Masthead

ପିପିଲି ଉପନିର୍ବାଚନ: ଆଶ୍ରିତଙ୍କୁ ଆଶ୍ରାକଲା ବିଜେପି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପିପିଲି ଉପନିର୍ବାଚନ ପାଇଁ ସଜେଇ ହେଲାଣି ମଇଦାନ । ବାଜି ହାତେଇବାକୁ ଅଙ୍କ କଷିଲେଣି ୩ପ୍ରମୁଖ ରାଜନୈତିକ ଦଳ । ଏହାରି ଭିତରେ ବିଜେପି ଆଗୁଆ ତାର ପ୍ରାର୍ଥୀ ଘୋଷଣା କରିଛି। ପୁରୀ ଜିଲ୍ଲା ସଭାପତି ତଥା ପିପିଲିରୁ ପୂର୍ବରୁ ପ୍ରାର୍ଥୀ ହୋଇଥିବା ଆଶ୍ରିତ ପଟ୍ଟନାୟକଙ୍କୁ ଦଳ ଏଥର ଆଶ୍ରାକରି ଟିକେଟ ଦେଇଛି। ଦଳର ସଂସଦୀୟ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଗତ ବିଧାନସଭା ନିର୍ବାଚନରେ ଆଶ୍ରିତ ବିଜେପିରୁ ପ୍ରାର୍ଥୀ ହୋଇ ବିଜେଡି ନେତା ପ୍ରଦୀପ ମହାରଥୀଙ୍କୁ ଟକ୍କର କରି ବାଜି ହାରିଯାଇଥିଲେ। ଗତ ବିଧାନସଭା ନିର୍ବାଚନରେ ତାଙ୍କୁ ୭୨,୭୩୧ ଖଣ୍ଡ ଭୋଟ ମିଳିଥିଲା । ମାତ୍ର ୧୫,୭୮୭ ଖଣ୍ଡ ଭୋଟରେ ଆଶ୍ରିତ ପରାସ୍ତ ହୋଇଥିଲେ । ତେଣୁ ଏଥର ଉପ ନିର୍ବାଚନରେ ଦଳ ତାଙ୍କୁ ଆଗରେ ରଖି ନିର୍ବାଚନ ଜିତିବାକୁ ଲକ୍ଷ୍ୟ ରଖିଛି ।

ଅନ୍ୟପଟେ ବିଜେଡି ଦୋଳ ପୂର୍ଣ୍ଣିମା ଦିନ ଓ କଂଗ୍ରେସ ହୋଲି ପରେ ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ବୋଲି ଜଣାପଡ଼ିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ