Masthead

ମିଥୁନକୁ ନେଇ ବିଜେପିରେ ସସପେନ୍ସ୍

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପିଏମ୍ ମୋଦିଙ୍କ ରାଲିରେ ସାମିଲ୍ ହେବେ ଫିଲ୍ମ ଅଭିନେତା ମିଥୁନ ଚକ୍ରବର୍ତ୍ତୀ । ରବିବାର କୋଲକାତାର ବ୍ରିଗ୍ରେଡ୍ ପରେଡ ଗ୍ରାଉଣ୍ଡରେ ବିଜେପି ଆୟୋଜନ କରୁଛି ମେଗା ସୋ । ଡାଏସ୍ରେ ପିଏମ୍ ମୋଦିଙ୍କ ସହ ପୂର୍ବତନ ତୃଣମୂଳ କଂଗ୍ରେସ ସାଂସଦ ମିଥୁନ ଚକ୍ରବର୍ତ୍ତୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏ ସମ୍ପର୍କରେ କିନ୍ତୁ ପଶ୍ଚିମବଙ୍ଗ ବିଜେପି ନେତାମାନେ କିଛି କହିବାକୁ ରାଜି ନୁହଁନ୍ତି । ପଶ୍ଚିମବଙ୍ଗ ବିଜେପି ଉପସଭାପତି ଅଜ୍ଜୁନ ସିଂ କହିଛନ୍ତି, ମିଥୁନ ଦଳୀୟ ମେଗା ସୋରେ ଯୋଗଦେଲେ ତାଙ୍କ ପାଇଁ ଓ ବିଜେପି ପାଇଁ ଭଲ ହେବ ।

ପିଏମ୍ ମୋଦିଙ୍କ ସହ ସେ ଡାଏସରେ ବସିଲେ ଲୋକେ ଖୁସି ହେବେ । ରାଲିରେ ଯୋଗଦେବା ପାଇଁ ଦଳ ପକ୍ଷରୁ ତାଙ୍କୁ ନିମନ୍ତ୍ରଣ କରାଯାଇଛି ବୋଲି ଅଜ୍ଜୁନ କହିଛନ୍ତି । ପଶ୍ଚିମବଙ୍ଗ ବିଜେପିର ଅନ୍ୟତମ ତୁଙ୍ଗନେତା କୈଳାସ ବିଜୟ କହିଛନ୍ତି, ପିଏମ୍ ମୋଦି ଷ୍ଟାର କ୍ୟାମ୍ପେନର । ତାଙ୍କ ସହ ମିଥୁନଙ୍କୁ ତୁଳନା କରାଯାଇପାରିବ ନାହିଁ । ପିଏମ୍ ମୋଦି ରାଲିରେ ଯୋଗଦେଲେ ଲୋକେ ହେବେ ର୍ହି ହେବେ ବୋଲି କୈଳାସ କହିଛନ୍ତି । ୨୦୧୩ରେ ମିଥୁନ୍ ତୃଣମୂଳ କଂଗ୍ରେସ ଟିକେଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ଏକ ଫାର୍ମର ଆମ୍ବାସଡାର ହୋଇ ଟଙ୍କା ନେବା ଅଭିଯୋଗରେ ୨୦୧୫ରେ ମିଥୁନ୍ ବିବାଦୀୟ ହୋଇପଡିଥିଲେ । ପରେ ସେ ତଦନ୍ତକାରୀ ସଂସ୍ଥାକୁ ନେଇଥିବା ସମସ୍ତ ଟଙ୍କା ଫେରାଇ ମୁମ୍ବାଇ ଚାଳିଯାଇଥିଲେ । ୭୦ବର୍ଷ ବୟସ୍କ ମିଥୁନ୍ ଚକ୍ରବର୍ତ୍ତୀଙ୍କର ପଶ୍ଚିମବଙ୍ଗର ବିଭିନ୍ନ ସଂସ୍ଥା ସହିତ ଏବେ ବି ସମ୍ପର୍କ ଅଛି । ତାଙ୍କ ଫ୍ୟାନ୍, ସହଯୋଗୀ ଓ ବନ୍ଧୁମାନେ ମିଥୁନଙ୍କୁ ଦାଦା ବୋଲି ସମ୍ଭୋଧନ କରିଥାନ୍ତି ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ