Before Header

ବିବାଦରେ ପଙ୍ଗା କୁଇନ

0 30

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଉଡ କୁଇନ କଙ୍ଗନା ରାଣାୱତଙ୍କ ଫିଲ୍ମ ମଣିକର୍ଣ୍ଣିକାକୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ଫିଲ୍ମ ପରେ କଙ୍ଗନାଙ୍କୁ ସମସ୍ତେ ଝାନ୍ସୀ କି ରାନୀ କହିବାକୁ ଆରମ୍ଭ କରିଦେଲେ । ଏମିତିବି କଙ୍ଗନା ସବୁବେଳେ ଝାନ୍ସୀ କି ରାନୀ ପରି ରିଅଲ ଲାଇଫରେ ରୁହନ୍ତି । ଏବେ ଏହି ଅଭିନେତ୍ରୀ ଜଣଙ୍କ ଏହି ଫିଲ୍ମର ଦ୍ୱିତୀୟ ଭାଗ ନେଇ ଆସୁଛନ୍ତି । ଏଥର ଫିଲ୍ମର ନାମ ମଣିକର୍ଣ୍ଣିକା ରିଟର୍ଣ୍ଣସ୍-ଦି ଲିଜେଣ୍ଡ ଅଫ ଦିଦ୍ଦା ରଖାଯାଇଛି । ଏହା ମଣିକର୍ଣ୍ଣିକା ଫ୍ରାଞ୍ଚାଇଜିର ୨ୟ ଫିଲ୍ମ ହେବ । କଙ୍ଗନାଙ୍କ ଏହି ଫିଲ୍ମ ଗ୍ରାଣ୍ଡ ଭାବରେ ଆନ୍ତର୍ଜାତୀୟ ସ୍ତରରେ ନିର୍ମାଣ ହେବ । ଏନେଇ କଙ୍ଗନା ରାଣାଓତ ଏକ ଟ୍ୱିଟ କରିଛନ୍ତି । ଟ୍ୱିଟରରେ କଙ୍ଗନା ଏକ ଫଟୋ ଶେୟାର କରି କ୍ୟାପସନରେ ଲେଖିଛନ୍ତି, ଆମ ଭାରତବର୍ଷ ଝାନସୀର ରାଣୀଙ୍କ ଭଳି ଅନେକ ବୀରତ୍ୱ କାହାଣୀର ମୁକସାକ୍ଷୀ ରହିଆସିଛି । ଏଭଳି ଏକ ବର୍ଣ୍ଣନା ହୋଇନଥିବା ବୀରଗାଥା କାହାଣୀ ହେଉଛି କଶ୍ମୀରର ଜଣେ ରାଣୀ, ଯିଏ ମହମ୍ମଦ ଗଜନୀଙ୍କୁ ଥରେ ନୁହେଁ, ବରଂ ଦୁଇଥର ହରାଇଛନ୍ତି । ତେଣୁ ଏଭଳି କାହାଣୀକୁ ନେଇ କମଲ ଜୈନ ଓ ସେ ମଣିକର୍ଣ୍ଣିକା ରିଟର୍ଣ୍ଣସ୍-ଦ ଲେଜେଣ୍ଡ ଅଫ ଦିଦ୍ଦା ନେଇ ଆସୁଛନ୍ତିି । ୨୦୧୯ରେ ଆସିଥିବା ମଣିକର୍ଣ୍ଣିକା-ଦି କୁଇନ ଅଫ ଝାନସୀ ପରେ କୁଇନ କଙ୍ଗନା ଓ ନିର୍ମାତା କମଲ ଜୈନ ପୁଣିଥରେ ହାତ ମିଳାଇଛନ୍ତି । ଅଭିନେତ୍ରୀ ନିକଟରେ ଜୈନଙ୍କ ସହ ଏନେଇ ଏକ ବୈଠକ କରିଥିଲେ ଏବଂ ନୂଆ ସ୍କ୍ରିପ୍ଟକୁ ଅନ୍ତିମ ରୂପ ଦେଇଥିଲେ । ଦିଦ୍ଦା କଶ୍ମୀରର ରାଣୀ ଥିଲେ, ଯିଏ ମହମ୍ମଦ ଗଜନୱୀଙ୍କୁ ଯୁଦ୍ଧରେ ଦୁଇଥର ହରାଇଥିଲେ । ତାଙ୍କର ଗୋଟିଏ ଗୋଡ ପୋଲିଓ ଗ୍ରସ୍ତ ଥିଲା, କିନ୍ତୁ ସେ ଜଣେ ମହାନ ଯୋଦ୍ଧା ଭାବେ ଚର୍ଚ୍ଚିତ ଥିଲେ । ଫିଲ୍ମର ଘୋଷଣା ନ ହେଉଣୁ କୁଇନ କଙ୍ଗନା ପଡିଛନ୍ତି ଅନ୍ୟ ଏକ ବିବାଦରେ । ପଙ୍ଗା କୁଇନ ଭାବରେ ମଧ୍ୟ ବେଶ ପରିଚିତ କଙ୍ଗନା ପଡିଛନ୍ତି ପୁଣି ଥରେ ପଙ୍ଗାରେ । ଗୋଟିଏ ବିବାଦ ପିଛା ନ ଛାଡୁଣୁ ଅନ୍ୟଏକ ବିବାଦରେ ଛନ୍ଦି ହୋଇପଡିଛନ୍ତି ସେ । ନିଜ ବୟାନବାଜିକୁ ନେଇ ସର୍ବଦା ଚର୍ଚ୍ଚାରେ ରହୁଥିବା କଙ୍ଗନାଙ୍କ ଉପରେ ଲାଗିଛି ଏକ ସଙ୍ଗୀନ ଅଭିଯୋଗ । କଙ୍ଗନାଙ୍କ ଅପକମିଙ୍ଗ ଫିଲ୍ମ ମଣିକର୍ଣ୍ଣିକା ରିଟର୍ଣ୍ଣସ୍- ଦ ଲେଜେଣ୍ଡ ଅଫ ଦିଦ୍ଦା ର କାହାଣୀକୁ ଚୋରି କରିଥିବା ନେଇ ଲେଖକ ଆଶିଷ କଲୈ ଅଭିଯୋଗ କରିଛନ୍ତି ।

ଆଶିଷଙ୍କ ଅଭିଯୋଗ ଅନୁଯାୟୀ କଙ୍ଗନା ତାଙ୍କ ପୁସ୍ତକ ଦିଦ୍ଦା-କଶ୍ମୀର କି ଯୋଦ୍ଧା ରାଣୀର କାହାଣୀକୁ ଚୋରି କରି ଫିଲ୍ମ ନିର୍ମାଣ କରିବାକୁ ଘୋଷଣା କରିଥିବା ସେ କହିଛନ୍ତି । ଏନେଇ କଙ୍ଗନାଙ୍କୁ ଆଶିଷ ଲିଗାଲ ନୋଟିସ ପଠାଇଛନ୍ତି । ୭୨ ଘଣ୍ଟା ମଧ୍ୟରେ ଏହାର ଜବାବ ରଖିବାକୁ ସେ କଙ୍ଗନାଙ୍କୁ ସମୟ ଦେଇଛନ୍ତି । ଯଦି ଜବାବ ନ ରଖନ୍ତି ତେବେ ତାଙ୍କ ବିରୋଧରେ କଡା ଆକ୍ସନ ନିଆଯିବ ବୋଲି ଆଶିଷ ଚେତାବନୀ ଦେଇଛନ୍ତି । ସେପଟେ ଏନେଇ କଙ୍ଗନାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ଆଶିଷଙ୍କ ବହିର ଇଂରାଜୀ ଭର୍ସନ ୨୦୧୭ରେ ରିଲିଜ ହୋଇସାରିଛି । ହିନ୍ଦୀ ଭର୍ସନ ରିଲିଜ ଅପେକ୍ଷାରେ ରହିଛି । ଏହାରି ଭିତରେ କଙ୍ଗନା ନିକଟରେ ଏହି କାହାଣୀ ଉପରେ ହିଁ ଏକ ଫିଲ୍ମ ତିଆରି କରିବା ନେଇ ଘୋଷଣା କରିଛନ୍ତି । ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି ।

ଆଶିଷ ନିଜ ଅଭିଯୋଗରେ କହିଛନ୍ତି, କଙ୍ଗନା ତାଙ୍କ ପୁସ୍ତକର କାହାଣୀକୁ ନେଇ ଫିଲ୍ମ ସ୍କ୍ରିପ୍ଟ ଭଳି ଲେଖିଛନ୍ତି । ବଡ ପ୍ରଡକ୍ସନ ହାଉସ ସହ ମିଶି ଏହା ଉପରେ ଫିଲ୍ମ ତିଆରି କରିବାକୁ ଯୋଜନା କରିଛନ୍ତି । ଯଦି କଙ୍ଗନା ଏହି କାହାଣୀକୁ ନେଇ ଫିଲ୍ମ ତିଆରି କରିବେ ତେବେ ତାଙ୍କୁ ଅନେକ ଆର୍ଥିକ କ୍ଷତି ସହିବାକୁ ପଡିବ । ସେପଟେ ଆଶିଷଙ୍କ ଅଭିଯୋଗ ପରେ ଫିଲ୍ମଟି ତାଙ୍କ ପୁସ୍ତକର କାହାଣୀ ଉପରେ ଆଧାରିତ ନାହିଁ ବୋଲି କଙ୍ଗନା ସଫେଇ ଦେଇଛନ୍ତି ।

Leave A Reply

Your email address will not be published.