Masthead

ଚର୍ଚ୍ଚାରେ କିନ୍ନର ନ୍ୟୁଜ ଆଙ୍କର ତଷ୍ଣୁଭା

ବଡ଼ ଖବର ବ୍ୟୁରୋ: କିନ୍ନର ତଷ୍ଣୁଭା ଅନାନ  । ବାଂଲାଦେଶର ଏକ ଟିଭି ଚ୍ୟାନେଲର ଉପସ୍ଥାପିକା । ଉପସ୍ଥାପନା ଶୈଳୀ, ବୀଣାଜିଣା କଣ୍ଠ ତାଙ୍କୁ ଦେଇଛି ଭିନ୍ନ ପରିଚୟ । ଜଣେ କିନ୍ନର ଭାବେ ନ୍ୟୁଜ ପଢୁଥିବାରୁ ସବୁଠି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ପ୍ରଥମ କିନ୍ନରଭାବେ ତନଶୁଭା ବାଂଲାଦେଶର ନ୍ୟୁଜ ଆଙ୍କର ହୋଇଛନ୍ତି । ପଢିଲାବେଳେ ଝରିପଡ଼ିଥିଲା ତାଙ୍କ ଆଖିରୁ ଲୁହ ଏବଂ ବର୍ଣ୍ଣନା କରିଥିଲେ ନିଜ ଜୀବନର ସଙ୍ଘର୍ଷମୟ କାହାଣୀ ।

ତାଙ୍କ କହିବା ଅନୁସାରେ, କିଶୋରାଵସ୍ଥାରେ ଯେତେବେଳେ ତାଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ ଅନୁଭବ ହୋଇଥିଲା, ସେତେବେଳେ ସେ ଘରେ ଏ ବାବଦରେ ଜଣାଇଥିଲେ । ଆଉ ଅନେକ ବର୍ଷ ଧରି ସେ ଯୌନ ଶୋଷଣର ଶିକାର ମଧ୍ୟ ହୋଇଥିଲେ । ପରିବାର ସଦସ୍ୟ ତାଙ୍କୁ ଚୁପ ରହିବାକୁ ବାଧ୍ୟ କରୁଥିଲେ ।

Bangladesh gets its first transgender news anchor on Women's Day | Trending News,The Indian Expressବାପା, ତାଙ୍କ ସହ କଥାବାର୍ତ୍ତା କରିବା ମଧ୍ୟ ବନ୍ଦ କରିଦେଇଥିଲେ । ମନରେ ଅନେକ ଥର ଆତ୍ମହତ୍ୟା କରିବାକୁ ତାଙ୍କ ମନରେ ଭାବନା ଆସିଥିଲା । ପରିବାରର ନିର୍ୟାତନା ବଢିବା ପରେ ସେ ଘର ଛାଡି ଢାକା ଚାଲିଆସିଥିଲେ । ପରେ ଥିଏଟରରେ କାମ କରିବା ଆରମ୍ଭ କରିଥିଲେ ।ଜାନୁୟାରୀ ମାସରେ ପବ୍ଲିକ ହେଲଥରେ ମାଷ୍ଟର ଡିଗ୍ରୀ ହାସଲ କରିଥିବାବେଳେ ଅଢେଇ ମାସ ତଳେ ବୋଏସାଖୀ ଟିଭିରେ ନ୍ୟୁଜ ଆଙ୍କର ଭାବେ ଅଡିସନ ଦେଇଥିଲେ । ନିର୍ଭୁଲ ଉଚ୍ଚାରଣ ପାଇଁ ତାଙ୍କୁ ଚୟନ କରାଯାଇଥିଲା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ