Masthead

ହୋଲିକା ଦହନ ହୋଲିର ଆଉ ଏକ ଆକର୍ଷଣ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ହୋଲି । ଖାଲି ରଙ୍ଗର ଉତ୍ସବ ନୁହେଁ, ପ୍ରେମ ଓ ଭାଇଚାରର ପର୍ବ । ଦିପାବଳୀ ପରେ ହୋଲି ଦ୍ୱିତୀୟ ବୃହତ ହିନ୍ଦୁ ଉତ୍ସବ, ଯାହା ପ୍ରତିବର୍ଷ ପାଳିତ ହୁଏ । ବସନ୍ତ ଋତୁରେ ହୋଲି ପର୍ବର ମହକ ନିଆରା । ହୋଲି ଦୁଇଟି ପର୍ବର ମିଶ୍ରଣ, ଛୋଟ ହୋଲି (ହୋଲିକା ଦହନ) ଓ ବଡ଼ ହୋଲି (ରଙ୍ଗର ପର୍ବ) । ହରିଦ୍ୱାର, ପାଟନା, ମୁମ୍ବାଇ ପ୍ରଭୁତି ସ୍ଥାନରେ ଛୋଟ ହୋଲି ଧୁମଧାମରେ ପାଳନ କରାଯାଏ । ଲୋକମାନେ କାଠକୁ ଏକତ୍ରିତ କରି ନିଆଁ ଲଗାନ୍ତି ।

ଆଉ ଚାରିପଟେ ସମବେତ ହୋଇ କରନ୍ତି ସ୍ୱତନ୍ତ୍ର ପୂଜା । ବିଶ୍ୱାସ ରହିଛି ଏହି ପୂଜା କଲେ ମନକୁ ଅପରା ଶାନ୍ତି ମିଳେ , ପରିବାରରେ ସୁଖ ଶାନ୍ତି ବଜାୟ ରହେ । ଅଶୁର ରାଜା ହିରଣ୍ୟକଶ୍ୟପ ନିଜକୁ ଭଗବାନ ବୋଲି ଘୋଷଣା କରିଥିଲେ । ପ୍ରଜାଙ୍କୁ ଆଦେଶ ଦେଇଥିଲେ ଇଶ୍ୱର ସେ ନିଜେ, ପୂଜା ତାଙ୍କୁ ହିଁ କର । କିନ୍ତୁ ତାଙ୍କ ପୁଅ ପ୍ରହ୍ଲାଦ ବାପା ହିରଣ୍ୟକଶ୍ୟପଙ୍କୁ ଭଗବାନେ ଭାବେ ଗ୍ରହଣ କରିନଥିଲେ । ରାଗି ଯାଇଥିଲେ ହିରଣ୍ୟକଶ୍ୟପ । ଡ଼ାକିଥିଲେ ନିଜ ଭଉଣୀ ହୋଲିକାଙ୍କୁ ।

ହୋଲିକା ପ୍ରହ୍ଲାଦଙ୍କୁ କୋଳରେ ଧରି ପଶିଥିଲେ ନିଆଁରେ । ଜଳିଗଲେ ହୋଲିକା । ପ୍ରହ୍ଲାଦଙ୍କର କୌଣସି କ୍ଷତି ହୋଇନଥିଲା । ସତ୍ୟ ଯୁଗର ଏହି କାହାଣୀ ଆମକୁ ଦେଉଛି ନୂତନ ପ୍ରେରଣା । ଅନ୍ୟାୟ, ଅନୀତି କ୍ଷଣସ୍ଥାୟୀ । ଧର୍ମ, ସତ୍ୟ ଓ ନ୍ୟାୟ ଦୀର୍ଘସ୍ଥାୟୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶୁଭମନ ଗିଲ ଟେଷ୍ଟ ଟିମ କ୍ୟାପଟେନ 🔴 ମୌସୁମୀ…ତମେ କେଉଁଠି ଥିଲ, ଏତେ ଜଲଦି ଆସିଗଲ 🔴 ଏନକାଉଣ୍ଟର ପୂର୍ବରୁ ହାର୍ଡକୋର ମାଓନେତା ବାସବରାଜର ଶେଷ ଚିଠି 🔴 ଯାହାଙ୍କ ସୁରକ୍ଷା ଦାୟିତ୍ବ ତୁଲାଉଛନ୍ତି ତାଙ୍କଠୁ ସମ୍ମାନିତ ହେଉଛନ୍ତି 🔴 ଫରେଷ୍ଟରଙ୍କୁ ଗୁଳି କରି ପହତ୍ୟା 🔴 କାଳବୈଶାଖୀ ପାଇଁ ଆଲର୍ଟ 🔴 ଭିଜିଲାନ୍ସ ଜାଲରେ ପୋଲିସ ASI 🔴 ଆଜି ବସିବ ନୀତି ଆୟୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ 🔴 ଆତଙ୍କବାଦୀଙ୍କୁ ଉପଯୁକ୍ତ ଜବାବ ଦେଇଛି ଭାରତ : ଗୃହମନ୍ତ୍ରୀ ଅମିତ୍ ସାହା 🔴 ଶୁଭମନ ଗିଲ ଟେଷ୍ଟ ଟିମ କ୍ୟାପଟେନ 🔴 ମୌସୁମୀ…ତମେ କେଉଁଠି ଥିଲ, ଏତେ ଜଲଦି ଆସିଗଲ 🔴 ଏନକାଉଣ୍ଟର ପୂର୍ବରୁ ହାର୍ଡକୋର ମାଓନେତା ବାସବରାଜର ଶେଷ ଚିଠି 🔴 ଯାହାଙ୍କ ସୁରକ୍ଷା ଦାୟିତ୍ବ ତୁଲାଉଛନ୍ତି ତାଙ୍କଠୁ ସମ୍ମାନିତ ହେଉଛନ୍ତି 🔴 ଫରେଷ୍ଟରଙ୍କୁ ଗୁଳି କରି ପହତ୍ୟା 🔴 କାଳବୈଶାଖୀ ପାଇଁ ଆଲର୍ଟ 🔴 ଭିଜିଲାନ୍ସ ଜାଲରେ ପୋଲିସ ASI 🔴 ଆଜି ବସିବ ନୀତି ଆୟୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ 🔴 ଆତଙ୍କବାଦୀଙ୍କୁ ଉପଯୁକ୍ତ ଜବାବ ଦେଇଛି ଭାରତ : ଗୃହମନ୍ତ୍ରୀ ଅମିତ୍ ସାହା