Masthead

ବନ୍ୟାଜଳ ଘେରରେ କଣାସ ର ୪ ଟି ଗାଁ, ମିଳୁନି କୌଣସି ସରକାରୀ ସହାୟତା

କଣାସ(ବଡ଼ ଖବର ବ୍ୟୁରୋ):  ବନ୍ୟା ଜଳ ଘେର ରେ କଣାସ ର ୪ ଟି ଗାଁ ।ପୁରୀ ଜିଲ୍ଲା କଣାସ ବ୍ଲକ ର ଦୟା ଓ ରାଜୁଆ ନଦୀର ବନ୍ୟା ଘେରରେ କଣାସ ବ୍ଲକ ର ତରପଡା, ଦୋକନ୍ଦା, ବଡାସ, ବାଲିପାଟଣା, ବୈଦନାଥ ପାଟଣା, ଗାଁ କ୍ଷତିଗ୍ରସ୍ତ । ଗାଁ ଭିତରେ ବନ୍ୟା ପାଣିର ଲହଡି । ଗମନା ଗମନ ଏକ ପ୍ରକାର ଠପ ହୋଇଯାଇଛି । ଏପଟେ ଲାଗିରହିଛି ଲଘୁଚାପ ବର୍ଷା । ଏଥିପାଇଁ ଭୟଭିତରେ ରହିଛନ୍ତି ଲୋକେ। କଣାସ ର ଏହି ୪ ଟି ଗାଁ ର ଲୋକେ ବର୍ଷ କ ଭିତରେ ଦୁଇଟି ବନ୍ୟା ର ସମ୍ମୁଖୀନ କରୁଛନ୍ତି ଦୁଇ ମାସ ପୂର୍ବରୁ ସମାନ ଭାବରେ ବନ୍ୟା ଜଳ ଏହି ଭଳି ଭାବରେ ଗାଁ ରେ ପଶି କ୍ଷୟ କ୍ଷତି କରିଥିଲା ।

 

ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଚାଷ ଜମି ଭାଙ୍ଗି ଦେଇଥିଲା । ବନ୍ୟା କ୍ଷୟକ୍ଷତି ପରେ ଧାର କରଜ ଓ ହାତ ଉଧାରୀ ରେ ପୁଣି ଚାଷ ଆରମ୍ଭ କରିଥିଲେ ଚାଷୀ ।କିନ୍ତୁ ଦାଉ ସାଜିଲା ପୁଣି ବନ୍ୟା । ଯାହା ଏବେ ବନ୍ୟା ଜଳ ଲହଡି ମାରି ଗମନା ଗମନ ଏକ ପ୍ରକାର ଠପ ଥିବା ବେଳେ ଏପର୍ୟ୍ୟନ୍ତ ସରକାରୀ ସ୍ଥର ରେ କୌଣସି ଅଧିକାରୀ କି ରାଜ ନେତା ପହଂଞ୍ଚି ନାହାନ୍ତି କି କୌଣସି ସରକାରୀ ସହାୟତା ମିଳିନି ବୋଲି ବୋଲି ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର