Masthead

ମନମୋହୁଛି ଫିଲ୍ମ ‘କୋଇ ଜାନେ ନା’ ର ଗୀତ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଉଡର ସୁପରଷ୍ଟାର ଆମିର ଖାନଙ୍କ ନୂଆ ଗୀତର ଫାଷ୍ଟ ଲୁକ୍ ସାମ୍ନାକୁ ଆସିଛି । ଯାହାକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି । ଆମିର ଖାନ୍ ଓ ଏଲି ଅବ୍ରାମ ଦୁହେଁ ଫିଲ୍ମ ‘କୋଇ ଜାନେ ନା’ ରେ ଏକ ସ୍ପେଶାଲ ଗୀତରେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି । ସେ କେବଳ ଜଣେ କଳାକାର ନୁହଁନ୍ତି, ସେ ଜଣେ ପ୍ରଡ୍ୟୁସର, ଡାଇରେକ୍ଟର ସୁପରଷ୍ଟାର ମଧ୍ୟ ।

ତାଙ୍କ ଅଭିନୀତ ସମସ୍ତ ଫିଲ୍ମ ବକ୍ସ ଅଫିସରେ ହିଟ ହୋଇଛି । ଅଲ୍ଲୀ ଅବ୍ରାହମ ଏହି ଗୀତର ଫାଷ୍ଟ ଲୁକ ସେୟାର କରି କ୍ୟାପସନରେ ଲେଖିଛନ୍ତି –ସେ ସବୁ କାମରେ ପାରଙ୍ଗମ ଓ ଏଇ ନୃତ୍ୟ ମଞ୍ଚର ରାଣୀ। ଅଲ୍ଲୀ ପୂର୍ବରୁ ବିଗବସର ପ୍ରତିଯୋଗି ମଧ୍ୟ ରହିସାରିଛନ୍ତି । ଆମିର ଖାନ୍ ନିଜ ଅପକମିଂ ଫିଲ୍ମରେ ନିଜ ଲୁକ ନିଜେ ଡିଜାଇନ୍ କରିଛନ୍ତି । ଏହି ଗୀତର ସୁଟିଂ ବେଳେ ସେ ବୋହୁତ ମସ୍ତି ଭରା ମୁଡରେ ନଜର ଆସିଛନ୍ତି । ଏହି ଫିଲ୍ମ ପାଇଁ ଆମିର ଲାଲ ସିଂ ତଡ୍ଡାର ସିଡ୍ୟୁଲରୁ ବ୍ରେକ ନେଇ ଜୟପୁର ଯାଇଥିଲେ । ଆମିର ଖାନ୍ ଙ୍କ ଲାଲ ସିଂ ଚଡ୍ଡା ଏର୍ଷର ବହୁ ପ୍ରତୀକ୍ଷିତ ପିଲ୍ମ ଅଟେ । ଏହି ଫିଲ୍ମ ପାଇଁ ଆମିର ବହୁତ ପରିଶ୍ରମ କରିଛନ୍ତି, ଏହି ଫିଲ୍ମରେ ସେ କରିନା କପୁରଙ୍କ ସହ ନଜର ଆସିବେ । ଏହି ଫିଲ୍ମକୁ ଗତବର୍ଷ ଖ୍ରୀଷ୍ଟମାସରେ ରିଲିଜ ହେବାର ଥିଲା ହେଲେ କୋଭିଡ ପାଇଁ ରିଲିଜ ଡେଟ କୁ ଡିଲେ କରା ଯାଇଥିଲା। ଏହା ପୂର୍ବରୁ ଆମିର ଖାନଙ୍କୁ ୨୦୧୮ରେ ଠଗ୍ସ ଅଫ ହିନ୍ଦୁସ୍ତାନ ଫିଲ୍ମରେ ଦେଖିବାକୁ ମିଳିଥିଲା । ଆମିରଙ୍କ ଆଗାମି ଚଳଚିତ୍ର କୋଇ ଜାନେ ନା ଫିଲ୍ମ ଆମିନ ହାଜଗିଙ୍କର ନିର୍ଦ୍ଦେଶିତ ଚଳଚ୍ଚିତ୍ର ଅଟେ। ଏହି ଫିଲ୍ମରେ ରିଲିଜି ହୋଇଥିବା ଗୀତକୁ ତାଙ୍କ ଫ୍ୟାନ୍ସ ମାନେ ବେଶ ପସନ୍ଦ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ