ମେ’ ରେ ରାଧେ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଗତବର୍ଷ କରୋନା ମହାମାରୀ କାରଣରୁ ମନୋରଞ୍ଜନ ଶିଳ୍ପ ବହୁ ଅସୁବିଧାର ସମୁଖୀନ ହୋଇଥିଲା। ଚଳଚ୍ଚିତ୍ରର ସୁଟିଂ ବନ୍ଦ ହୋଇଗଲା, ରିଲିଜ ତାରିଖକୁ ଘୁଞ୍ଚେଇ ଦିଆଗଲା ଏବଂ କିଛି ଚଳଚ୍ଚିତ୍ର ନିର୍ମାତା ସେମାନଙ୍କର ଚଳଚ୍ଚିତ୍ରକୁ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କଲୋ ଲକଡାଉନ ପ୍ରତିବନ୍ଧକ ଯୋଗୁଁ ଅନେକ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟ ବିଳମ୍ବ ହୋଇଥିଲା । ସେଥିମଧ୍ୟରୁ ଗୋଟିଏ ହେଲା ସଲମାନ ଖାନଙ୍କ ଫିଲ୍ମ ‘ରାଧେ’ । ଲକଡାଉନ ନିୟମ ପ୍ରତ୍ୟାହାର ହେବା ମାତ୍ରେ ଫିଲ୍ମର ଷ୍ଟାର୍ କାଷ୍ଟ୍ କାର୍ଯ୍ୟ ଆରମ୍ଭ କଲେ ଏବଂ ପ୍ରଶଂସକମାନେ ଫିଲ୍ମର ରିଲିଜ ତାରିଖକୁ ଅପେକ୍ଷା କରିବାକୁ ଲାଗିଲେ। ସଲମାନ ଖାନଙ୍କ ଦ୍ୱାରା ଆୟୋଜିତ ବିଗବସ ୧୪ ର ଗୋଟିଏ ଏପିସୋଡ ସମୟରେ ସଲମାନ ଖାନ ଘୋଷଣା କରିଛନ୍ତି ଯେ, ଫିଲ୍ମଟି ପ୍ରସ୍ତୁତ ହୋଇସାରିଛି ଏବଂ ଖୁବ ଶୀଘ୍ର ମୁକ୍ତିଲାଭ କରିବ ।

ତେବେ ଏହି ଫିଲ୍ମଟି ଚଳିତବର୍ଷ ଇଦରେ ମୁକ୍ତିଲାଭ କରିବ ବୋଲି ଇନଷ୍ଟାରେ ପୋଷ୍ଟ କରି ସୂଚନା ଦେଇଛନ୍ତି ନିଜେ ଦବଙ୍ଗ ବୟ। ତେବେ ମେ ୧୩ ରେ ରିଲିଜ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ରାଧେ’। ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଭୁଦେବା। ଏହି ଚଳଚ୍ଚିତ୍ର ସଲମାନଙ୍କ ବ୍ୟତୀତ ଜ୍ୟାକି ସରଫ୍, ଦିଶା ପଟାନୀ, ରଣଦୀପ ହୁଡ୍ଡା ଆଦି ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଛନ୍ତି। ଏକ କୋରିଆନ୍ ଅକ୍ସନ ମୁଭିର ଏହା ରିମେକ୍ ବୋଲି ସୂଚନା ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ