Masthead

ହୋଲିରେ ନିଜକୁ କିଭଳି ସୁରକ୍ଷିତ ରଖିବେ ଜାଣନ୍ତୁ…

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ହୋଲି ଉତ୍ସବରେ ଛୋଟରୁ ବଡ ପର୍ଯ୍ୟନ୍ତ ସମସ୍ତେ ମଉଜ ମସ୍ତି କରିଥାନ୍ତି । ପରସ୍ପରକୁ ରଙ୍ଗ ଲଗାଇ ହୋଲି ପାଳିଥାନ୍ତି । କିନ୍ତୁ ରଙ୍ଗରେ କିଛି କେମିକାଲ ଓ ସିନ୍ଥେଟିକ ରଙ୍ଗ ମିଶିଥାଏ ଯାହା ଶରୀର ପାଇଁ ହାନିକାରକ । ତେଣୁ ରଙ୍ଗ ଖେଳିବା ସମୟରେ ସାବଧାନତା ଅବଲମ୍ବନ କରିବା ନିହାତି ଆବଶ୍ୟକ । ସିନ୍ଥେଟିକ ବା କେମିକାଲ ରଙ୍ଗ ଖେଳିବା ଅପେକ୍ଷା ହର୍ବାଲ ରଙ୍ଗରେ ହୋଲି ଖେଳିବା ଉଚିତ୍ । ଏହା ଅତି ସହଜରେ ଶରୀରରୁ ଛାଡିଯାଇଥାଏ ଏବଂ ଆଲର୍ଜି କିମ୍ବା କୌଣସି ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବନାହିଁ ।

କୁନି ପିଲାମାନେ ଆଖିରେ କଣ୍ଟାକ୍ଟ ଲେନ୍ସ ଲଗାଇବା ଉଚିତ ନୁହେଁ, କାରଣ ଆଖିରେ ରଙ୍ଗ ପଡିବା ଦ୍ୱାରା ଲେନ୍ସ ଡ୍ୟାମେଜ ହୋଇଯାଇଥାଏ । ଫଳରେ ଆଲର୍ଜି ହୋଇଥାଏ । ବେଲୁନ୍ କିମ୍ବା ପଲିଥିନ ବ୍ୟବହାର କରିବା ମଧ୍ୟ ଠିକ ନୁହେଁ, କାରଣ ଏହାଦ୍ୱାରା ଆଘାତ ଲାଗିବାର ବହୁ ସମ୍ଭାବନା ରହିଥାଏ । ହୋଲି ଖେଳିବାର ୧୫ ମିନିଟ ପୂର୍ବରୁ ହାତ,ଗୋଡ, ମୁହଁ, ଆଖିର ଆଖପାଖରେ ଅଲିଭ, ନଡିଆ କିମ୍ବା ସୋରିଷ ତେଲ ଲଗାଇବା ଉଚିତ୍ । ରଙ୍ଗ ଦ୍ୱାରା କେଶ ମଧ୍ୟ ଖରାପ ହୋଇଥାଏ । ଏଥିପାଇଁ ତେଲ କିମ୍ବା କ୍ୟାପ୍ ଲଗାଇବା ଉଚିତ । ରଙ୍ଗ ଲଗାଇବା ବେଳେ ଆଖି, ମୁହଁ ଓ ପାଟି ବନ୍ଦ ରଖିବା ଉଚିତ । ପାଟିରେ ରଙ୍ଗ ପଶିଗଲେ ସେଥିରେ ଥିବା କେମିକାଲ ପେଟକୁ ଯାଇ ବିଭିନ୍ନ ପେଟ ସମସ୍ୟା ବାହାରିଥାଏ ।

ହୋଲି ଖେଳିବା ପୂର୍ବରୁ ନଖଗୁଡିକୁ କାଟିଦେବା ଉଚିତ । ଏଥିରେ ରଙ୍ଗଗୁଡିକ ଜମା ହୋଇ ରହିଯାଇଥାଏ । ହାନିକାରକ ରଙ୍ଗରୁ ଶରୀରକୁ ସୁରକ୍ଷା ଦେବାକୁ ହେଲେ ଫୁଲ ସ୍ଲିଭ ଡ୍ରେସ ପିନ୍ଧିବା ଉଚିତ୍ । ଓଦା ହେଲା ପରେ ଡ୍ରେସ , ସ୍କିନରେ ରଙ୍ଗ ଲାଗିନଥାଏ । ଶରୀରରେ ବହୁତ କମ ରଙ୍ଗ ଲାଗିଥାଏ । ଚପଲ ବଦଳରେ ଜୋତା ପିନ୍ଧିବା ଉଚିତ, କାରଣ ପିଚକାରୀ ମାରି ଚାରିଆଡେ ପାଣି ହୋଇଯାଇଥାଏ । ଗୋଡ ଖସିବାର ସମ୍ଭାବନା ମଧ୍ୟ ରହିଥାଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ମାସର ସଂଘର୍ଷ…ରେକର୍ଡ କଲା ଶିକ୍ଷା…ଜଣେ ନୁହେଁ ସବୁରେ ବିଶ୍ୱାସ ରଖୁଥିବା ଶିକ୍ଷାର ସଫଳତା 🔴 ‘ଚିକେନ ନେକକୁ ଭାଙ୍ଗିଲେ ଭାଗ ହେବ ବାଂଲାଦେଶ’ 🔴 ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ 🔴 ଇସ୍ତଫା ଦେଇପାରନ୍ତି ମହମ୍ମଦ ୟୁନୁସ 🔴 ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି 🔴 ଓଡ଼ିଶାକୁ ମାଡି ଆସୁଛି ପ୍ରବଳ ବର୍ଷା 🔴 ବିଜେଡିରେ କମ୍ପନ, ରାଜା-ବବି-ପାଣ୍ଡିଆନ ଫାଇଟ! 🔴 ଟପ୍ ସିକ୍ରେଟ୍ ଯୋଦ୍ଧା 🔴 ଜ୍ୟୋତିଙ୍କ ୟୁପି ଲିଙ୍କ 🔴 ଯେବେ ସିନ୍ଦୂର ବାରୁଦ ହୁଏ…. 🔴 ୮ ମାସର ସଂଘର୍ଷ…ରେକର୍ଡ କଲା ଶିକ୍ଷା…ଜଣେ ନୁହେଁ ସବୁରେ ବିଶ୍ୱାସ ରଖୁଥିବା ଶିକ୍ଷାର ସଫଳତା 🔴 ‘ଚିକେନ ନେକକୁ ଭାଙ୍ଗିଲେ ଭାଗ ହେବ ବାଂଲାଦେଶ’ 🔴 ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ 🔴 ଇସ୍ତଫା ଦେଇପାରନ୍ତି ମହମ୍ମଦ ୟୁନୁସ 🔴 ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି 🔴 ଓଡ଼ିଶାକୁ ମାଡି ଆସୁଛି ପ୍ରବଳ ବର୍ଷା 🔴 ବିଜେଡିରେ କମ୍ପନ, ରାଜା-ବବି-ପାଣ୍ଡିଆନ ଫାଇଟ! 🔴 ଟପ୍ ସିକ୍ରେଟ୍ ଯୋଦ୍ଧା 🔴 ଜ୍ୟୋତିଙ୍କ ୟୁପି ଲିଙ୍କ 🔴 ଯେବେ ସିନ୍ଦୂର ବାରୁଦ ହୁଏ….