Masthead

ମାଲକାନଗିରି ଜିଲ୍ଲାରେ ଅଜଣା ରୋଗର ଆତଙ୍କ ! ଜ଼ୀଲ୍ଲା ରେ ମୃତ୍ୟୁ ସଂଖ୍ୟା ୨୫

ଡାକ୍ତରି ଚିକିତ୍ସା ପରିବର୍ତ୍ତେ ଗୁଣି ଗାରିଡି ଉପରେ ଅଧିକା ଭରଷା ।

ମାଲକାନଗିରି: ସାରା ଦେଶରେ ଏବେ କରୋନା ମହାରିକୁ ନେଇ ଚିନ୍ତା ଲାଗିଥିବା ବେଳେ ଘାରି ହେଉଛନ୍ତି ଆଦିବାସି ଲୋକେ । ଗତ ମାସକ ମଧ୍ୟରେ ଜିଲ୍ଲାର ସୋଡିଗୁଡା ଗାଁରେ ୧୩ ଜଣ ପ୍ରାଣ ହରାଇଥିବା ବେଳେ ବାପନପାଲ୍ଲି ଗାଁରେ ୧୨ ଜଣ ପ୍ରାଣ ହରାଇଛନ୍ତି । ରୋଗର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ ।

ଗତ ମାସକ ମଧ୍ୟରେ ୨୫ ଜଣଙ୍କ ଜିବନ ନେଲାଣି ଅଜଣା ରୋଗ । ମାଲକାନଗିରି ଜିଲ୍ଲାରେ ଏମିତି ମୃତ୍ୟୁର ବିଭିଷିକା ରଚି ଚାଲିଛି କେଉଁ ଏକ ଅଜଣା ରୋଗ । ମାଥିଲି ବ୍ଲକର ସୋଡିଗୁଡା ଗାଁରେ ୧୩ ଜଣ ପ୍ରାଣ ହରାଇଥିବା ବେଳେ ପଡିଆ ବ୍ଲକର ଭାବନପାଲ୍ଲି ଗାଁରେ ୧୨ ଜଣ ପ୍ରାଣ ହରାଇଛନ୍ତି । ରୋଗର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ଜଣା ପଡିନାହି । ହେଲେ ପ୍ରଥମେ ଲୋକଙ୍କ ଦେହ ହାତ ଗୋଡ଼ ଫୁଲି ଯାଉଥିବା ବେଳେ ପରେ ଭିଷଣ ଜ୍ବରରେ ଆକ୍ରାନ୍ତ ହୋଇ ଜିବନ ହରାଉଛନ୍ତି ଲୋକେ । ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ଯୁବ ବର୍ଗର । ଗାଁରେ ଡାକ୍ତରି ଦଳ ପହଞ୍ଚି ଲୋକଙ୍କ ଚିକିତ୍ସା ଆରମ୍ଭ କରିଛନ୍ତି । ହେଲେ ଚିକିତ୍ସା ଲାଗି ଆଦିବାସି ଲୋକେ ଡାକ୍ତରି ସେବା ପରିବର୍ତ୍ତେ ଗୁଣି ଗାରିଡି ଉପରେ ଅଧିକା ଭରଷା କରୁଥିବା ଦେଖିବାକୁ ମିଳିଛି । ଦେଖନ୍ତୁ ଗୁରୁତର ରୋଗିଙ୍କୁ କେମିତି ଝଡା ଫୁଙ୍କା କରୁଛନ୍ତି ଗାଁର ଜଣେ ଦିଶାରି ।

ସୋଡିଗୁଡା ଓ ଭାବନପାଲ୍ଲୀ ଗାଁରେ ଏହି ଅଜଣା ରୋଜ ବ୍ୟାପିବା ପରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତତ୍ପର ହୋଇଛି । ଉଭୟ ଗାଁରେ ସ୍ବତନ୍ତ୍ର ଡାକ୍ତରି ଦଳ ପହଞ୍ଚି ରୋଗାକ୍ରାନ୍ତ ଲୋକଙ୍କ ଚିକିତ୍ସା ଆରମ୍ଭ କରିଛନ୍ତି । ଘର ଘର ବୁଲି ରୋଗିଙ୍କ ରକ୍ତ ନମୁନା ସଂଗ୍ରହ କରାଯାଉଥିବା ବେଳେ ଗୁରୁତର ରୋଗିଙ୍କୁ ମେଡିକାଲ ସ୍ତାନନ୍ତର କରାଯାଇଛି । ରୋଗର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ଜଣା ପଡିନଥିବା ବେଳେ ଅଧିକାଂଶ ରୋଗିଙ୍କ ପାଖରେ ରକ୍ତ ହିନତା ଦେଖା ଯାଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରି କହିଛନ୍ତି ।

ରୋଗର କାରଣ ଜାଣିବା ଲାଗି ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରିକ୍ଷା ନିମନ୍ତେ କଟକ ବଡ ମେଡିକାଲକୁ ପଠାଯାଇଛି ସେଠାରୁ ରିପୋର୍ଟ ଆସିବା ପରେ ପକୃତ କାରଣ ଜଣା ପଡିବ ବୋଲି ସେ ପ୍ରକାଶ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ