Masthead

ବୌଦ୍ଧ ଭିକ୍ଷୁଙ୍କ ବେଶରେ ଧୋନି

ନୂଆ ଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ନିଜ ହେୟାର ଷ୍ଟାଇଲ ଯୋଗୁଁ ଅନେକ ସମୟରେ ଚର୍ଚ୍ଚାରେ ରହିଥା’ନ୍ତି । ବେଳେବେଳେ ତାଙ୍କୁ ଲମ୍ବା କେଶରେ ଦେଖାଯାଏ ତ ଆଉ ବେଳେବେଳେ ସେ ଛୋଟ କେଶରେ ନଜର ଆସିଥାନ୍ତି । କିନ୍ତୁ ବର୍ତ୍ତମାନ ଧୋନିଙ୍କର ନୂତନ ରୂପ ଆସିଛି ଯାହାକି ସମ୍ପୂର୍ଣ୍ଣ ରୂପେ ଅଲଗା । ବାସ୍ତବରେ ଆଇପିଏଲର ଅଫିସିଆଲ୍ ବ୍ରଡକାଷ୍ଟର ଷ୍ଟାର୍ ସ୍ପୋର୍ଟସ୍  ନିଜ ଟ୍ୱିଟର ଆକାଉଣ୍ଟରେ ଧୋନିଙ୍କ ଏକ ଫଟୋ ସେୟାର କରିଛି । ଧୋନି ଲଣ୍ଡାମୁଣ୍ଡ ବୌଦ୍ଧ ଭିକ୍ଷୁଙ୍କ ପରି ପୋଷାକ ପରିଧାନ କରି ବସିଥିବାର ନଜର ଆସିଛନ୍ତି । ଧୋନିଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଯାହା ଅନୁମାନ କରାଯାଉଛି ଧୋନିଙ୍କର ଏହି ଫଟୋ ଆଇପିଏଲ ୨୦୨୧ ସହିତ ଜଡିତ ଏକ ବିଜ୍ଞାପନର ସୁଟିଂର ଅଂଶ ହୋଇପାରେ । ଫଟୋ ତଳେ ଏକ ମାର୍ଶଲ ଆର୍ଟ ଟ୍ରେନିଂ କ୍ୟାମ୍ପ ମଧ୍ୟ ଲେଖାଯାଇଛି । ଦୁଇ ଦିନ ପୂର୍ବେ ଚେନ୍ନାଇ ସୁପର କିଙ୍ଗସ୍ ର ପ୍ରଶିକ୍ଷଣ ଅଧିବେଶନରେ ୩୯ ବର୍ଷୀୟ ଧୋନି ନିଜ ମୁଣ୍ଡରେ କେଶ ସହ ନଜର ଆସିଥିଲେ । କିନ୍ତୁ ହଠାତ ତାଙ୍କର ଏହି ଫୋଟ ବାହାରକୁ ଆସିଲା। ତେବେ ଧୋନିଙ୍କ ଏହି ଲୁକକୁ ନେଇ ପ୍ରଶଂସକମାନେ ବହୁତ ଖୁସି ଅଛନ୍ତି । ଏହି ସମୟରେ ଧୋନିଙ୍କ ଦଳ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟ ଚଳିତ ବର୍ଷର ଆଇପିଏଲ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଏହି ବର୍ଷ ଦଳକୁ ଚାମ୍ପିୟନ କରିବା ପାଇଁ ଧୋନି ନିଜେ ଅନେକ ଅଭ୍ୟାସ କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ