Masthead

ଫେଲ୍ ମାରିଛି ସ୍ୱଚ୍ଛ ଭାରତ ମିଶନ

ସାରସକଣା (ବଡ଼ ଖବର ବ୍ୟୁରୋ): ଗାଁ ପରିମଳ ଧୋବା ତୁଠରୁ । ମୟୂରଭଞ୍ଜ ଜିଲ୍ଲାର ଏକ ମେଡିକାଲର ବାସ୍ତବ ଚିତ୍ର । ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମ ଗୃହ ଅଛି ସତ, କିନ୍ତୁ ମଣିଷ ବଦଳରେ କୁକୁର ଓ ସାପ ନେଉଛି ଫାଇଦା । ଗୋଟେ ପଟେ କୁକୁର ସୋଇଥିବା ବେଳେ ଆଉ ଅନ୍ୟ ପଟେ ରହିଛି ସାପ । ଏଭଳି ଦୃଶ୍ୟ ହେଉଛି ମୟୂରଭଞ୍ଜ ଜିଲ୍ଲା ଶୀର୍ଷା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଦୃଶ୍ୟ ।

ସ୍ୱଚ୍ଛ ଭାରତ ମିଶନ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା କହୁଥିବା ବେଳେ ଶୀର୍ଷା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି ବିକଳ ଚିତ୍ର । ସ୍ଵଛ ଭାରତ ନାଁରେ ଆସୁଥିବା କୋଟି କୋଟି ଟଙ୍କା ଏଠି ଆତ୍ମସାତ ହେଉଛି । ଏହି ଡାକ୍ତରଖାନା ପରିସରରେ ଥିବା ସ୍ୱାବ କଲେକସନ୍ ସେଣ୍ଟର ଓ ବିଶ୍ରାମଗାର ଭିତରେ ପୋଡ଼ିରହିଛି ପୁଳା ପୁଳା ମେଡ଼ିସିନ, ଅବ୍ୟବହୃତ ପିପିକୀଟ, ଭଙ୍ଗା ଚେଆର ଟେବୁଲ । ମେଡିକାଲ କର୍ତ୍ତୃପକ୍ଷ ଘଟଣା ସମ୍ପର୍କରେ ଉତ୍ତର ରଖିବାକୁ ମନାକରିଦେଇଛନ୍ତି । ମହାତ୍ମାଗାନ୍ଧୀଙ୍କ ଫଟୋ ରଖି ସ୍ୱଚ୍ଛତାର ବାର୍ତ୍ତା ବାଣ୍ଟୁଥିବା ମେଡ଼ିକାଲ କର୍ତ୍ତୃପକ୍ଷ ଗାନ୍ଧିଜୀଙ୍କୁ ଅପମାନିତ କରୁନାହାନ୍ତି କି?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା