Masthead

ସୁନ୍ଦରୀ ଗଲା ରାଜୁ, ମହେନ୍ଦ୍ର ଯିବେନି ତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଅନୁଗୁଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟର ଶୋଭା ଅତ୍ୟନ୍ତ ମନମୁଗ୍ଧକର । ମହାନଦୀ କୂଳରେ ଅବସ୍ଥିତ ଏହି ଅଭୟାରଣ୍ୟ ଅତି ଘଞ୍ଚ, କିନ୍ତୁ ଏହି ଅଭୟାରଣ୍ୟରୁ ମାଫିଆ ମାନେ ବାରମ୍ବାର କାଠ ଚୋରି କରି ଶ୍ରୀହୀନ କରିଦେଲେ । କାଠ ମାଫିଆଙ୍କ ଆକ୍ରମଣରେ କିଛି ବନ କର୍ମଚାରୀ ଆହାତ ମଧ୍ୟ ହେଲେ । ସାତକୋଶିଆର ସୁରକ୍ଷା ଚିନ୍ତା ବଢିଲା । ଏହି ଅଭୟାରଣ୍ୟରେ ବାଘ ଛାଡିବାକୁ ସରକାରୀ ସ୍ତରରେ ହେଲା ନିଷ୍ପତି । ମଧ୍ୟପ୍ରଦେଶର କାହ୍ନାରୁ ଆସିଲା ବାଘୁଣୀ ସୁନ୍ଦରୀ । କିଛି ଦିନ ପରେ ସୁନ୍ଦରୀର ସାଥୀ କାହ୍ନାରୁ ଆସିଥିଲା ସାତକୋଶିଆ ।

କିଛିଦିନ ପରେ ସାଥିର ମୃତ୍ୟୁ ହେବାରୁ ସୁନ୍ଦରୀ ନିସଙ୍ଗ ହୋଇଗଲା । ନିସଙ୍ଗ ଜୀବନ ସୁନ୍ଦରୀକୁ କଲା ଅଧିକ ହିଂସ୍ର। ଶୀକାର କଲା ମଣିଷ । ବାଘୁଣୀ ସୁନ୍ଦରୀର ଗତିବିଧିକୁ ନଜର ରଖିବା ପାଇଁ ଶିମିଳିପାଳରୁ ଆସିଲା ଦୁଇ ହାତୀ ରାଜୁଓ ମହେନ୍ଦ୍ର । ସୁନ୍ଦରୀ ଏବେ ଜନ୍ମ ମାଟି ମଧ୍ୟପ୍ରଦେଶକୁ ଫେରିଯାଇଛି । ଯାହାକୁ ନେଇ ସାତକୋଶିଆ ଅଧିବାସୀଙ୍କ ମନରେ ଖୁସି ଦେଖିବାକୁ ମିଳିଛି । ୨ଦିନର ଅକ୍ଲାନ୍ତ ପରିଶ୍ରମ ପରେ ଶେଷରେ ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରି ଧରାଯାଇଛି । ତେବେ ସତରେ କ’ଣ ହାତୀ ଦୁଇଟି ଫେରିଯିବ ସେଥିପାଇଁ ସ୍ଥାନୀୟ ଲୋକଙ୍କ ମନରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି । ଏନେଇ ଆତଙ୍କିତ ହୋଇଛନ୍ତି ସ୍ଥାନୀୟ ବାସିନ୍ଦା । ରାଇଗୁଡା ଏନକ୍ଲୋଜର ମଧ୍ୟରେ ବାଘୁଣୀକୁ ଧରିବା ପାଇଁ ଯନ୍ତାରେ ଶିକାର ରଖା ଯ।।ଇଥିଲା । କିନ୍ତୁ ବାଘୁଣୀକୁ ଧରାଯାଇପାରିନଥିବାରୁ ଟ୍ରାଙ୍କୁଲାଇଜ କରାଯାଇଥିଲା । ବାଘୁଣୀ ସୁନ୍ଦରୀ କାଲି ମଧ୍ୟପ୍ରଦେଶକୁ ଫେରିଯିବାପରେ ସାତକୋଶିଆ ବାସୀ ବହୁତ ଖୁସି ଥିବା ନେଇ ପ୍ରତିକ୍ରିୟା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି