Masthead

ମିଲର ଏବଂ ସେକ୍ରେଟାରୀଙ୍କ ମଧୁଚନ୍ଦ୍ରିକା ପାଇଁ ଚାଷୀ ହନ୍ତସନ୍ତ

କୋଣାର୍କ (ବଡ଼ ଖବର ବ୍ୟୁରୋ): ଧାନ ମଣ୍ଡିରୁ ଚାଷୀଙ୍କ ଧାନ ଉଠୁନଥିବା ଅଭିଯୋଗ ଆଣିଲେ ଚାଷୀ । ପୁରୀ ଜିଲ୍ଲା ଗୋପ ବ୍ଲକ କୁଆଁପଡା ପଂଚାୟତର ବନ୍ତଳି ଗ୍ରାମ ସୋସାଇଟିରୁ ଟାର୍ଗେଟରେ ଥିବା ଧାନ ଉଠୁନଥିବା ଅଭିଯୋଗ ଆଣିଲେ ଚାଷୀ । ଧାନ ମଣ୍ଡିରେ ୨୦୦ କୁଇଣ୍ଟାଲରୁ ଅଧୀକ ଧାନ ପଡିରହିଥିଲେ ମଧ୍ୟ ଚାଷୀଙ୍କ ଠାରୁ ଟାର୍ଗେଟ ଧାନର ୪୦ ପ୍ରତିଶତ ଧାନ ନେଇ ୬୦ ପ୍ରତିଶତ ଧାନ ଘରକୁ ଫେରାଇ ନେଇଯିବାକୁ ବାଧ୍ୟ ହୋଇଛନ୍ତି ଚାଷୀ । ଚାଷୀଙ୍କ ଅଭିଯୋଗ କ୍ରମେ ପ୍ରତିବର୍ଷ ସେମାନେ ଏପରି ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ନା ଜିଲ୍ଲା ପ୍ରଶାସନ ନା ସରକାର କେହି କର୍ଣ୍ଣପାତ କରୁନାହାନ୍ତି । ଦିନ ତମାମ ଖରାରେ ବର୍ଷ ଯାକର ପରିଶ୍ରମ ସୋସାଇଟିରେ ଧାନ ବିକ୍ରି ନେଇ ଆସିଲେ ବି ଖୋଦ ଅର୍ଣ୍ଣଦାତାର ଦୁଃଖ କିଏ ଶୁଣିବ ଯେ?

ଏପଟେ ଚାଷୀମାନେ ଧାନ ବିକ୍ରି କରି ନ ପାରି ହନ୍ତସନ୍ତ ହେଉଥିବା ବେଳେ ସୋସାଇଟିରେ ଅନୁପସ୍ଥିତ ସେକ୍ରେଟାରୀ । ଚାଷୀଙ୍କ ଅଭିଯୋଗ ମିଲର ଏବଂ ସେକ୍ରେଟାରୀଙ୍କ ମଧୁ ଚନ୍ଦ୍ରିକା ସେମାନଙ୍କ ସମସ୍ତ ସମସ୍ୟାର ମୂଳ । ତେଣୁ ଧାନ ବିକ୍ରି କରି ନପାରି ବାଧ୍ୟ ହୋଇ ଆତ୍ମହତ୍ୟା କରିବାର ଧମକ ଦେଲେଣି ଚାଷୀ । କଣ ପାଇଁ ସେମାନଙ୍କ ଧାନ କାଟ ହେଉଛି, କଣ ପାଇଁ ଧାନର ଏପରି ୪୦ ପ୍ରତିଶତ ବିକ୍ରି କରାଯାଇଛି ସେନେଇ ତଦନ୍ତ କରିବାକୁ ଦାବି କରିଛନ୍ତି ଚାଷୀ । ଅନ୍ୟପଟେ ଆଜିର ଧାନ ପୂର୍ଣ୍ଣ ମାତ୍ରାରେ ବିକ୍ରି ନହେବା କାରଣରୁ ଧାନ ଗାଡି ତଳେ ଶୋଇ ଜୀବନ ହାରିବା କଥା କହିଛନ୍ତି ଚାଷୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ