Masthead

ଶୋଇଛି ଓଡ଼ିଶା: ଆନ୍ଧ୍ର ପରେ ମାଡ଼ି ଆସିଲା ଛତିଶଗଡ଼

ପଦ୍ମପୁର (ବଡ଼ ଖବର ବ୍ୟୁରୋ): ଓଡ଼ିଶାରେ ଆନ୍ଧ୍ରର ଦାଦାଗିରି ରୋକିବା ପାଇଁ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତେଣେ ପଶ୍ଚିମ ଓଡ଼ିଶାର ଛତିଶଗଡ଼ ସୀମାକୁ ଲାଗିଥିବା ଓଡ଼ିଶାର ଗାଁ ଗୁଡିକରେ ବିକାଶ ହେଉନଥିବାରୁ ଲୋକେ ଖପ୍ପା । ସେମାନେ ଓଡ଼ିଶା ଛାଡି ଛତିଶଗଡ଼ରେ ସାମିଲ ହେବେ ବୋଲି ଜିଦ ଧରିଛନ୍ତି । ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଦେଇଛନ୍ତି ଦାବିପତ୍ର । ଆମେ ଓଡ଼ିଶାରେ ରହିବୁ ନାହିଁ । ଛତିଶଗଡ଼ରେ ରହିବୁ । ଏଭଳି ଦାବିରେ ଚର୍ଦ୍ଦାପାଲି ପଞ୍ଚାୟତବାସୀ ଓଡ଼ିଶା ଛତିଶଗଡ଼ ସୀମାରେ ଥିବା ଗୁଣ୍ଡିଚାଡିହିଠାରେ ଧାରଣା ଦେଇଛନ୍ତି । ଓଡ଼ିଶା ସରକାର ରାସ୍ତାଘାଟ କଲେ ନାହିଁ ।

ବାରମ୍ବାର ଦାବି ସତ୍ୱେ ସ୍ଥାନୀୟ ନେତା କିମ୍ବା ପ୍ରଶାସନ ଶୁଣିଲେ ନାହିଁ । ଛତିଶଗଡ଼ ସରକାର ସମସ୍ୟାର ସମାଧାନ କରିବେ ବୋଲି ଚର୍ଦ୍ଦାପାଲି ପଞ୍ଚାୟତବାସୀ ଆଶା କରିଛନ୍ତି । ସେମାନେ ଧାରଣାସ୍ଥଳକୁ ଛତିଶଗଡ଼ର ସରାଇପାଲି ବିଧାୟକ କିସ୍ମତଲାଲ ନନ୍ଦଙ୍କୁ ଆମନ୍ତ୍ରଣ କରିଥିଲେ । ଆଉ ଘଟଣାସ୍ଥଳରେ ବିଧାୟକ ପହଞ୍ଚିଥିଲେ। ଛତିଶଗଡ଼ ବିଧାୟକ ଶୁଣିଥିଲେ ଓଡ଼ିଶା ଲୋକଙ୍କ ସମସ୍ୟା । ଓଡ଼ିଶା ଲୋକମାନେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଧାୟକଙ୍କୁ ଦେଇଥିଲେ ଦାବିପତ୍ର ।

ଓଡ଼ିଶା ଲୋକଙ୍କ ସମସ୍ୟା ଶୁଣିଲେ ଛତିଶଗଡ଼ ବିଧାୟକ । ମୁଖ୍ୟମନ୍ତ୍ରୀ ଭୁପେଷ ବଘେଲଙ୍କୁ ଦାବିପତ୍ର ଦେବେ । ସୀମାନ୍ତ ଲୋକଙ୍କ ସମସ୍ୟା ଜଣାଇବେ । ସେମାନଙ୍କ ଭାବାବେଗ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇ ଚର୍ଦ୍ଦାପାଲି ପଞ୍ଚାୟତବାସୀଙ୍କୁ ନ୍ୟାୟ ପ୍ରଦାନ କରିବେ ବୋଲି ସରାଇପାଲି ବିଧାୟକ କହିଛନ୍ତି । ବିକାଶଠୁ ବହୁଦୂରରେ ଚର୍ଦ୍ଦାପାଲି । ଓଡ଼ିଶା ସରକାର ଶୁଣୁ ନାହାନ୍ତି । ଆଶା ଛତିଶଗଡ଼ ସରକାର ଶୁଣିବେ । ତେବେ ଛତିଶଗଡ଼ ଲମେକର ସାମ୍ବିଧାନିକ ଅଧିକାର ଆଳରେ ଓଡ଼ିଶା ଲୋକଙ୍କୁ ଉସୁକାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼