Masthead

ଛୁରୀ ଭୁସିଦେଲା ଗଞ୍ଜା

ହାଇଦ୍ରାବାଦ(ବଡ଼ ଖବର): ଗଞ୍ଜା ନେଲା ମାଲିକ ଜୀବନ। ଯାହାଫଳରେ ଏବେ ଥାନାରେ ଅଟକ ରଖିଛି ପୋଲିସ । ଏଭଳି ଘଟଣା ଦେଖିବାକୁ ମିଳିଛି ତେଲେଙ୍ଗାନାର ଜଗତିୟାଲ ଜିଲ୍ଲା ଲିଥୁନୁର ଗାଁରେ । ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ୍ୟ । ସୂଚନା ଅନୁସାରେ ଫେବୃଆରୀ ମାସ ୨୨ରେ ତେଲେଙ୍ଗାନାର ଲିଥିନୁର ଗାଁରେ କୁକୁଡ଼ା ଲଢେଇ ପାଇଁ ଆୟୋଜନ କରାଯାଇଥିଲା । ଏହି ଲଢେଇ ପାଇଁ ସତୀଶ ନିଜ କୁକୁଡ଼ାକୁ ପ୍ରସ୍ତୁତ କରୁଥିଲେ ।

ଲଢେଇ ପାଇଁ ଗଞ୍ଜା ଗୋଡ଼ରେ ଧାରୁଆ ଛୁରିଟିଏ ମଧ୍ୟ ବାନ୍ଧିଥିଲେ । କୁକୁଡ଼ା ଗୋଡ଼ରେ ଛୁରୀ ବାନ୍ଧିବା ବେଳେ ସେ ରାଗି ଯାଇ ଉଡ଼ିବା ଆରମ୍ଭ କରିଥିଲା । ପରେ ଭୂଇଁରୁ କିଛି ଫୁଟ ଉପରକୁ ଡେଇଁବା ଆରମ୍ଭ କରିଥିଲା । ଅନ୍ୟମନସ୍କ ଥିବା ସତୀଶଙ୍କ ଅଣ୍ଟାରେ ଛୁରି ପଶି ଯାଇଥିଲା ।ଫଳରେ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ଘଟଣାସ୍ଥଳରୁ  ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ସେଠାରେ ତାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ସେପଟେ ପୋଲିସ ଘଟଣାରେ ଏକ ମାମଲା ରୁଜୁ କରି ଗଞ୍ଜାକୁ ଅଟକ ରଖିଛି । ପୂର୍ବରୁ ତେଲେଙ୍ଗାନାର ଖମାମ ଜିଲ୍ଳାରୁ ଥାନାରେ ୨ ଟି କୁକୁଡ଼ା ଅଟକ ଥିବା ଜଣାପଡ଼ିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ