Masthead

ଆକ୍ସନ ମୋଡରେ ଦିଦି

କୋଲକାତା (ବଡ଼ ଖବର ବ୍ୟୁରୋ): ସମବେଦନା ସାଉଁଟିବେ ମମତା ଦିଦି । ହ୍ୱିଇଲ ଚେୟାରେ ବସି ଦଳୀୟ ପଦଯାତ୍ରାରେ ସାମିଲ୍ ହେବେ । ଆକ୍ସନ ମୋଡରେ ଦିଦି। ଆହାତ ହେବାପରେ ପୁଣିଥରେ ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇବେ ଦିଦି । ତ୍ରୁଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହେବା ପରେ ପଥମ ଥର ପାଇଁ ଆଜି ସାମ୍ନାକୁ ଆସିବେ। ହ୍ୱିଲଚେଆରରେ ବସି କରିବେ ପଦଯାତ୍ରା।

ସେ ଆଜି ଗାନ୍ଧି ପ୍ରତିମୂର୍ତ୍ତିରୁ ନିଜ ପଦଯାତ୍ରା ଆରମ୍ଭ କରିବେ। ଏହାପରେ ସେ ମାର୍ଚ୍ଚ ୧୫ରୁ ଜନସଭା ଆରମ୍ଭ କରିବେ। ମାର୍ଚ୍ଚ ୧୫ରେ ପୁରୁଲିଆ , ୧୬ରେ ବାଙ୍କୁରା, ୧୭ରେ ଝାରଗ୍ରାମରେ ରାଲି କରିବେ ମମତା। ସୂଚନା ଅନୁସାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହେବା ମାମଲାକୁ ନେଇ ବିଶେଷ ପର୍ୟ୍ୟବେକ୍ଷକ ଟିମ୍ ନିର୍ବାଚନ କମିଶନଙ୍କୁ ଏକ ରିପୋର୍ଟ ପ୍ରଦାନ କରିଛନ୍ତି।

ଦୁର୍ଘଟଣା ଯୋଗୁଁ ମୁଖ୍ୟମନ୍ତ୍ରୀ ଆହତ ହୋଇଥିବା ନେଇ ରିପୋର୍ଟରେ କୁହାଯାଇଛି। ରାଲି ବେଳେ ସେ କଡା ସୁରକ୍ଷା ଭିତରେ ଥିଲେ ତାଙ୍କ ଉପରେ କୌଣସି ଆକ୍ରମଣ ହୋଇନାହିଁ ବୋଲି ପର୍ୟ୍ୟବେକ୍ଷକ ଟିମ ସୂଚନା ଦେଇଛି। ସେପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଉଛନ୍ତି। ଆଜି ସେ ଖଡଗପୁରରେ ରୋଡ ଶୋ କରିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି