ପାଖରେ ନଥିଲେ ଆତ୍ମୀୟ, ଶବ ବୋହିଲେ ପୋଲିସ ଅଧିକାରୀ

ବାରିପଦା (ବଡ଼ ଖବର ବ୍ୟୁରୋ): ହତ୍ୟା ଘଟଣାର ତଦନ୍ତ ବେଳେ ସାମ୍ନାକୁ ଆସିଛି ମାନବିକତାର ଏକ ଅନନ୍ୟ ଚିତ୍ର। ଘଟଣାସ୍ଥଳରେ ତଦନ୍ତ ସାରିବା ପରେ ମୃତଦେହକୁ ବ୍ୟବଚ୍ଛେଦ (Post-mortem) ପାଇଁ ନେବାକୁ ପୋଲିସକୁ ଆତ୍ମୀୟଙ୍କ ଆବଶ୍ୟକତା ପଡ଼ିଥିଲା। ମାତ୍ର ଦୁର୍ଭାଗ୍ୟବଶାତଃ, ମୃତକଙ୍କ ବଡ଼ ପୁଅଙ୍କୁ ଛାଡ଼ିଦେଲେ ଆଉ କୌଣସି ନିଜ ଲୋକ ଉପସ୍ଥିତ ନଥିଲେ। ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ କୌଣସି ଗାଡ଼ି ଯିବାର ସୁବିଧା ନଥିବା ବେଳେ ରାସ୍ତା କାଦୁଅରେ ପଚପଚ ହୋଇଥିଲା ।

ଏହି ସଙ୍କଟ ସମୟରେ ନିଜର କର୍ତ୍ତବ୍ୟରୁ ଟିକିଏ ଆଗକୁ ଯାଇ ବାଙ୍ଗିରିପୋଷି ପୋଲିସ ଅଧିକାରୀ ଜ୍ୟୋତି ରଞ୍ଜନ ସେଠୀ, ମହିଳା ଅଧିକାରୀ ସସ୍ମିତା ସାମଲ, ଏପିଆର୍ (APR) କର୍ମଚାରୀ ଏବଂ ସାମ୍ବାଦିକ ପ୍ରଭାତ ହୋତା ନିଜେ ଶବକୁ କାନ୍ଧେଇଥିଲେ। ପ୍ରାୟ ୧ କିଲୋମିଟର କାଦୁଅ ଵିଲ ରାସ୍ତାରେ ମୃତଦେହକୁ ବୋହି ଆଣି ମୁଖ୍ୟ ରାସ୍ତାରେ ପହଞ୍ଚାଇଥିଲେ।  ପୋଲିସ ପ୍ରତି ଥିବା ଲୋକଙ୍କ ଚିନ୍ତାଧାରାକୁ ଏହା ବଦଳେଇ ଦବ ନିଶ୍ଚିତ। ବାଙ୍ଗିରିପୋଷି ପୋଲିସ ର ଏଭଳି କାର୍ଯ୍ୟ କୁ ଅଞ୍ଚଳରେ ପ୍ରଶଂସା କରାଯାଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ଶପଥ ନେବେ ବ୍ରଜ ମୋହନ ରାମ 🔴 ପିପିଲି କଲେଜ ସମ୍ପୂର୍ଣ୍ଣ ଦଖଲ କଲା ଏବିଭିପି 🔴 ଯନ୍ତ୍ରୀଙ୍କ ନିକଟରୁ ମିଳିଲା ପୁଳା ପୁଳା ଟଙ୍କା 🔴 ଆଜି ଓଡ଼ିଶା ଆସିବେ ରାଜ୍ୟପାଳ 🔴 ୨୫ରେ ଲଘୁଚାପ! 🔴 ଦୁଇ ଉପ ମୁଖ୍ୟମନ୍ତ୍ରୀ ଖାଇଲେ ମାତ, ପାରି ହୋଇଗଲେ ମନ୍ତ୍ରୀ 🔴 ୨ଦିନ ବର୍ଷା ସମ୍ଭାବନା 🔴 ସ୍କୁଲ ଛାତ ଭୁଶୁଡ଼ି ୧୮ ମୃତ 🔴 ଆଜି ୬ ହଜାର ୮୯୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା 🔴 ପୁଣି ବର୍ଷା ସମ୍ଭାବନା 🔴 ଆଜି ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ଶପଥ ନେବେ ବ୍ରଜ ମୋହନ ରାମ 🔴 ପିପିଲି କଲେଜ ସମ୍ପୂର୍ଣ୍ଣ ଦଖଲ କଲା ଏବିଭିପି 🔴 ଯନ୍ତ୍ରୀଙ୍କ ନିକଟରୁ ମିଳିଲା ପୁଳା ପୁଳା ଟଙ୍କା 🔴 ଆଜି ଓଡ଼ିଶା ଆସିବେ ରାଜ୍ୟପାଳ 🔴 ୨୫ରେ ଲଘୁଚାପ! 🔴 ଦୁଇ ଉପ ମୁଖ୍ୟମନ୍ତ୍ରୀ ଖାଇଲେ ମାତ, ପାରି ହୋଇଗଲେ ମନ୍ତ୍ରୀ 🔴 ୨ଦିନ ବର୍ଷା ସମ୍ଭାବନା 🔴 ସ୍କୁଲ ଛାତ ଭୁଶୁଡ଼ି ୧୮ ମୃତ 🔴 ଆଜି ୬ ହଜାର ୮୯୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା 🔴 ପୁଣି ବର୍ଷା ସମ୍ଭାବନା