ୍କୁ ଅପମାନ କରିବା ସହ ଠକ ଏବଂ ଫିରଙ୍ଗି ବୋଲି ଶବ୍ଦ ବ୍ୟବହାର କରାଯାଇଥିଲା । ଯାହାକୁ ନେଇ ଜୌନପୁରରେ ଅଭିଯୋଗ ହୋଇଥିଲା। ଏହି ମାମଲାରେ ମଙ୍ଗଳବାର କୋର୍ଟ ପୁନଃନିରୀକ୍ଷଣ ଆବେଦନ ଉପରେ ଶୁଣାଣି କରି ଆମୀର ଖାନଙ୍କ ସମେତ ୪ ଜଣଙ୍କୁ ନୋଟିସ ଜାରି କରିଛନ୍ତି। ଆସନ୍ତା ଏପ୍ରିଲ ୮ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଏହି ମାମଲାକୁ ନେଇ ତାଙ୍କର ଅଡୁଆ ବଢ଼ିପାରେ ବୋଲି ସନ୍ଦେହ କରାଯାଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ