Masthead

ପଶ୍ଚିମବଙ୍ଗ ନିର୍ବାଚନରେ ଫିଲ୍ମ ତାରକାଙ୍କ ଚାହିଦା ବେଶି

କୋଲକତା (ବଡ ଖବର ବ୍ୟୁରୋ): ନିର୍ବାଚନ ଆସିଲେ ବଙ୍ଗଳା ଚଳଚ୍ଚିତ୍ର ଶିଳ୍ପ ଚଳଚଞ୍ଚଳ ହୋଇ ଉଠେ । ଲୋକସଭା ହେଉ ବା ବିଧାନସଭା, ପ୍ରତିଟି ନିର୍ବାଚନରେ ଚଳଚିତ୍ର ତାରକାମାନଙ୍କର ଗୁରୁତ୍ୱ ବେଶ ବଢିଯାଏ । ବିଭିନ୍ନ ରାଜନୌତିକ ଦଳର ପ୍ଲାଟଫର୍ମରେ ଏହି ଫିଲ୍ମ ତାରକାମାନେ ରାଜ କରନ୍ତି । ହେମନ୍ତ କୁମାର, ସାଲିଲ ଚୌଧିରୀ, ଏସଡି ବର୍ମନ, ଆରଡି ବର୍ମନ, ମାନ୍ନା ଦେ, କିଶୋର କୁମାରଙ୍କ ପରି ଖ୍ୟାତାନାମା ଫିଲ୍ମ ହସ୍ତୀ ବଙ୍ଗଳା ନିର୍ବାଚନରେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛନ୍ତି । ଏମାନେ ସିଧାସଳଖ କୌଣସି ପଲିଟିକାଲ ପ୍ଲାର୍ଟଫମରେ ଦୃଷ୍ଟି ଗୋଚର ହୋଇନଥିଲେ ମଧ୍ୟ ପ୍ରଚ୍ଚ୍ଥଦ ପଟରେ ରହି ତିଆରି କରିଛନ୍ତି ଅନେକ ନେତ।। ଏକଦା ନିର୍ବାଚନ ଆସିଲେ ଏହି ଫିଲ୍ମି ହସ୍ତୀ ମାନଙ୍କ ପାଖରେ ନେତାମାନଙ୍କର ଲମ୍ବା ଧାଡି ଲାଗୁଥିଲା । ଏହି ଧାରା ଏବେ ମଧ୍ୟ ଜାରି ରହିଛି ।

ପ୍ରତିଦିନ କେହି ନା କେହି ଫିଲ୍ମ ଷ୍ଟାର ରାଜନୌତିକ ଦଳରେ ଯୋଗ ଦେଉଛନ୍ତି । ଟିଏମସି ଓ ବିଜେପିର ବିଭିନ୍ନ ନିର୍ବାଚନ ପେଣ୍ଡାଲରେ ବଙ୍ଗଳା ଅଭିନେତ୍ରୀ ଓ ଅଭିନେତାମାନଙ୍କୁ ଦେଖିବାକୁ ମିଳୁଛି । ବଙ୍ଗଳା ଫିଲ୍ମ ଦୁନିଆର ଲାସ୍ୟମୟୀ ନାୟିକା ସାୟନ୍ତିକା ବାନାର୍ଜୀ ଟିଏମସିରେ ଯୋଗ ଦେଇଛନ୍ତି । ସେହିପରି ସୌରଭ ଦାସ ପ୍ରିୟା ସେନଗୁପ୍ତା, କୈଷିକ ମୁଖାର୍ଜୀ, ଦୀପନ ଦେ,ଭାରତ କଲ୍ , ଜୁନ୍ ମାଲିଆ, ସାଇନ ଘୋଷ ପ୍ରମୁଖ ୧୫ ଫିଲ୍ମ ଅଭିନେତା ଓ ଅଭିନେତ୍ରୀ ଟିଏମସିରେ ଯୋଗ ଦେଇଛନ୍ତି । ଏମାନଙ୍କୁ ଦେଖିବା ପାଇଁ ନିର୍ବାଚନର ସଭାଗୁଡିକରେ ପ୍ରବଳ ଜନ ସମାଙ୍ଗମ ହେଉଛି । ବିଜେପି ମଧ୍ୟ ପଛରେ ପଡିନାହିଁ । ଶ୍ରାବଣ ଚାର୍ଟଜୀ, ସୋମଲି ବିଶ୍ୱ, ୟଶ ଦାଶ ଗୁପ୍ତା, ହୀରୀନ ଚାଟର୍ଜୀ. ହ୍ରିତିକ ଘଟ, ଶକ୍ତି ସାମନ୍ତ, ତପନ ସିହ୍ନାଙ୍କ ଭଳି ନାମକରା ଟିମ ଅଭିନେତା ଓ ଅଭିନେତ୍ରୀ ବିଜେପିି ସପକ୍ଷରେ ପ୍ରଚାର କରୁଛନ୍ତି । ମେ ୨ ପରେ ସ୍ପଷ୍ଟ େହେବ କେଉଁ ଫିଲ୍ମ ତାରକାଙ୍କ ଦଳ ବିଜୟୀ ହେଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୀତବାସ ପଣ୍ଡାଙ୍କୁ ଦେଶୀ ବନ୍ଧୁକରୁ ଗୁଳି ମାଡ଼! 🔴 ଆଜି ବିଜେପିର କୋର କମିଟି ବୈଠକ 🔴 ଆଜି ବି ବର୍ଷିବ 🔴 ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ; ୩ ଶ୍ରମିକ ମୃତ 🔴 ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ 🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ 🔴 ପୀତବାସ ପଣ୍ଡାଙ୍କୁ ଦେଶୀ ବନ୍ଧୁକରୁ ଗୁଳି ମାଡ଼! 🔴 ଆଜି ବିଜେପିର କୋର କମିଟି ବୈଠକ 🔴 ଆଜି ବି ବର୍ଷିବ 🔴 ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ; ୩ ଶ୍ରମିକ ମୃତ 🔴 ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ 🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ