Masthead

ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବଙ୍କ ପ୍ରେସ ମିଟ, ବଢ଼ିବ କି ଲକଡାଉନ ଅବଧି?

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ଜୁନ ୧ ସକାଳ ୫ଟାରେ ଶେଷ ହେବ ଲକଡାଉନ ଅବଧି । ଏହା ପୂର୍ବରୁ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଘୋଷଣା କରିପାରନ୍ତି କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଆଜି ସନ୍ଧ୍ୟା ୬ଟା ୩୦ ମିନିଟରେ ରହିଛି ମୁଖ୍ୟ ଶାସନ ସଚିବଙ୍କ ପ୍ରେସମିଟ । ଲକଡାଉନ ସମ୍ପର୍କରେ କରିପାରନ୍ତି କିଛି ଘୋଷଣା । ରାଜ୍ୟ ସରକାର ବଢ଼ାଇପାରନ୍ତି ଲକଡାଉନ ଅବଧି । ଦିନ ବେଳା କଟକଣା ସମୟ ମଧ୍ୟ କୋହଳ ହେବା ନେଇ ରହିଛି ଆଶଙ୍କା ।

ଦିନ ୧୧ଟା ପରିବର୍ତ୍ତେ ୧ଟା ପର୍ଯ୍ୟନ୍ତ ବୃଦ୍ଧିପାଇପାରେ କୋହଳ । ସେପଟେ ଟ୍ୱିନ ସିଟିରେ ମର୍ଣ୍ଣିଂ ୱାର୍କ ଓ ସାଇକେଲିଂକୁ ବାରଣ କରାଯାଇଥିବା ବେଳେ ଏଥିରୁ ମଧ୍ୟ ଉଠିପାରେ କଟକଣା । ସୂଚନା ଯୋଗ୍ୟ ଗତ କିଛି ଦିନ ହେବ ରାଜ୍ୟରେ ଦୈନିକ ସଂକ୍ରମଣ ୧୦ ହଜାର ତଳକୁ ୭ହଜାର ପର୍ଯ୍ୟନ୍ତକୁ ଖସିଥିବା ବେଳେ ଆଜି ପୁଣି ବୃଦ୍ଧି ପାଇ ଏହା ୯ହଜାରରେ ପହଞ୍ଚିଛି । ସେହିପରି ରାଜ୍ୟରେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନଜରରେ ରଖି ଆଜି ରାଜ୍ୟ ସରକାର ନେଇ ପାରନ୍ତି କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ