ଆଦାନୀ-ହିଣ୍ଡେନ ବର୍ଗ ରିପୋର୍ଟରେ ବିଜେପିର କୌଣସି ସମ୍ପୃକ୍ତ ନାହିଁ

ନୂଆଦିଲ୍ଲୀ (ବଡ ଖବର ବ୍ୟୁରୋ): କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଦାନୀ-ହିଣ୍ଡେନବର୍ଗ ପ୍ରସଙ୍ଗରେ ନୀରବତା ଭାଙ୍ଗିଛନ୍ତି। ଆଦାନୀ ଗ୍ରୁପ ପ୍ରସଙ୍ଗରେ ହିଣ୍ଡେନବର୍ଗ ରିପୋର୍ଟକୁ ନେଇ ବିରୋଧୀ ମୋଦୀ ସରକାରଙ୍କୁ ଟାର୍ଗେଟ କରୁଥିବା ବେଳେ ଏଥିରେ ବିଜେପିର କୌଣସି ସମ୍ପୃକ୍ତି ନଥିବା କହିଛନ୍ତି ଅମିତ ଶାହା । ଏହି ମାମଲାରେ ଏବେ ସୁପ୍ରିମକୋର୍ଟରେ ବିଚାରଧୀନ ଥିବାରୁ ଏହା ଉପରେ ମନ୍ତବ୍ୟ ଦେବାକୁ ଶାହା ମନା କରିଛନ୍ତି । କିନ୍ତୁ ଏଥିରେ ବିଜେପି କୌଣସି ସମ୍ପର୍କ ନଥିବା ସେ କହିଛନ୍ତି । ଏଏନଆଇ ସହ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଶାହା କହିଛନ୍ତି, ଆଦାନୀ ଗ୍ରୁପ ମାମଲାରେ ଲୁଚାଇବା ପାଇଁ ବିଜେପି ପାଖରେ କିଛି ନାହିଁ କିମ୍ବା ବିଜେପି ଏହାକୁ ନେଇ ଭୟଭୀତ ନାହିଁ ।

ସେ ଆଦାନୀ ଗ୍ରୁପ ଜାଲିଆତି କରି ସେୟାର ମୂଲ୍ୟ ବୃଦ୍ଧି କରିଥିବା ନେଇ ଆମେରୀକିୟ ସଂସ୍ଥା ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ କରିବା ପରେ ଆଦାନୀ ଗ୍ରୁପର ବିଭିନ୍ନ କମ୍ପାନୀର ସେୟାର ମୂଲ୍ୟ ଅଧାରୁ ଅଧିକ ହ୍ରାସ ପାଇଲାଣି । ଏହାକୁ ନେଇ ବିରୋଧୀ ସଂସଦରେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି । ଏହି ମାମଲାର ଜେପିସି କଂଗ୍ରେସ ତଦନ୍ତ ଦାବି କରିଛି ।  ଆହୁରି ମଧ୍ୟ କହିଛନ୍ତି କ୍ୟାବିନେଟର ସଦସ୍ୟ ହୋଇଥିବାରୁ ଏହି ସମୟରେ ଏହି ପ୍ରସଙ୍ଗରେ କିଛି କହିବା ମୋ ପାଇଁ ଠିକ୍ ହେବ ନାହିଁ। ୨୦୨୪ ନିର୍ବାଚନରେ ବିଜେପିର କେହି ପ୍ରତିଦ୍ୱନ୍ଦି ନାହିଁ । ଆଜି ଦେଶର ୧.୫୬ ଲକ୍ଷ ଆୟୁଷ୍ମାନ ଭାରତ କେନ୍ଦ୍ରରେ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହେବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ବେଙ୍ଗାଲୁରୁରେ ଏରୋ ଇଣ୍ଡିଆ ୨୦୨୩ ରେ ‘ପ୍ରତିରକ୍ଷା ମନ୍ତ୍ରୀ’ ସମ୍ମିଳନୀ ଆୟୋଜନ କରିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ