ବନ୍ୟାଜଳ ଘେରରେ କଣାସ ର ୪ ଟି ଗାଁ, ମିଳୁନି କୌଣସି ସରକାରୀ ସହାୟତା

କଣାସ(ବଡ଼ ଖବର ବ୍ୟୁରୋ):  ବନ୍ୟା ଜଳ ଘେର ରେ କଣାସ ର ୪ ଟି ଗାଁ ।ପୁରୀ ଜିଲ୍ଲା କଣାସ ବ୍ଲକ ର ଦୟା ଓ ରାଜୁଆ ନଦୀର ବନ୍ୟା ଘେରରେ କଣାସ ବ୍ଲକ ର ତରପଡା, ଦୋକନ୍ଦା, ବଡାସ, ବାଲିପାଟଣା, ବୈଦନାଥ ପାଟଣା, ଗାଁ କ୍ଷତିଗ୍ରସ୍ତ । ଗାଁ ଭିତରେ ବନ୍ୟା ପାଣିର ଲହଡି । ଗମନା ଗମନ ଏକ ପ୍ରକାର ଠପ ହୋଇଯାଇଛି । ଏପଟେ ଲାଗିରହିଛି ଲଘୁଚାପ ବର୍ଷା । ଏଥିପାଇଁ ଭୟଭିତରେ ରହିଛନ୍ତି ଲୋକେ। କଣାସ ର ଏହି ୪ ଟି ଗାଁ ର ଲୋକେ ବର୍ଷ କ ଭିତରେ ଦୁଇଟି ବନ୍ୟା ର ସମ୍ମୁଖୀନ କରୁଛନ୍ତି ଦୁଇ ମାସ ପୂର୍ବରୁ ସମାନ ଭାବରେ ବନ୍ୟା ଜଳ ଏହି ଭଳି ଭାବରେ ଗାଁ ରେ ପଶି କ୍ଷୟ କ୍ଷତି କରିଥିଲା ।

 

ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଚାଷ ଜମି ଭାଙ୍ଗି ଦେଇଥିଲା । ବନ୍ୟା କ୍ଷୟକ୍ଷତି ପରେ ଧାର କରଜ ଓ ହାତ ଉଧାରୀ ରେ ପୁଣି ଚାଷ ଆରମ୍ଭ କରିଥିଲେ ଚାଷୀ ।କିନ୍ତୁ ଦାଉ ସାଜିଲା ପୁଣି ବନ୍ୟା । ଯାହା ଏବେ ବନ୍ୟା ଜଳ ଲହଡି ମାରି ଗମନା ଗମନ ଏକ ପ୍ରକାର ଠପ ଥିବା ବେଳେ ଏପର୍ୟ୍ୟନ୍ତ ସରକାରୀ ସ୍ଥର ରେ କୌଣସି ଅଧିକାରୀ କି ରାଜ ନେତା ପହଂଞ୍ଚି ନାହାନ୍ତି କି କୌଣସି ସରକାରୀ ସହାୟତା ମିଳିନି ବୋଲି ବୋଲି ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’