Masthead

ହୋଲିରେ ନିଜକୁ କିଭଳି ସୁରକ୍ଷିତ ରଖିବେ ଜାଣନ୍ତୁ…

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ହୋଲି ଉତ୍ସବରେ ଛୋଟରୁ ବଡ ପର୍ଯ୍ୟନ୍ତ ସମସ୍ତେ ମଉଜ ମସ୍ତି କରିଥାନ୍ତି । ପରସ୍ପରକୁ ରଙ୍ଗ ଲଗାଇ ହୋଲି ପାଳିଥାନ୍ତି । କିନ୍ତୁ ରଙ୍ଗରେ କିଛି କେମିକାଲ ଓ ସିନ୍ଥେଟିକ ରଙ୍ଗ ମିଶିଥାଏ ଯାହା ଶରୀର ପାଇଁ ହାନିକାରକ । ତେଣୁ ରଙ୍ଗ ଖେଳିବା ସମୟରେ ସାବଧାନତା ଅବଲମ୍ବନ କରିବା ନିହାତି ଆବଶ୍ୟକ । ସିନ୍ଥେଟିକ ବା କେମିକାଲ ରଙ୍ଗ ଖେଳିବା ଅପେକ୍ଷା ହର୍ବାଲ ରଙ୍ଗରେ ହୋଲି ଖେଳିବା ଉଚିତ୍ । ଏହା ଅତି ସହଜରେ ଶରୀରରୁ ଛାଡିଯାଇଥାଏ ଏବଂ ଆଲର୍ଜି କିମ୍ବା କୌଣସି ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବନାହିଁ ।

କୁନି ପିଲାମାନେ ଆଖିରେ କଣ୍ଟାକ୍ଟ ଲେନ୍ସ ଲଗାଇବା ଉଚିତ ନୁହେଁ, କାରଣ ଆଖିରେ ରଙ୍ଗ ପଡିବା ଦ୍ୱାରା ଲେନ୍ସ ଡ୍ୟାମେଜ ହୋଇଯାଇଥାଏ । ଫଳରେ ଆଲର୍ଜି ହୋଇଥାଏ । ବେଲୁନ୍ କିମ୍ବା ପଲିଥିନ ବ୍ୟବହାର କରିବା ମଧ୍ୟ ଠିକ ନୁହେଁ, କାରଣ ଏହାଦ୍ୱାରା ଆଘାତ ଲାଗିବାର ବହୁ ସମ୍ଭାବନା ରହିଥାଏ । ହୋଲି ଖେଳିବାର ୧୫ ମିନିଟ ପୂର୍ବରୁ ହାତ,ଗୋଡ, ମୁହଁ, ଆଖିର ଆଖପାଖରେ ଅଲିଭ, ନଡିଆ କିମ୍ବା ସୋରିଷ ତେଲ ଲଗାଇବା ଉଚିତ୍ । ରଙ୍ଗ ଦ୍ୱାରା କେଶ ମଧ୍ୟ ଖରାପ ହୋଇଥାଏ । ଏଥିପାଇଁ ତେଲ କିମ୍ବା କ୍ୟାପ୍ ଲଗାଇବା ଉଚିତ । ରଙ୍ଗ ଲଗାଇବା ବେଳେ ଆଖି, ମୁହଁ ଓ ପାଟି ବନ୍ଦ ରଖିବା ଉଚିତ । ପାଟିରେ ରଙ୍ଗ ପଶିଗଲେ ସେଥିରେ ଥିବା କେମିକାଲ ପେଟକୁ ଯାଇ ବିଭିନ୍ନ ପେଟ ସମସ୍ୟା ବାହାରିଥାଏ ।

ହୋଲି ଖେଳିବା ପୂର୍ବରୁ ନଖଗୁଡିକୁ କାଟିଦେବା ଉଚିତ । ଏଥିରେ ରଙ୍ଗଗୁଡିକ ଜମା ହୋଇ ରହିଯାଇଥାଏ । ହାନିକାରକ ରଙ୍ଗରୁ ଶରୀରକୁ ସୁରକ୍ଷା ଦେବାକୁ ହେଲେ ଫୁଲ ସ୍ଲିଭ ଡ୍ରେସ ପିନ୍ଧିବା ଉଚିତ୍ । ଓଦା ହେଲା ପରେ ଡ୍ରେସ , ସ୍କିନରେ ରଙ୍ଗ ଲାଗିନଥାଏ । ଶରୀରରେ ବହୁତ କମ ରଙ୍ଗ ଲାଗିଥାଏ । ଚପଲ ବଦଳରେ ଜୋତା ପିନ୍ଧିବା ଉଚିତ, କାରଣ ପିଚକାରୀ ମାରି ଚାରିଆଡେ ପାଣି ହୋଇଯାଇଥାଏ । ଗୋଡ ଖସିବାର ସମ୍ଭାବନା ମଧ୍ୟ ରହିଥାଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା