Masthead

ମିଥୁନକୁ ନେଇ ବିଜେପିରେ ସସପେନ୍ସ୍

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପିଏମ୍ ମୋଦିଙ୍କ ରାଲିରେ ସାମିଲ୍ ହେବେ ଫିଲ୍ମ ଅଭିନେତା ମିଥୁନ ଚକ୍ରବର୍ତ୍ତୀ । ରବିବାର କୋଲକାତାର ବ୍ରିଗ୍ରେଡ୍ ପରେଡ ଗ୍ରାଉଣ୍ଡରେ ବିଜେପି ଆୟୋଜନ କରୁଛି ମେଗା ସୋ । ଡାଏସ୍ରେ ପିଏମ୍ ମୋଦିଙ୍କ ସହ ପୂର୍ବତନ ତୃଣମୂଳ କଂଗ୍ରେସ ସାଂସଦ ମିଥୁନ ଚକ୍ରବର୍ତ୍ତୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏ ସମ୍ପର୍କରେ କିନ୍ତୁ ପଶ୍ଚିମବଙ୍ଗ ବିଜେପି ନେତାମାନେ କିଛି କହିବାକୁ ରାଜି ନୁହଁନ୍ତି । ପଶ୍ଚିମବଙ୍ଗ ବିଜେପି ଉପସଭାପତି ଅଜ୍ଜୁନ ସିଂ କହିଛନ୍ତି, ମିଥୁନ ଦଳୀୟ ମେଗା ସୋରେ ଯୋଗଦେଲେ ତାଙ୍କ ପାଇଁ ଓ ବିଜେପି ପାଇଁ ଭଲ ହେବ ।

ପିଏମ୍ ମୋଦିଙ୍କ ସହ ସେ ଡାଏସରେ ବସିଲେ ଲୋକେ ଖୁସି ହେବେ । ରାଲିରେ ଯୋଗଦେବା ପାଇଁ ଦଳ ପକ୍ଷରୁ ତାଙ୍କୁ ନିମନ୍ତ୍ରଣ କରାଯାଇଛି ବୋଲି ଅଜ୍ଜୁନ କହିଛନ୍ତି । ପଶ୍ଚିମବଙ୍ଗ ବିଜେପିର ଅନ୍ୟତମ ତୁଙ୍ଗନେତା କୈଳାସ ବିଜୟ କହିଛନ୍ତି, ପିଏମ୍ ମୋଦି ଷ୍ଟାର କ୍ୟାମ୍ପେନର । ତାଙ୍କ ସହ ମିଥୁନଙ୍କୁ ତୁଳନା କରାଯାଇପାରିବ ନାହିଁ । ପିଏମ୍ ମୋଦି ରାଲିରେ ଯୋଗଦେଲେ ଲୋକେ ହେବେ ର୍ହି ହେବେ ବୋଲି କୈଳାସ କହିଛନ୍ତି । ୨୦୧୩ରେ ମିଥୁନ୍ ତୃଣମୂଳ କଂଗ୍ରେସ ଟିକେଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ଏକ ଫାର୍ମର ଆମ୍ବାସଡାର ହୋଇ ଟଙ୍କା ନେବା ଅଭିଯୋଗରେ ୨୦୧୫ରେ ମିଥୁନ୍ ବିବାଦୀୟ ହୋଇପଡିଥିଲେ । ପରେ ସେ ତଦନ୍ତକାରୀ ସଂସ୍ଥାକୁ ନେଇଥିବା ସମସ୍ତ ଟଙ୍କା ଫେରାଇ ମୁମ୍ବାଇ ଚାଳିଯାଇଥିଲେ । ୭୦ବର୍ଷ ବୟସ୍କ ମିଥୁନ୍ ଚକ୍ରବର୍ତ୍ତୀଙ୍କର ପଶ୍ଚିମବଙ୍ଗର ବିଭିନ୍ନ ସଂସ୍ଥା ସହିତ ଏବେ ବି ସମ୍ପର୍କ ଅଛି । ତାଙ୍କ ଫ୍ୟାନ୍, ସହଯୋଗୀ ଓ ବନ୍ଧୁମାନେ ମିଥୁନଙ୍କୁ ଦାଦା ବୋଲି ସମ୍ଭୋଧନ କରିଥାନ୍ତି ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ