Before Header

କେନ୍ଦ୍ର ସରକାରଙ୍କ ଦୀପାବଳି ଭେଟି, କମିଲା ପେଟ୍ରୋଲ ଓ ଡିଜେଲ ଦର

0 108

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦୀପାବଳିରେ କେନ୍ଦ୍ର ସରକାରଙ୍କ ଭେଟି । ଦୈନିକ ଦର ବୃଦ୍ଧି ପରେ ଏବେ ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । କିଛି ଦିନ ହେବ ପ୍ରତିଦିନ ବଢ଼ିବାରେ ଲାଗିଥିଲା ପେଟ୍ରୋଲ ଓ ଡିଜେଲ ଦର । ଭୁବନେଶ୍ୱରରେ ୧୧୬ ଟଙ୍କା ପେଟ୍ରୋଲ ଦାମ ଥିବା ବେଳେ ଡିଜେଲର ଦାମ ୧୦୬ଟଙ୍କା ରହିଥିଲା । ଯାହାକୁ ଏବେ କମ କରିଛନ୍ତି କେନ୍ଦ୍ର ସରକାର ।

ପେଟ୍ରୋଲ ୫ଟଙ୍କା ଓ ଡିଜେଲରେ ୧୦ଟଙ୍କା କମ କରାଯାଇଛି । ଆଜି ମଧ୍ୟ ରାତ୍ରରୁ ଲାଗୁ କରାଯିବ ଏହି ନୂଆ ଦର । ପେଟ୍ରୋଲ ଓ ଡିଜେଲ ର ଏକ୍ସାଇଜ ଦାମରେ କମ କରିଛନ୍ତି କେନ୍ଦ୍ର ସରକାର । ଏହାଛଡ଼ା ସବୁ ରାଜ୍ୟ ମାନଙ୍କୁ ମଧ୍ୟ ଭାଟ କମ କରିବାକୁ ଅନୁରୋଧ କରିଛନ୍ତି କେନ୍ଦ୍ର ସରକାର ।

Leave A Reply

Your email address will not be published.