Masthead

ପଶ୍ଚିମବଙ୍ଗରେ ବୋମା ବିସ୍ଫୋରଣ, ୬ ବିଜେପି କର୍ମୀ ଗୁରୁତର

କୋଲକତା (ବଡ଼ ଖବର ବ୍ୟୁରୋ): ପଶ୍ଚିମବଙ୍ଗର ୨୪ ପ୍ରଗଣା ଜିଲ୍ଲାରେ ବୋମା ବିସ୍ଫୋରଣ ଘଟିଛି। ଏଥିରେ ୬ ଜଣ ବିଜେପି କର୍ମୀ ଗୁରୁତର ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଆହତମାନଙ୍କ ମଧ୍ୟରେ ଅଛନ୍ତି, ଶୋଭନ ଦେବନାଥ, ବିକ୍ରମ ଶିଲ୍‌, ଅର୍ପଣ ଦେନାଥ, ସ୍ୱପନ୍‌ କୁରାଲି, ମହାଦେବ ନାଇକ । ଶୁକ୍ରବାର ରାତିରେ କିଛି ଲୋକଙ୍କ ସହ ବିବାହ ଅନୁଷ୍ଠାନରୁ ଫେରୁଥିବା ବେଳେ ଦୁର୍ବୃତ୍ତମାନେ ସେମାନଙ୍କ ଉପରକୁ ଦେଶୀ ବୋମା ଫିଙ୍ଗିଥିଲେ। ଅଧିକ ଚିକିତ୍ସା ନିମନ୍ତେ ଆହତମାନଙ୍କୁ ‘କ୍ୟାନିଙ୍ଗ୍‌ ସବ୍‌ଡିଭିଜ୍‌ନ୍‌ ହସ୍ପିଟାଲ୍‌’ରେ ଭର୍ତ୍ତି କରାଯାଇଛି।

ପଶ୍ଚିମବଙ୍ଗ ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି ଥିବାବେଳେ ଗୋସାବାର ବାଦାମଲତା ଅଞ୍ଚଳରେ ବୋମା ବିସ୍ଫୋରଣ ହୋଇଛି । ଏହାକୁ ନେଇ ରାଜନୀତି ଜୋର ଧରିଛି । ବିସ୍ଫୋରଣରେ ବିଜେପି କର୍ମୀମାନେ ଆହତ ହୋଇଥିବାବେଳେ ଏଥିରେ ଟିଏମସିର କୌଣସି ହାତ ନଥିବା ସ୍ଥାନୀୟ ଟିଏମସି ନେତା କହିଛନ୍ତି । ସେପଟେ ପ୍ରାଥମିକ ତଦନ୍ତରୁ ବୋମା ଲଗାଇବା ସମୟରେ ଏପରି ଘଟିଥିବା ପୋଲିସ କହିଛି । ସୂଚନା ମୂତାବକ, ପଶ୍ଚିମବଙ୍ଗରେ ମାର୍ଚ୍ଚ ୨୭ ତାରିଖରୁ ନିର୍ବାଚନ ହେବାକୁ ଯାଉଛି । ଆଠଟି ପର୍ଯ୍ୟାୟରେ ଏଠାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼