Masthead

ମୟୁରଭଞ୍ଜ କୃଷକ ତିଆରି କଲେ ଇଲେକ୍ଟ୍ରିକ୍ କାର

ମୟୁରଭଞ୍ଜ(ବଡ଼ ଖବର ବ୍ୟୁରୋ): ଲକଡାଉନ୍ ଶିଖାଇଲା ବହୁତ କିଛି । ରୋଜଗାର ଛଡାଇଥିବା ଦିନ ବନାଇଛି ଆତ୍ମନିର୍ଭରଶୀଳ । ଏହି ଲକଡାଉନ୍ ସମୟରେ ମୟୁରଭଞ୍ଜର କୃଷକ ସାଜିଛି ମେକାନିକାଲ ଇଂଜିନିୟର । ତୈଳ ଦରକୁ ଆଖିଆଗରେ ରଖି ନିର୍ମାଣ କଲେ ବିଦ୍ୟୁତ ଚାଳିତ ଯାନ । ୟୁଟ୍ୟୁବ ଭିଡିଓ ଦେଖି୍ ବନାଇଛନ୍ତି ଏହି ଇଲେକ୍ଟ୍ରିକ୍ କାର । ଏହି ଇଲେକ୍ଟକ୍ ଯାନରେ ୮୫୦ ୱାଟ ମୋଟର ଲାଗି ଥିବା ବେଳେ ୧୦୦ଏଏଚ୍/୫୪ ଭୋଲ୍ଟ ବ୍ୟାଟେରୀ ବ୍ୟବହାର ହୋଇଛି । ଏହି ଇଲେକ୍ଟ୍ରିକ ଯାନ ନିର୍ମାଣ କାରୀ ହେଉଛନ୍ତି ମୟୁରଭଞ୍ଜର କୃଷକ ସୁଶୀଲ ଅଗ୍ରୱାଲ । ତେବେ ଏହି ଗାଡି ଥରେ ଚାର୍ଜ ହେବା ପରେ ୩୦୦ କିଲୋମିଟର ଚାଲିପାରିବ ବୋଲି ସୁଶୀଲ କହିଛନ୍ତି ।

ସେପଟେ ହୁ ହୁ ହୋଇ ଇନ୍ଧନର ଦର ବଢୁଥିବା ବେଳେ ପେଟ୍ରୋଲ ୯୧ ଟଙ୍କା ୯ ପଇସା ରେ ପହଂଚିଥିବା ବେଳେ ଡିଜେଲ ଦର ୮୯ ଟଙ୍କା ୭୯ ପଇସାରେ ପହଂଚିଛି । ଯାହାର ଦର ଦେଖି ଲୋକମାନଙ୍କ ମୁଣ୍ଡରେ ଚଡକ ପଡୁଛି । ଏଭଳି କୌଣସି ଗୋଟିଏ ଦିନ ନାହିଁ ଯେଉଁଦିନ ଇନ୍ଧନର ଦର ବଢୁନାହିଁ । ଏହି ତୈଳ ଦର ବୃଦ୍ଧିକୁ ନେଇ ବାରମ୍ବାର ଲୋକମାନେ ଷ୍ଟ୍ରାଇକ କରୁଥିବା ବେଳେ ଏଥିରେ କୌଣସି ପ୍ରଭାବ ପଡୁନଥିବା ପ୍ରକାଶ କରିଛନ୍ତି ଲୋକେ । ଏନେଇ ମଧ୍ୟ ବହୁବାର ଲୋକେ ସରକାରଙ୍କୁ ଆକ୍ଷେପ ମଧ୍ୟ କରିଛନ୍ତି ହେଲେ କିଛି ସୁଫଳ ମିଳୁନି । ଏହାରି ମଧ୍ୟରେ ସଭିଙ୍କ ପାଇଁ ଜ୍ୱଳନ୍ତ ଉଦାହରଣ ପାଲିଟିଛନ୍ତି ମୟୁରଭଞ୍ଜର କୃଷକ ସୁଶୀଲ ଅଗ୍ରୱାଲ । ତାଙ୍କ କହିବାନୁସାରେ ଏହି ଗୁରୁତ୍ୱ ପୂର୍ଣ୍ଣ ସମୟରେ ଲୋକମାନେ ବିଦ୍ୟୁତ ଚାଳିତ ଗାଡିକୁ ଅଧିକ ଗ୍ରହଣ କରିପାରନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ