ଛତର ଯାତ୍ରାକୁ ନା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଖାଲି କଳାହାଣ୍ଡି ନୁହେଁ ପଶ୍ଚିମ ଓଡ଼ିଶାର ପ୍ରତିଟି ଲୋକଙ୍କ ଆରାଧ୍ୟ ମା’ ମାଣିକେଶ୍ୱରୀ । ବିପଦ ଆପଦରେ ମା’ ସାହା ହୁଏ ବୋଲି ବିଶ୍ୱାସ କେଉଁ ଆବାହମାନ କାଳରୁ ରହିଆସିଛି । ପ୍ରତିଟି ଶୁଭ କାର୍ଯ୍ୟରେ ଲୋକେ ମା’ଙ୍କୁ କରନ୍ତି ଆରାଧନା ।

ପ୍ରତି ବର୍ଷ ମା’ଙ୍କ ପ୍ରସିଦ୍ଧ ଛତର ଯାତ୍ରା ଆଶ୍ୱୀନ ମାସ ଶୁକ୍ଲପକ୍ଷ ନବମୀ ତିଥୀରେ ଅନୁଷ୍ଠିତ ହୋଇଥାଏ । ଏହି ଶୁଦିନକୁ ଭକ୍ତମାନେ ଅନାଇ ରହିଥାନ୍ତି । ମାନସିକଧାରୀମାନେ ମା’ଙ୍କୁ ସମର୍ପଣ କରନ୍ତି ପାରା, ବୋଦା ଓ କୁକୁଡା । ଏହି ସବୁ ପଶୁପକ୍ଷୀ ବଳି ଚଢାଯାଏ । କିନ୍ତୁ ବଳି ପ୍ରଥା ବନ୍ଦ ପାଇଁ ରହିଛି ଅଦାଲତଙ୍କ କଡା ନିର୍ଦ୍ଦେଶ ।

ଚଳିତ ବର୍ଷ କୋଭିଡ ପାଇଁ ଛତର ଯାତ୍ରା ଉପରେ ଲାଗିଛି କଟକଣା । କୋଭିଡ ନିୟମ ଭିତରେ ଅନୁଷ୍ଠିତ ହେବ ଛତର ଯାତ୍ରା । ପ୍ରତିବର୍ଷ ପରି ଚଳିତ ବର୍ଷ ଛତର ଯାତ୍ରାର ମହତ ଆଉ ରହିବ ନାହିଁ । କେବଳ ବିଧି ରକ୍ଷା ହେବ । କଳାହାଣ୍ଡି ଜିଲ୍ଲାପାଳ ଛତରଯାତ୍ରାର ପ୍ରସ୍ତୁତି ସମ୍ପର୍କରେ ଜାରି କରିଛନ୍ତି ଏସଓପି । ଆସନ୍ତା ୨୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରାକୁ ନଆସିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଜିଲ୍ଲାପାଳ । ୨୩ରୁ ୨୫ ତାରିଖ ଯାଏଁ ମନ୍ଦିର ସମେତ ଭବାନୀପାଟଣା ସହରକୁ ଯାତାୟତ ଉପରେ ଜିଲ୍ଲା ପ୍ରଶାସନ ଜାରି କରିଛି କଟକଣା । କେବଳ ଜରୁରୀ ସେବାକୁ ଦିଆଯାଇଛି ଅନୁମତି । ଜେନା ଖାଳରୁ ମାଣିକେଶ୍ୱରୀ ପୀଠ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି । ଗୋଟିଏ ସ୍ଥାନରେ ୪ରୁ ଅଧିକ ଏକାଠି ହେଲେ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଜିଲ୍ଲାପାଳ ଜାରି କରିଥିବା ଗାଇଡଲାଇନରେ ସ୍ପଷ୍ଟ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ