ସିରିଜ ହାତେଇଲା ବିରାଟ ବାହିନୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସିରିଜ ହାତେଇଲା ବିରାଟ ବାହିନୀ । ଘରୋଇ ମାଟିରେ ଟିମ ଇଣ୍ଡିଆ ଦେଖାଇଛି ଦମ । ୩-୧ରେ ସରିଛି ଇଂଲଣ୍ଡ-ଇଣ୍ଡିଆ ଟେଷ୍ଟ ସିରିଜ । ଟିମ ଇଣ୍ଡିଆର ଏହି ବିଜୟ ଫଳରେ ବିଶ୍ୱ ଟେଷ୍ଟ ଚାମ୍ପିଆନସିପର ଫାଇନାଲରେ ପହଞ୍ଚିଛି ଭାରତ । ଏକ ଇନିଂସ ୨୫ ରନରେ ହାରିଛି ଭ୍ରମଣକାରୀ ଇଂଲଣ୍ଡ ଟିମ । ୪ର୍ଥ ଟେଷ୍ଟରେ ପୁଣି ଦେଖିବାକୁ ମିଳିଥିଲା ‘ଇଣ୍ଡିଆ କୋ’ ବୋଲିଂର କମାଲ । ସ୍ପିନର ଯାଦୁରେ ଘାଇଲା ଭ୍ରମଣକାରୀ ଇଂଲଣ୍ଡ ଟିମ । ୪ର୍ଥ ଟେଷ୍ଟର ଦ୍ୱିତୀୟ ପାଳିରେ ବି ଇଂଲଣ୍ଡ ବ୍ୟାଟିଂର ଘଟିଛି ବିପର୍ଯ୍ୟୟ । ଖେଳ ଆରମ୍ଭର କିଛି ସମୟ ମଧ୍ୟରେ ଦଳ ହରାଇଥିଲା ୪ ୱିକେଟ । ମାତ୍ର କିଛି ସମୟ ପରେ ପୁଣି ପଡିଥିଲା ଆଉ ୨ ୱିକେଟ । ଅପରାହ୍ନ ୩ଟା ସୁଦ୍ଧା ଇଂଲଣ୍ଡ ୧୦୯ ରନ କରିଥିଲା । ତୃତୀୟ ଟେଷ୍ଟ ଜିତିଥିଲା ଭାରତ ।

ଖେଳର ତୃତୀୟ ଦିନରେ ସରିଛି ୪ର୍ଥ ଟେଷ୍ଟ । ଗତକାଲି ଟିମଇଣ୍ଡିଆ ୭ ୱିକେଟ ହରାଇ କରିଥିଲା ୨୯୪ ରନ । ଆଜି ଆଉ ମାତ୍ର ୭୧ ରନ ଯୋଗ କରିପାରିଥିଲା ବିରାଟ ବାହିନୀ । ଫଳରେ ଭାରତର ପ୍ରଥମପାଳି ଖେଳ ୩୬୫ ରନରେ ଶେଷ ହୋଇଥିଲା । ଇଂଲଣ୍ଡର ପ୍ରଥମପାଳି ଠାରୁ ୧୬୦ ରନରେ ଅଗ୍ରଣୀ ରହିଛି ବିରାଟ ବାହିନୀ । ଅନ୍ୟପଟେ ପ୍ରଥମ ପାଳିରେ ଇଂଲଣ୍ଡ ୨୦୫ ରନରେ ହୋଇଥିଲା ଅଲଆଉଟ । ପ୍ରଥମ ପାଳିରେ ଭାରତ ପକ୍ଷରୁ ଋଷଭ ପନ୍ତ ୧୦୧ ରନର ଶତକୀୟ ପାରି ଖେଳିଛନ୍ତି । ୱିଶିଂଟନ ସୁନ୍ଦର ଶତକରୁ ହୋଇଛନ୍ତି ବଂଚିତ । ୯୬ ରନ କରି ହୋଇଥିଲେ ଆଉଟ ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ