Masthead

କୋଭିଡ ସଂକ୍ରମଣରେ ଯୁକ୍ତରାଷ୍ଟ୍ର ଆମେରିକା ପଛକୁ ରହିଛି ବ୍ରାଜିଲ

ନୂଆଦିଲ୍ଲୀ( ବଡ଼ ଖବର ବ୍ୟୁରୋ): ଭାରତକୁ ଟପିଲା ବ୍ରାଜିଲ୍‌ । ବିଶ୍ୱର ଦ୍ୱିତୀୟ ବହୁଳ କୋଭିଡ୍-୧୯ ସଂକ୍ରମିତ ଦେଶ ଭାବେ ପରିଗଣିତ ହେଲା ବ୍ରାଜିଲ୍‌ । ରବିବାର ଦିନ ଲାଟିନ ଆମେରିକୀୟ ଦେଶ ବ୍ରାଜିଲ୍‌ କରୋନାଭାଇରସ ଜନିତ ୪୩,୮୧୨ ନୂତନ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ମୃତ୍ୟୁ ସଂଖ୍ୟା ୧,୧୨୭ରେ ପହଞ୍ଚିଛି । ଗତବର୍ଷ ବ୍ରାଜିଲରେ ଏତେ ସଂଖ୍ୟକ ମୃତ୍ୟୁ ଘଟି ନ ଥିଲା।ସାରା ଦେଶରେ କରୋନାଭାଇରସ ସଂକ୍ରମଣ ମାମଲା ଦ୍ରୁତ ବେଗରେ ବୃଦ୍ଧି ପାଉଛି । ବ୍ରାଜିଲ୍‌ରେ ରବିବାର ସୁଦ୍ଧା ସମୁଦାୟ ୨,୭୮,୨୨୯ ଜଣଙ୍କର ମୃତ୍ୟୁ ଘଟିଛି।

ସେ ଦେଶରେ ସମୁଦାୟ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୧,୧୪,୮୩,୩୭୦ରେ ପହଞ୍ଚିଛି। ରବିବାର ଭାରତରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ଥିଲା ୧,୧୩,୫୯,୦୪୮। ‌ ହଠାତ୍‌ ମହାମାରୀ ସଂକ୍ରମଣ ହାର ହ୍ରାସ ପାଉଥିବା ଯୁକ୍ତରାଷ୍ଟ୍ର ଆମେରିକା ପଛକୁ ରହିଛି ବ୍ରାଜିଲ । ‘ଓ୍ଵାର୍ଲଡୋମିଟର୍‌’ ରେକର୍ଡ ଅନୁସାରେ ଏବେ ଯୁକ୍ତରାଷ୍ଟ୍ର ଆମେରିକାରେ ସମୁଦାୟ ସଂକ୍ରମଣ ସଂଖ୍ୟା ୩୦,୦୮୧,୬୫୭।ପ୍ରାୟ ୨୧୨ ନିୟୁତ ଜନସଂଖ୍ୟା ବିଶିଷ୍ଟ ବ୍ରାଜିଲ୍‌ରେ ବର୍ଷେ ହେବ କୋଭିଡ୍‌ ସଂକ୍ରମଣ ଅତି ଉତ୍କଟ ସ୍ତରରେ ରହିଛି। ଏବେ ବ୍ରାଜିଲ୍‌ରେ ପୂର୍ବଅପେକ୍ଷା ଅଧିକ କୋଭିଡ୍‌-୧୯ଜନିତ ମୃତ୍ୟୁ ଘଟୁଛି।

ନୂଆ ତଥା ସକ୍ରିୟ ଆକ୍ରାନ୍ତମାନେ ଭର୍ତ୍ତି ହେଉଥିବାରୁ ଡାକ୍ତରଖାନାରେ ସ୍ଥାନାଭାବ ଦେଖା ଦେଇଛି।ବ୍ରାଜିଲ୍‌ରେ କୋଭିଡ୍‌-୧୯ ମହାମାରୀ ଚିନ୍ତାର କାରଣ। ଏଥିପାଇଁ କଠୋର ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଧ୍ୟ କହିଛି। ବ୍ରାଜିଲ୍‌ରେ କୋଭିଡ୍‌-୧୯ ନିରୋଧୀ ଟିକାକରଣ ଚାଲିଥିଲେ ମଧ୍ୟ ତାହାର ଫଳପ୍ରଦତା ଉପରେ ରାଷ୍ଟ୍ରପତି ଜାଇର୍‌ ବୋଲ୍‌ସୋନାରୋ ସନ୍ଦେହ ପ୍ରକଟ କରିଛନ୍ତି।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା