Masthead

ଜାପାନରେ ଶକ୍ତିଶାଳୀ ଭୂମିକଂପରେ ୬ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଜାପାନରେ ଶକ୍ତିଶାଳୀ ଭୂମିକଂପରେ ୬ ଜଣଙ୍କ ମୃତ୍ୟୁ । ଅନେକ କୋଠା ଭୁଶୁଡ଼ିଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା । ଗତକାଲି ୭.୬ ତୀବ୍ରତାର ଭୂକଂପ ଝଟ୍‌କା ଅନୁଭୂତ ହୋଇଥିଲା । ଶକ୍ତିଶାଳୀ ଭୂଂକପ ଝଟ୍‌କା ପରେ ସୁନାମୀ ୱାର୍ଣ୍ଣିଂ ଜାରି ହୋଇଥିଲା । ସୋମବାର ଜାପାନରେ ୯୦ ମିନିଟ୍ରେ ୨୧ ଥର ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ସର୍ବାଧିକ ତୀବ୍ରତା ୭.୪୬ ରେକର୍ଡ ହୋଇଥିଲା । ସୋସିଆଲ ମିଡିଆରେ ସୁନାମୀର କିଛି ଭିଡିଓ ଭାଇରାଲ ହେଉଛି ।

ତେବେ ଭୂକମ୍ପରେ କେତେ କ୍ଷୟ କ୍ଷତି ହୋଇଛି ତା’ର ସ୍ପଷ୍ଟ ସୂଚନା ମିଳିନି । ବିଭିନ୍ନ ସ୍ଥାନରେ ରାସ୍ତା ଫାଟିଥିବା ଦେଖାଯାଇଛି । ଏପରିକି କିଛି ସ୍ଥାନରେ କୋଠାବାଡି ଭାଙ୍ଗିବାର ଚିତ୍ର ବି ସାମ୍ନାକୁ ଆସିଛି । ଭୂମିକମ୍ପ ପରେ ଜାପାନରେ ସୁନାମିର ଆଶଙ୍କା ରହିଥିବା ସୂଚନା ଦେଇଥିଲା ଜାପାନ ପାଣିପାଗ ବିଭାଗ । ଏନେଇ ସତର୍କ ସୂଚନା ଜାରି କରିଥିଲା ଜାପାନ ପାଣିପାଗ ବିଭାଗ । ବିଶେଷ କରି ଉପକୂଳ ଅଂଚଳ ଇଶିକାୱା, ନିଗାଟା ଓ ଟୋୟାମା ଅଂଚଳକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଲୋକଙ୍କୁ ପାଖରେ ଥିବା ନିକଟସ୍ଥ ଉଚ୍ଚ ସ୍ଥାନ ଅବା ବିଲଡିଂକୁ ପଳାଇଯିବାକୁ ନର୍ଦ୍ଦେଶ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’